ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ପକ୍ଷରୁ ଆସିଲା ବଡ ଭୟଙ୍କର ଖବର । ଆଜି ବି ଭୟଙ୍କର ପ୍ରଭାବ ଦେଖାଇବ ପଶ୍ଚିମା ଝଡ । ୧୫ଟି ଜିଲ୍ଲାକୁ ହାଇ ୱାର୍ଣ୍ଣିଂ ଜାରି ପାଣିପାଗ ବିଭାଗ । କୂଆ ପଥର ମାଡ ସହିତ ୫୦ ରୁ ୬୦ କିଲୋମିଟର ବେଗରେ ବୋହିବ ପବନ । ବିଶେଷ କରି ବାଲେଶ୍ଵର, ଭଦ୍ରକ ,ଯାଜପୁର, କେନ୍ଦ୍ରାପଡ଼ା କଟକ ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଏବଂ ବୌଦ୍ଧ ରେ ଘଡଘଡି ସହିତ ପ୍ରବଳ ବର୍ଷା ପବନ ସାଙ୍ଗକୁ କୂଆ ପଥର ମାଡ ହେବାର ସମ୍ଭାବନା ରହିଛି ।
ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଲା ପାଣିପାଗ ବିଭାଗ । ଆଜି ବି ଭୟଙ୍କର ପ୍ରଭାବ ଦେଖାଇବ ପଶ୍ଚିମା ଝଡ । ଏନେଇ ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବିଶେଷ କରି ବାଲେଶ୍ଵର ,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ,ପୁରୀ, ଖୋର୍ଦ୍ଧା, ନୟାଗଡ଼ ,ମୟୁରଭଞ୍ଜ, ଗଞ୍ଜାମ, ଗଜପତି ,କେନ୍ଦୁଝର, ଢେଙ୍କାନାଳ, ଏବଂ ବୌଦ୍ଧ ରେ ବର୍ଷା ପବନ ବୋହିବାର ସମ୍ଭାବନା ରହିଛି । ଏଣୁ ଏହିସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେପଟେ ଗତକାଲି ପଶ୍ଚିମା ଝଡ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଏବଂ କଟକ ସମେତ ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । କଟକରେ ୧୭ ନଂ ୱାର୍ଡ ରେ ବର୍ଷାର ପ୍ରଭାବ ଯୋଗୁ ନଡିଆ ଗଛ ପଡି ଜଣେ ଦିବ୍ୟାଙ୍ଗଙ୍କ ର ଘର ଭାଙ୍ଗି ଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଯୋଧ୍ୟା ପଞ୍ଚାୟତ ପତ୍ରାପୁର ଗାଁ ରେ ଏକ ଭଙ୍ଗା ଘରେ ଆଶ୍ରୟ ନେଇଥିବା ୧୩ଟି ଗୋରୁ ପ୍ରାଣ ହରାଇଛନ୍ତି । ଘର ଭିତରେ ୨୫ ରୁ ଅଧିକ ଗୋରୁଗାଈ ଥିବା ବେଳେ ୧୩ଟି ଗୋରୁଙ୍କ ର ମୃ-ତ୍ୟୁ ହୋଇଛି ।
ସେପଟେ ରାଜ୍ୟରେ ୨୩ ତାରିଖ ଯାଏ ଏହିପରି ପାଗ ଜାରି ରହିବ । ୨୨ ତାରିଖ ଦିନ ବର୍ଷାର ବିସ୍ତୃତି କମିବ । ଏବେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରାରେ ହ୍ରାସ ଦେଖାଯିବ । ରାଜ୍ୟର ଦିନର ତାପମାତ୍ରା ୩୪ ଡିଗ୍ରୀ ରହୁଥୁବା ବେଳେ ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଏହିଭଳି ତାପମାତ୍ରା ଜାରି ରହିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।