ହେଜଲଙ୍କ ପୂର୍ବରୁ ଏହି ଅଭିନେତ୍ରୀ ମାନଙ୍କ ସହ ଯୁବରାଜଙ୍କ ପ୍ରେମ ସମ୍ପର୍କ ରହିଥିଲା, ଏହାଙ୍କ ସହ ଥିଲା ଦୃଢ ସମ୍ପର୍କ ।

Spread the love

ଯୁବରାଜଙ୍କ ଜୀବନରେ ପତ୍ନୀ ହେଜଲଙ୍କ ପୂର୍ବରୁ ୫ଜଣ ଝିଅ ଆସିଥିଲେ ଏବଂ ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଭାଙ୍ଗିବାକୁ ଲାଗିଥିଲା ।

୧୦ ଜୁନରେ କ୍ରିକେଟର ପ୍ରସିଦ୍ଧ ଖେଳାଳୀ ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇ ଯାଇଛନ୍ତି । ସେ ଏକ ସମ୍ମିଳନୀ ଡକାଇ ଏହାର ଘୋଷଣା କରିଥିଲେ ଏବଂ ତାଙ୍କ ଶୁଭଚିନ୍ତକ ମାନଙ୍କୁ ଏହି କଥାର ବହୁତ ବଡ଼ ଧକ୍କା ମଧ୍ୟ ଲାଗିଥିଲା । ଯୁବରାଜ ସିଂ କ୍ରିକେଟରୁ ସନ୍ୟାସ ନେବା ସମୟରେ ଭାବୁକ ହେବାର ସମସ୍ତେ ଦେଖିଥିଲେ । ଏହି ଧକ୍କା ତାଙ୍କର ସେହି ଶୁଭଚିନ୍ତକ ମାନଙ୍କୁ ଲାଗିଥିଲା, ଯେଉଁମାନେ ଆଶ କରିଥିଲେ ଯେ ଏହିଥରର ବିଶ୍ୱ କପରେ ଯୁବରାଜଙ୍କ ବ୍ୟାଟ କଥା କହିବ । ଏହି କଥା ଥିଲା ତାଙ୍କର ବୃତ୍ତିଗତ ଜୀବନର କିନ୍ତୁ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଭଲ ପାଳି ଖେଳିଛନ୍ତି ଏବଂ ଏହାର ପ୍ରମାଣ ହେଉଛି ହେଜଲଙ୍କ ପୂର୍ବରୁ ଏହି ଅଭିନେତ୍ରୀମାନଙ୍କ ସହ ଥିଲା ଯୁବରାଜଙ୍କ ସମ୍ପର୍କ ! ଆସନ୍ତୁ ଏହି ବିଷୟରେ ଜାଣିବା –

ହେଜଲଙ୍କ ପୂର୍ବରୁ ଏହି ଅଭିନେତ୍ରୀମାନଙ୍କ ସହ ଯୁବରାଜଙ୍କ ସମ୍ପର୍କ ରହିଥିଲା ।

ପ୍ରସିଦ୍ଧ କ୍ରିକେଟର ଯୁବରାଜ ସିଂ ସନ୍ୟାସ ନେଇ ସାରିଛନ୍ତି ଏବଂ ତାଙ୍କର ନାମ ସେହି ଖେଳାଳୀ ମାନଙ୍କ ସହ ସାମିଲ ହୋଇଯାଇଛି, ଯେଉଁ ମାନଙ୍କର ବଲିଉଡ ସହ ଗଭୀର ସମ୍ପର୍କ ରହିଛି । ଯୁବରାଜ ୨୦୧୬ ଅର୍ଥାତ ୩ବର୍ଷ ପୁର୍ବେ ହେଜଲ କୀଚଙ୍କ ସହ ବିବାହ କରିଥିଲେ । ତାଙ୍କ ସହ ବିବାହ ପୂର୍ବରୁ ଯୁବରାଜଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି ।

କିମ ଶର୍ମା :

୨୦୦୦ରେ ଆସିଥିବା ଫିଲ୍ମ “ମୋହବତେ”ରୁ ନିଜର ଅଭିନୟ ଜୀବନର ଆରମ୍ଭ କରିଥିବା ଅଭିନେତ୍ରୀ କିମ ଶର୍ମାଙ୍କ ନାମ ଯୁବରାଜଙ୍କ ସହ ଅଧିକ ଚର୍ଚ୍ଚାରେ ଥିଲା । ଯୁବରାଜ ଏବଂ କିମ ଶର୍ମା ପରସ୍ପର ୪ବର୍ଷ ପର୍ଯ୍ୟନ୍ତ ମିଶୁଥିଲେ କିନ୍ତୁ ୨୦୦୭ରେ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଏପରି କୁହାଯାଏ ଯେ, ଯୁବରାଜଙ୍କ ମାଆ ଶବନମ ସିଂଙ୍କୁ କିମ ପସନ୍ଦ ନ ଥିଲେ । ଯୁବରାଜ, କିମଙ୍କ ସହ ବିବାହ କରିବାକୁ ଇଛା କରୁଥିଲେ କିନ୍ତୁ ତାଙ୍କ ମାଆ ମନା କରିଥିଲେ, ସେଥିପାଇଁ ସେ ସମ୍ପର୍କ ଭାଙ୍ଗିଥିଲେ ।

