ଯେତେବେଳେ ମାତା କୁନ୍ତୀଙ୍କୁ ଯୁଧିଷ୍ଠିର ଶାପ ଦେଇଥିଲେ ଏବଂ ସମସ୍ତ ନାରୀଙ୍କୁ ଏହି କଥା କହିଥିଲେ ।

Spread the love

ମହାଭାରତର ଅନେକ ଗୁଡିଏ ପ୍ରସଙ୍ଗ ଆମ ସମସ୍ତଙ୍କୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ମହାଭାରତରେ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା ଗୀତା ଆମ ମାନଙ୍କ ଜୀବନରେ ଅନେକ କାର୍ଯ୍ୟରେ ଆସିଥାଏ । ମହାଭାରତରେ ଅନେକ ପ୍ରସଙ୍ଗର ଉଲ୍ଲେଖ ରହିଛି ଯାହା ଆଜି ମଧ୍ୟ ଆମ ଜୀବନରେ କାର୍ଯ୍ୟରେ ଆସିଥାଏ । ମହାଭାରତ କାବ୍ୟରେ ଉଲ୍ଲେଖ ରହିଛି ମାତା କୁନ୍ତୀଙ୍କ ଏକ ଭୁଲ ଯୋଗୁଁ ଯୁଧିଷ୍ଠିର ସମସ୍ତ ନାରିଜାତିକୁ ଶାପ ଦେଇଥିଲେ ।

Google

ମହାଭାରତ ହିନ୍ଦୁ ଗ୍ରନ୍ଥ ଗୁଡିକ ମଧ୍ୟରେ ଏକ ପ୍ରାଚୀନ ଗ୍ରନ୍ଥ ଅଟେ । ମହାଭାରତର ରଚନା ମହର୍ଷି ବେଦବ୍ୟାସ କରିଥିଲେ । ଏହି ଗ୍ରନ୍ଥରେ ଯୁଧିଷ୍ଠିରଙ୍କ ଦ୍ୱାରା ପ୍ରଦତ୍ତ ଶାପର ଉଲ୍ଲେଖ ରହିଛି । ଆସନ୍ତୁ ବିସ୍ତାରରେ ଏହି ଶାପ ବିଷୟରେ ଜାଣିବେ ।

ଯେତେବେଳେ ମହାଭାରତ ଯୁଦ୍ଧରେ ଅର୍ଜୁନ ,କର୍ଣ୍ଣଙ୍କ ବଧ କରିଦେଇଥିଲେ ସେହି ସମୟରେ ପାଣ୍ଡବଙ୍କ ମାତା କୁନ୍ତୀ କର୍ଣ୍ଣଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଥିଲେ । କୁନ୍ତୀ କ୍ରନ୍ଦନ କରୁଥିବା ଦେଖି ଯୁଧିଷ୍ଠିର କୁନ୍ତୀଙ୍କୁ ପ୍ରଶ୍ନ କରିଥିଲେ । ଯୁଧିଷ୍ଠିର କୁନ୍ତୀଙ୍କୁ ପ୍ରଶ୍ନ କରିଥିଲେ ଶତ୍ରୁର ମୃତ୍ୟୁରେ ଆପଣ ଦୁଃଖ ପ୍ରକାଶ କଣ ପାଇଁ କରୁଛନ୍ତି । ସେହି ସମୟରେ କୁନ୍ତୀ ଉତ୍ତର ଦେଇଥିଲେ କର୍ଣ୍ଣ ଶତ୍ରୁ ନୁହଁନ୍ତି ବରଂ ସେ ତୁମର ଜ୍ୟେଷ୍ଠ ଭ୍ରାତା ଅଟନ୍ତି ।

