ଯୁଦ୍ଧ କରିବା ଅଶିକ୍ଷିତର ପରିଚୟ, ପାକିସ୍ଥାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯାଉ – ମେହବୁବା ମୁଫତୀ

Spread the love

ନୂଆଦିଲ୍ଲୀ : ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସମଗ୍ର ଦେଶ ପାକିସ୍ଥାନକୁ ନିନ୍ଦା କରୁଛି ଏବଂ ନିଜ ନିଜର ମାନ୍ତ୍ୟବ୍ୟ ଜାହିର କରିଛନ୍ତି । ସମଗ୍ର ଭାରତବାସୀଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ ହେଉଛି ଏବଂ ଏହି ପରି ପରିସ୍ଥିତିରେ ଭିନ୍ନ ଭିନ୍ନ ରାଜନୈତିକ ଦଳର ପ୍ରମୁଖମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ରଖୁଛନ୍ତି । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ନେତା ମହବୁବା ମୁଫତୀ କହିଛନ୍ତି ଯେ, ପାକିସ୍ତାନକୁ ଆଉ ଗୋଟିଏ ସୁଯୋଗ ଦିଆଯାଉ ।

ବୁଧବାର ଦିନ ମେହବୁବା ମୁଫତୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ପୂର୍ବର ସମସ୍ତ ଆକ୍ରମଣ ଯେପରିକି ପଠାନକୋଟରୁ ଆରମ୍ଭ କରି ମୁମ୍ୱାଇ ଆକ୍ରମଣ ପର୍ଯ୍ୟନ୍ତ ସମସ୍ତ ପ୍ରମାଣ ପାକିସ୍ତାନକୁ ହସ୍ତାନ୍ତର କରାଯାଇଛି ତଥାପି ଭାରତ ପ୍ରଦାନ କରିଥିବା ପ୍ରମାନଙ୍କୁ ଭିତ୍ତ କରି ପାକିସ୍ଥାନ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନାହିଁ । ମେହେବୁବ କହିଛନ୍ତି ଯେ, ପାକିସ୍ଥାନର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଛନ୍ତି, ତେଣୁ ତାଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯାଉ ।

ଏତଦବ୍ୟତୀତ ମେହବୁବା ମୁଫତୀ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ଯେଉଁ ଭଳି ରହିଛି, ଏହି ପରିସ୍ଥିତରେ ଯୁଦ୍ଧ କରିବା କଥା କହିବା କେବଳ ଅଶିକ୍ଷିତ ମୁର୍ଖ କହିପାରିବେ । ଉଭୟ ଭାରତ ଓ ପାକିସ୍ଥାନ ଦୁଇ ଦେଶ ପାଖରେ ନ୍ୟୁକ୍ଲିୟର ଶକ୍ତି ରହିଛି, ତେଣୁ ଉଭୟ ଦେଶ ପରସ୍ପର ସହ ବାର୍ତ୍ତାଳାପ କରି ପରିସ୍ଥିତକୁ ଶାନ୍ତ କରିବା ନିହାତି ଜରୁରୀ । ଆହୁରି ମଧ୍ୟ ମେହବୁବା ମୁଫତୀ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଯୁଦ୍ଧର ହେଲା ପରି ମୋତେ ଲାଗୁ ନାହିଁ ।

ଏହା ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ପିଡିପି ଅଧ୍ୟକ୍ଷ ମେହବୁବା ମଫତୀ କରିଥିଲେ ଯେ ବିନା ପ୍ରମାଣରେ ପାକିସ୍ତାନକୁ ଦୋଷୀ କୁହାଯାଛି । ମଙ୍ଗଳବାର ଟ୍ୱିଟ କରି କହିଥିଲେ ଯେ ମୁଁ ମାନୁଛି, ପାକିସ୍ଥାନଟିକୁ ପଠାନକୋଟରୁ ଆରମ୍ଭ କରି ମୁମ୍ୱାଇ ଆକ୍ରମଣ ପର୍ଯ୍ୟନ୍ତ ସମସ୍ତ ପ୍ରମାଣ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ ପାକିସ୍ଥାନ ଦୋଷୀମାନଙ୍କ ବିରୋଧରେ କିଛି ପଦକ୍ଷେପ ନେଇ ନାହିଁ ।