କ୍ରିକେଟରୁ ସନ୍ୟାସ ନେଲା ପରେ ଚାକିରୀ ଖୋଜୁଛନ୍ତି ଯୁବରାଜ ସିଂହ, ଇଣ୍ଟରଭ୍ୟୁର ଭିଡ଼ିଓ ସମ୍ନାକୁ ଆସିଛି ।

Spread the love

ଭାରତୀୟ କ୍ରିକେଟ ଦଳର ଯୁବରାଜ ସିଂହ କ୍ରିକେଟ ଜଗତରୁ ସନ୍ୟାସ ନେଇଛନ୍ତି, ଏହି କଥା ଆପଣମାନେ ଜାଣନ୍ତି । କିନ୍ତୁ ବର୍ତ୍ତମାନ ଯୁବରାଜ ସିଂହ ନିଜ ପାଇଁ ନୂଆ ଚାକିରି ଖୋଜୁଛନ୍ତି । ଏହି ନୂଆ ଚାକିରି ପାଇଁ ଏବେ ଯୁବରାଜ ସିଂହ ଇଣ୍ଟରଭ୍ୟୁ ମଧ୍ୟ ଦେଉଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ! କିନ୍ତୁ ଏହା ସତ ଅଟେ । ଯେତେବେଳେ ଯୁବରାଜ ସିଂହ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି; ତେବେ ନୂଆ ଚାକିରୀ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ବର୍ତ୍ତମାନ ଇଣ୍ଟରଭ୍ୟୁ ମଧ୍ୟ ଦେଉଛନ୍ତି । ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡ଼ିଓରେ ଯୁବରାଜ ସିଂହ ଏକ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେଉଥିବାର ଦେଖାଯାଉଛନ୍ତି ଏବଂ ଜଣେ ବ୍ୟକ୍ତି ତାଙ୍କର ଇଣ୍ଟରଭ୍ୟୁ ମଧ୍ୟ ନେଉଛନ୍ତି । କିନ୍ତୁ ହଠାତ୍ ଏହି ଇଣ୍ଟରଭ୍ୟୁକୁ ଯୁବରାଜ ସିଂହ ମଝିରେ ହିଁ ଛାଡି ଦିଅନ୍ତି । କାରଣ ତାଙ୍କୁ ତାଙ୍କର ମାଲିକ ବା ବୋଷ ପସନ୍ଦ ଆସିଲା ନାହିଁ ଏବଂ ଏହା ହିଁ ଏହି ଭିଡ଼ିଓର ମଧ୍ୟ ବିଶେଷତ୍ୱ ଅଟେ ।

ଯୁବରାଜ ହୁଏତ ଚାକିରୀ ମାଗିବା ପାଇଁ ଯାଇଥିଲେ କିନ୍ତୁ ତାଙ୍କୁ ସେଠାକାର ବୋଷ ପସନ୍ଦ ଆସିଲା ନାହିଁ । ତେଣୁ ସେ ଇଣ୍ଟରଭ୍ୟୁକୁ ଅଧାରୁ ଛାଡି ଦେଇଥିଲେ । ପ୍ରକୃତରେ କହିବାକୁ ଗଲେ, ଯୁବରାଜ ସିଂହ କ୍ରିକେଟରୁ ସନ୍ନ୍ୟାସୀ ନେବା ପରେ ବର୍ତ୍ତମାନ ଅଭିନୟ ଜଗତରେ ପାଦ ଦେଇଛନ୍ତି । ଯୁବରାଜ ସିଂହ ହଟ୍-ଷ୍ଟାରର ବିଶେଷ କାର୍ଯ୍ୟକ୍ରମ ‘ଦି ଅଫିସ ଇଣ୍ଡିଆ’ରେ ଅଭିନୟ କରୁଛନ୍ତି । ଏହି ଧାରାବାହିକରେ ଯୁବରାଜ ସିଂହ ଇଣ୍ଟରଭ୍ୟୁ ପାଇଁ ଗୋଟିଏ ଅଫିସକୁ ଯାଇଛନ୍ତି । ଯେଉଁଠି ତାଙ୍କର ସାକ୍ଷାତ ଚଡ୍ଡା ନାମକ ଜଣେ ବୋଷଙ୍କ ସହିତ ହେଉଛି ।

ଇଣ୍ଟେର୍ଭିଉ ସମୟରେ ଚଡ୍ଡା ସାର ବହୁତ କୌତୁହଳ ମାଧ୍ୟମରେ ଯୁବରାଜଙ୍କୁ ପ୍ରଶ୍ନ ପଚାରନ୍ତି । ଚଡ୍ଡା ସାର ଯୁବରାଜ ସିଂହଙ୍କୁ ପଚାରନ୍ତି ଯେ, ତାଙ୍କର ବିକ୍ରି କରିବାର ଅନୁଭୂତି ଅଛି କି ? ଏହାର ଉତ୍ତରରେ ଯୁବରାଜ ସିଂହ କହୁଛନ୍ତି ମୁଁ ଗାଡି, ଚକଲେଟ, ଟୁଥପେଷ୍ଟ,ଫ୍ରିଜ ଏବଂ ଏମିତିକି ଇଂସୁରାନ୍ସ ମଧ୍ୟ ବିକ୍ରୀ କରିଛି । ଆପଣ ଯଦି କହିବେ, ତେବେ ଆପଣଙ୍କର ପେପର ମଧ୍ୟ ବିକ୍ରୀ କରି ଦେଖେଇ ଦେବି । ଏହାପରେ ଚଡ୍ଡା ସାର ଅନେକ ଜିନିଷରେ ଯୁବରାଜଙ୍କ ଦସ୍ତଖତ କରି ନିଅନ୍ତି । ଏହାପରେ ଯୁବରାଜଙ୍କ ତିନୋଟି ପରୀକ୍ଷା ହୁଏ । ଯୁବରାଜଙ୍କ ଦସ୍ତଖତ ପରୀକ୍ଷା ମଧ୍ୟ ହୁଏ । ଏହି ସମୟରେ ଯୁବରାଜଙ୍କୁ ପଚରାଯାଏ ଯେ କ୍ରିକେଟକୁ ହିନ୍ଦୀରେ କଣ କୁହାଯାଏ ? ଯାହାର ଉତ୍ତରରେ ଯୁବରାଜ ସିଂହ କହିଛନ୍ତି ଲମ୍ବା-ଦଣ୍ଡ-ଗୋଲପିଣ୍ଡ-ଭାଗ-ଦୌଡ଼ ପ୍ରତିଯୋଗିତା । କିନ୍ତୁ ଶେଷରେ ଯେତେବେଳେ ଦରମା କଥା କୁହାଯାଏ ତ ସେତେବେଳେ ଯୁବରାଜ ସିଂହ ରାଗିଯାଆନ୍ତି । କାରଣ ଦରମା ବାବଦରେ ଚଡ୍ଡା ସାର କହନ୍ତି, ତୁମେ ମୋ ପାଖରେ କାମ କରିବ ଏହା କଣ ତମ ପାଇଁ କମ କଥା ।

ବୋଷଙ୍କ ଏହି କଥା ଶୁଣି ଯୁବରାଜ ସିଂହ ରାଗି ଯାଆନ୍ତି ଏବଂ ଚଡ୍ଡା ସାରଙ୍କୁ ଗାଳି ଦେଇ ବାହାରକୁ ଚାଲି ଯାଆନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଯୁବରାଜଙ୍କ ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରୁଛନ୍ତି । ଏହି ଧାରାବାହିକଟି ଟେଗ୍ ଲାଇନକୁ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ଯାହା ୫୦% ଶୀତଳ ଏବଂ ୬୦% ଗରମ ଅଟେ ।