ଚପଲ ଛାଡ଼ିବା ପଛରେ କଣ ରହିଛି କାରଣ ? ୪ ଥର ଚପଲ ଛାଡ଼ିଲେଣି ଅର୍ଚ୍ଚନା ।

sandal

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୂଚନା ଅନୁସାରେ ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କର 1 ରୁ 2 ଥର ନୁହେଁ ବରଂ 4 ଥର ଚପଲ ଥାନା ଓ କୋର୍ଟରେ ଛାଡିବା କଥା ଏବେ ଚର୍ଚାର ବିଷୟ ପାଲଟିଛି । ସୁନ୍ଦରୀ ଅର୍ଚନାଙ୍କର କେଶ ଦିନକୁ ଦିନ ଯେତେ ବଢି ବଢି ଚାଲିଛି । ଅର୍ଚନାଙ୍କର କେସ୍ ସେତେ ଅଧିକ ଗମ୍ଭୀର ହୋଇବାରେ ଲାଗିଛି । ଏହି କେସ୍ ରେ ତନାଘନା ହୋଇ ଯେତେ ଅଧିକ ଖୋଲତାଡ କରାଯାଉଛି । ସେତେ କିଛି ନୂଆ ନୂଆ କଥା ସାମ୍ନାକୁ ଆସିବାରେ ଲାଗିଛି ।

ଲେଡି ବ୍ଲାକମେଲର ଚପଲ ଛାଡିବା ପଛର ରହସ୍ୟ କଣ ! ସେ ଥର ଥରକୁ ଏହିପରି ଚପଲ ଛାଡିବା ପଛରେ କଣ ରହିଛି ଅର୍ଚନା ନାଗର ଉଦ୍ଧେଶ୍ୟ । ସେ କୋର୍ଟ ଓ ଚପଲରେ ନିଜର ଚପଲକୁ ଛାଡୁଥିବାରୁ ସେ ଅନ୍ୟ ମାନଙ୍କୁ କଣ ଜଣାଇବାକୁ ସୂଚନା ଦେଉଛନ୍ତି । ସେହି କଥାର ଗୁମର ଖୋଲିବା ପାଇଁ ଅର୍ଚନାଙ୍କ ଉପରେ ପ୍ରଶାସନର କଡା ନଜର ରହିଛି ।

Archana 1

ଅର୍ଚନାଙ୍କର ଚପଲ ଛାଡିବା କଥାକୁ ନେଇ ପୁରାତନ କାଳର ଏକ ତଥ୍ୟ ମନେ ପଡିଯାଉଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଯେତେବେଳେ ଜେଲ୍ ରେ ଥିଲେ । ସେ ତାଙ୍କ ପୁଅ ପ୍ରେମ ପଟ୍ଟନାୟକଙ୍କର ଜୋତା ତଳେ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ଚିଠି ଦ୍ଵାରା ବାର୍ତ୍ତା ପ୍ରେରିତ କରିଥାନ୍ତି । ସେହିପରି କିଛି ସୁନ୍ଦରୀ ଅର୍ଚନା ନାଗ କରିବାକୁ ଯୋଜନା କରୁଛନ୍ତି କି । ଅର୍ଚନା ତାଙ୍କ ଚପଲ ମାଧ୍ୟମରେ କିଛି ବାର୍ତ୍ତା କାହା ନିକଟକୁ ପ୍ରେରିତ କରିବା ପାଇଁ ସେ ଜାଣି ଶୁଣି ଆଉ ଚପଲ ଛାଡୁନାହାନ୍ତି ତ ।

କେତେକ ଲୋକଙ୍କ କହିବା ଅନୁସାରେ ସୁନ୍ଦରୀ ଅର୍ଚନାଙ୍କ ଉପରେ ଶନିଦଶା ପଡିଛି ବୋଲି ସେ ନିଜର ପିନ୍ଧିଥିବା ଚପଲକୁ ଜନସମାଗମରେ ଛାଡୁଛନ୍ତି । କିଛି ଦିନ ପୂର୍ବେ ସେ ବାଲିଅନ୍ତା ଥାନାରେ ମଧ୍ୟ ଚପଲ ଛାଡିଥିବାର ଖବର ଶୁଣା ମିଳିଥିଲା । ଯେଉଁ ଚପଲ କୋର୍ଟକୁ ସୁନ୍ଦରୀ ଅର୍ଚନା ପିନ୍ଧିକି ସବୁ ଆସୁଛନ୍ତି ।

chapala

ସେଠାରେ କାମ ସରିଲା ପରେ ତାଙ୍କ ଚପଲକୁ ସେ ଛାଡିବାର ଦେଖି ଅନ୍ୟ କେହି କହିଲେ ମଧ୍ୟ ସେ ଚପଲକୁ ନଆଣି ସେହିଠାରେ ହିଁ ଛାଡି ଦେଇ ପଳାଇ ଆସୁଛନ୍ତି । ଅନ୍ୟ ପଖରେ ସୁନ୍ଦରୀ ଅର୍ଚନାଙ୍କର ଘରେ ଓ କାରରେ ମଧ୍ୟ କଳା ରଙ୍ଗର ଚପଲ ଟଙ୍ଗା ହୋଇଥିବାର ଦେଖିବାକୁ ମିଳୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *