ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କ ଦୁର୍ବଳ ଲିଭର୍ ଠିକ୍ ହୋଇଯିବ । ପଚନ ପ୍ରକ୍ରିୟା ମଧ୍ୟ ପ୍ରଖର ହୋଇଯିବ ।

Spread the love

ଲୋକଙ୍କୁ ବାହାରର କିଛି ଖାଇବା ଦ୍ୱାରା ପେଟରେ ପୀଡ଼ା ଅନୁଭଵ ହୋଇଥାଏ ପରେ ସେମାନଙ୍କୁ କିଛି ଖାଇବା ପିଇବା ପାଇଁ ଭଲ ଲାଗିନଥାଏ । ଏଥିପାଇଁ ଏହି ଘରୋଇ ଉପଚାରକୁ ଆପଣନ୍ତୁ ।

ପ୍ରାୟତଃ ଲୋକଙ୍କ ପେଟରେ ପୀଡ଼ା ରହିଥାଏ । ଯେତେବେଳେ ଚିକିତ୍ସା ଆରମ୍ଭ ହୋଇଥାଏ, ତେବେ ପ୍ରାୟତଃ ଲୋକଙ୍କୁ ଜଣା ପଡିଥାଏ ସେମାନଙ୍କୁ ଲିଭର ସମ୍ଭାନ୍ଧୀୟ କିଛି ନା କିଛି ଅସୁବିଧା ରହିଥାଏ ଯାହା ସେମାନଙ୍କୁ ପୂର୍ବରୁ ଜଣା ନଥାଏ । ଥରେ ଲୋକଙ୍କୁ ଲିଭର ସମ୍ଭନ୍ଧୀୟ ରୋଗ ହୋଇଗଲେ ସେମାନଙ୍କୁ କୌଣସି ଖାଦ୍ୟ ମଧ୍ୟ ରୁଚି ଲାଗି ନ ଥାଏ । ବାହାରର କୌଣସି ଖାଦ୍ୟ ଖାଇବା ଦ୍ୱାରା ଲୋକଙ୍କୁ ପେଟରେ ପୀଡ଼ା ଆରମ୍ଭ ହୋଇଯାଇଥାଏ । ଏହାର ଚିକିତ୍ସା ନିମନ୍ତେ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ପ୍ରତିଦିନ ପିଇବା ଦ୍ୱାରା ଆପଣଙ୍କ ଦୁର୍ବଳ ଲିଭର୍ ଠିକ୍ ହୋଇଯିବ । ଯଦି ଆପଣଙ୍କ ଲିଭର୍ ଦୁର୍ବଳ ଅଟେ, ତେବେ ଆପଣଙ୍କୁ ଏହାକି ନିହାତି ପିଇବା ଉଚିତ୍ ।

ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କ ଦୁର୍ବଳ ଲିଭର୍ର ଠିକ୍ ହୋଇଯିବ :