Google

ବହୁ ସମୟରୁ ନିଜ ମଧ୍ୟରେ ଲୁକ୍କାୟିତ କରି ରଖିଥିବା ଏହି ରହସ୍ୟ ଯେତେବେଳେ କୁନ୍ତୀ ପଦାର୍ପଣ କରିଥିଲେ ସେହି ସମୟରେ ଯୁଧିଷ୍ଠିର ଅତ୍ୟନ୍ତ ଦୁଃଖିତ ହୋଇଯାଇଥିଲେ କିନ୍ତୁ ମାତା କୁନ୍ତୀଙ୍କ ଏହି କଥାରେ କ୍ରୋଧିତ ମଧ୍ୟ ବହୁତ ହୋଇଥିଲେ । ଏହାପରେ ଯୁଧିଷ୍ଠିର କହିଥିଲେ ମାତା କୁନ୍ତୀ ତାଙ୍କୁ ନିଜ ଜ୍ୟେଷ୍ଠ ଭ୍ରାତାଙ୍କ ହତ୍ୟାକାରୀ କରାଇଛନ୍ତି । ଏହି ବିଷୟରେ କ୍ରୋଧିତ ହୋଇ ଯୁଧିଷ୍ଠିର ସମସ୍ତ ନାରୀ ଜାତିକୁ ଶାପ ଦେଇଥିଲେ ।

Google

ଯୁଧିଷ୍ଠିର ଶାପ ଦେଇଥିଲେ କୌଣସି ମଧ୍ୟ ନାରୀ ଆଜି ଦିନଠୁ କୌଣସି ମଧ୍ୟ ବିଷୟ ନିଜ ହୃଦୟରେ ଲୁକ୍କାୟିତ କରି ରଖି ପାରିବେନି । ଏହି ଶାପର ପ୍ରଭାବ ଆଜି ସମ୍ପୂର୍ଣ୍ଣ ନାରିଜାତିଙ୍କ ଠାରେ ଦେଖିବା ପାଇଁ ମିଳୁଛି ।

କୁନ୍ତୀ ପୁତ୍ର କର୍ଣ୍ଣଙ୍କ ଜନ୍ମ ବିଷୟରେ ଯଦି କୁହାଯାଏ ତେବେ କୁନ୍ତୀ ନିଜ ତପସ୍ୟା ବଳରେ ମହର୍ଷି ଦୁର୍ବାଶାଙ୍କୁ ପ୍ରସନ୍ନ କରିଥିଲେ । ପ୍ରସନ୍ନ ହୋଇ ମହର୍ଷି ଦୁର୍ବାଶା କୁନ୍ତୀଙ୍କୁ ଏକ ମନ୍ତ୍ର ବର ରୂପରେ ପ୍ରଦାନ କରିଥିଲେ । ମହର୍ଷି କହିଥିଲେ ଏହି ମନ୍ତ୍ର ଉଚ୍ଚାରଣ କରି ଯେଉଁ ଦେବତାଙ୍କୁ ସ୍ମରଣ କରିବ ସେହି ଦେବତାଙ୍କ ଠାରୁ ତୁମକୁ ପୁତ୍ର ପ୍ରାପ୍ତି ହେବ ।

Google

କୁନ୍ତୀ ସର୍ବପ୍ରଥମେ ସୂର୍ଯ୍ୟ ଦେବଙ୍କୁ ଆବାହନ କରିଥିଲେ ଯାହାର ଫଳ ସ୍ୱରୂପ କୁନ୍ତୀଙ୍କୁ କବଚ କୁଣ୍ଡଳଧାରୀ ସୂର୍ଯ୍ୟ ପୁତ୍ର କର୍ଣ୍ଣ ପ୍ରାପ୍ତି ହୋଇଥିଲା । କିନ୍ତୁ ଲୋକ ଲଜ୍ୟା ଭୟରେ କୁନ୍ତୀ କର୍ଣ୍ଣଙ୍କୁ ନଦୀରେ ପ୍ରଭାବିତ କରିଦେଇଥିଲେ । କିନ୍ତୁ କର୍ଣ୍ଣଙ୍କ ପ୍ରତି ସର୍ବଦା କୁନ୍ତୀଙ୍କ ମୋହ ରହିଥିଲା । ପରେ ପାଣ୍ଡୁଙ୍କ ସହ ବିବାହ ପରେ କୁନ୍ତୀଙ୍କ ଆବାହନରେ ଯୁଧିଷ୍ଠିର , ଭୀମ ,ଅର୍ଜୁନ ଜନ୍ମ ଲାଭ କରିଥିଲେ ।