ଦୀପିକା ପଦୁକୋଣ :

୨୦୦୭ରେ ଯୁବରାଜଙ୍କ ଜୀବନରେ ଅନେକ ଉନ୍ନତି ହୋଇଥିଲା । ଟି-୨୦ ବିଶ୍ୱ କପ ମାଧ୍ୟମରେ ଭଲ ପ୍ରଦର୍ଶନ କରିବା ଯୋଗୁଁ ସେ ସବୁ ବୟସର ଲୋକଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇ ଯାଇଥିଲେ ଏବଂ ଅଧିକତର ଭାରତୀୟ ମହିଳାଙ୍କ ପସନ୍ଦ ଥିଲେ । ଦୀପିକାଙ୍କ ସହ ସେ ପ୍ରେମପୂର୍ଣ୍ଣ ପାଳି ଖେଳିଥିଲେ ଏବଂ ଯୁବରାଜଙ୍କ ଖେଳଗୁଡିକରେ ଦୀପିକା ଯୁବରାଜଙ୍କୁ ସପୋର୍ଟ କରୁଥିବାର ଦେଖିବା ପାଇଁ ମିଳିଥିଲା କିନ୍ତୁ ଶୀଘ୍ର ତାଙ୍କ ସମ୍ପର୍କ ମଧ୍ୟ ଭାଙ୍ଗିଗଲା । ଯୁବରାଜଙ୍କ ଠାରୁ ଅଲଗା ହେବା ପରେ ଦୀପିକାଙ୍କ ସମ୍ପର୍କ ରଣବୀର କପୁରଙ୍କ ସହ ରହିଥିଲା, ପରେ ଦୀପିକା ରଣବୀର ସିଂଙ୍କ ସହ ବିବାହ କରିଥିଲେ ।

ପ୍ରିତି ଜିଣ୍ଟା :

ପ୍ରିତି ଜିଣ୍ଟାଙ୍କ ଆଇପିଏଲ ଦଳ କିଙ୍ଗସ୍ ଇଲେଭେନ୍ ପଞ୍ଜାବରେ ଯୁବରାଜ ଅଧିନାୟକ ସାଜିଥିଲେ, ସେବେ ଠାରୁ ତାଙ୍କ ନାମ ପ୍ରୀତିଙ୍କ ସହ ଯୋଡା ଯାଉଛି । ପ୍ରିତୀ ଜିଣ୍ଟା କିଙ୍ଗସ୍ ଇଲେଭେନ୍ ପଞ୍ଜାବର ସହ ମାଲିକ ଥିଲେ ଏବଂ ଖେଳ ସମୟରେ ସେମାନେ ନିକଟତ୍ତର ହେବାକୁ ଲାଗିଲେ କିନ୍ତୁ ଏହାକୁ କେବଳ ସେମାନେ ବନ୍ଧୁତ୍ୱ ବୋଲି କହିଥିଲେ ଏବଂ ଶେଷରେ ଯୁବରାଜ ଦଳରୁ ହଟି ଯାଇଥିଲେ ।

ରିୟା ସେନ :

ଯୁବରାଜଙ୍କ ନାମ ରିୟା ସେନଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା । ତାଙ୍କ ସହ ସମ୍ପର୍କର ଖବର ବହୁତ ଚର୍ଚ୍ଚାରେ ରହିଥିଲା ଏବଂ ଦୁହିଁଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବାକୁ ମଳିଥିଲା । କିନ୍ତୁ ଦୁହେଁ ଏହି ସମ୍ପର୍କ ବିଷୟରେ କିଛି କହିନଥିଲେ ଏବଂ ଶେଷରେ ଅଲଗା ହୋଇ ଯାଇଥିଲେ ।

ମିନୀଷା ଲାମ୍ବା :

ଯୁବରାଜଙ୍କ ବଲିଉଡ ଅଭିନେତ୍ରୀଙ୍କ ସହ ପ୍ରେମ ଏଠାରେ ସରି ନ ଥିଲା, ଅଭିନେତ୍ରୀ ମିନୀଷା ଲାମ୍ବାଙ୍କ ନାମ ମଧ୍ୟ ଯୁବରାଜଙ୍କ ସହ ଯୋଡ଼ା ଯାଇଥିଲା । ମିନୀଷାଙ୍କ ସହ ଯୁବରାଜ ଏକ ବର୍ଷ ପର୍ଯ୍ୟନ୍ତ ମିଳାମିଶା କରିଥିଲେ କିନ୍ତୁ ଯୁବରାଜ ତାଙ୍କ ସହ ବିବାହ ନ କରିବା କାରଣରୁ ମିନୀଷା ଯୁବରାଜଙ୍କ ଠାରୁ ଦୁରେଇ ଯାଇଥିଲେ ।