ଯଦି ଆପଣଙ୍କ ଲିଭ:ର୍ ଦୁର୍ବଳ ହୋଇଯାଇଛି ଏବଂ କୌଣସି ଜିନିଷ ଖାଇବା ଦ୍ୱାରା ଜୀର୍ଣ୍ଣ ହୁଏ ନାହିଁ; ତେବେ ଏହି ଲେଖାଟି ଆପଣଙ୍କ ପାଇଁ ଅଟେ । ଆଜି ଆମେ ଆପଣଙ୍କୁ ଏକ ଏପରି ଜୁସ୍ ବିଷୟରେ କହିବୁ; ଯାହାକୁ ପିଇବା ଦ୍ୱାରା ଆପଣଙ୍କ ଲିଭର ସଂପୂର୍ଣ୍ଣ ଠିକ୍ ହୋଇଯିବ ଏବଂ ଆପଣ କିଛି ମଧ୍ୟ ଖାଇବା ଦ୍ୱାରା କୌଣସି ଅସୁବିଧା ଭୋଗ କରିବା ପାଇଁ ପଡିବ ନାହିଁ । ସଠିକ୍ ଜୀବନଚର୍ଯ୍ୟା ଏବଂ ଠିକ୍ ଖାଦ୍ୟପେୟ ଅନୁସାରେ ଆପଣ ଜୀବନରେ ସୁସ୍ଥ ରହିପାରିବେ । ଆଜିର ଏହି ଚଳଚଂଚଳ ଜୀବନରେ ଅନେକ ଏପରି କଥା ରହିଛି ଯେପରି ବାହାରର ଖାଦ୍ୟ, ଠିକ ସମୟରେ ଭୋଜନ ନ କରିବା, ଇତ୍ୟାଦି ଆମ ଜୀବନ ଶୈଳୀ ଉପରେ କୁପ୍ରଭାବ ପକାଇଥାଏ । ଏଥିପାଇଁ ଏହି ଜୁସକୁ ପ୍ରତ୍ୟେକ ଦିନ ଆପଣଙ୍କୁ ପିଇବା ଉଚିତ୍ ଯାହାଫଳରେ ଆପଣଙ୍କ ଲିଭର୍ ଠିକ୍ ରହିବ ଏବଂ ଆପଣଙ୍କୁ ପେଟ ସମ୍ଭାନ୍ଧୀୟ କୌଣସି ଅସୁବିଧା ହେବ ନାହିଁ ।

ପ୍ରସ୍ତୁତି ପ୍ରଣାଳୀ :

ଏହି ଜୁସ୍ ତିଆରି କରିବା ପାଇଁ ଆପଣଙ୍କୁ ଯେଉଁ ଜିନିଷ ଦରକାର ପଡିଥାଏ ସେହି ଜିନିଷ ଗୁଡିକ ହେଲା- ୩ଟି ଲେମ୍ବୁ, ୨ଟି କମଳା, କିଛି ପୁଦିନା ପତ୍ର ଏବଂ ଏକ ଲିଟର ସଫା ପାଣି ।

ପାଣିକୁ କୌଣସି ସଫା ବାସନରେ ଗରମ କରନ୍ତୁ ଏବଂ ସେହି ପାଣିରେ ପୁଦିନା ପତ୍ରକୁ ପକାନ୍ତୁ ଏବଂ ପାଣିକୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାପରେ ପାଣିକୁ ଆଞ୍ଚ ଉପରୁ କାଢି ଦିଅନ୍ତୁ ଏବଂ ପାଣିକୁ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଲେମ୍ବୁ ଏବଂ କମଳା ରସକୁ ଏଥିରେ ମିଶାଇ ଦିଅନ୍ତୁ । ଲେମ୍ବୁ ଚୋପାକୁ ପେଶୀ ଏହି ପାଣିରେ ମିଶାନ୍ତୁ ସ୍ୱାଦ ପାଇଁ ଏଥିରେ କିଛି ମହୁ ମିଶାଇ ଦିଅନ୍ତୁ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ଲିଭର ମଜଭୁତ ହୋଇଯାଇ ଥାଏ । ଏହା ଦ୍ୱାରା ଆପଣଙ୍କ ପାଚନ ଶକ୍ତି ମଜଭୁତ ହୋଇଯାଇଥାଏ ଏବଂ କିଛି ମଧ୍ୟ ଖାଇଲେ ପିଇଲେ ହଜମ ହୋଇଯାଇ ଥାଏ । ଲିଭରକୁ ମଜଭୁତ କରିବା ପାଇଁ ଏହି ସବୁ ଜିନିଷକୁ ଆପଣାଇବା ଉଚିତ୍ କାରଣ ଲିଭର ଠିକ ଥିଲେ ଆପଣ ନିଜର ପସନ୍ଦୀୟ ଜିନିଷ ଖାଇ ପାରିବେ ।