୮ ଦିନ ପରେ ବେକାର ହୋଇଯିବ ଆପଣଙ୍କ ପାନ୍ କାର୍ଡ଼ ! ଏହି ପାଞ୍ଚଟି କଥା ଉପରେ ଧ୍ୟାନ ରଖନ୍ତୁ…

Spread the love

ନିୟମାନୁୟାଯୀ, ଲିଙ୍କ ନ କରିବା ଦ୍ୱାରା ଆୟକର ବିଭାଗ ଅଧିନିୟମର ଧାରା-୧୩୯AA ଅନୁଯାୟୀ ଆପଣଙ୍କ ପାନ୍ ଅବୈଧ ହୋଇଯିବ ।

ପାନ୍-ଆଧାର (PAN-Aadhar)କୁ ଲିଙ୍କ କରିବା ତାରିଖ ନିକଟତର ହୋଇ ଆସିଲାଣି । ଯଦି ଆପଣ ବର୍ତ୍ତମାନ ସୁଦ୍ଧା ପାନ୍ କାର୍ଡ ସହ ଆଧାର ଲିଙ୍କ କରିନାହାଁନ୍ତି, ତେବେ ଏକ ଜରୁରୀ ସୂଚନା ଆମେ ଆପଣଙ୍କୁ ଜଣାଉଛୁ ଯେ, ଶୀଘ୍ର ଲିଙ୍କ କରିଦିଅନ୍ତୁ । କାରଣ, ଏହା ଶେଷ ସୁଯୋଗ ଅଟେ । ଏହାପରେ ପାନ୍ ଓ ଆଧାର ଲିଙ୍କ କରିବାର ତାରିଖ ଆଉ ବଢିବ ନାହିଁ । ଆୟକର ବିଭାଗର କହିବା ଅନୁସାରେ, ୩୦ ଜୁନ୍ ୨୦୨୦ ସୁଦ୍ଧା ପାନ୍ ଓ ଆଧାର ଲିଙ୍କ କରିବା ଅନିର୍ବାର୍ଯ୍ୟ ଅଟେ । ଏଥିପାଇଁ ୩୦ ଜୁନ୍ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ । ଏହା ପୂର୍ବରୁ ହିଁ ଲିଙ୍କ କରିବାର ପ୍ରକ୍ରିୟା ସମ୍ପୁର୍ଣ୍ଣ କରିଦିଅନ୍ତୁ । ୩୦ ଜୁନ ପର୍ଯ୍ୟନ୍ତ ଲିଙ୍କ ନ କରିବା ଦ୍ୱାରା ପାନ୍ କାର୍ଡ଼କୁ ରଦ୍ଦ ବୋଲି ଗ୍ରହଣ କରାଯିବ ଏବଂ ଏହା ବେକାର ହୋଇଯିବ ।

ପାନ୍ ଅବୈଧ ହୋଇଯିବ :

Google

ନିୟମ ଅନୁସାରେ, ଲିଙ୍କ ନ କରିବା ଦ୍ୱାରା ଆୟକର ବିଭାଗ ଅଧିନିୟମର ଧାରା-୧୩୯AA ଅନୁଯାୟୀ ଆପଣଙ୍କ ପାନ୍ ଅବୈଧ ହୋଇଯିବ । ସୁବିଜ୍ଞମାନଙ୍କ ଅନୁସାରେ, ପାନ୍ କାର୍ଡ଼ ଲିଙ୍କ ନ ହେଲେ ଏହି ସ୍ଥିତିରେ ଅନଲାଇନ୍ ITR ଫାଇଲ କରିବା ସମୟରେ ସମସ୍ୟା ଉତ୍ପନ୍ନ ହେବ । ଆପଣଙ୍କ ଟେକ୍ସ ଫେରସ୍ତ ଅଟକି ରହିଯାଇପାରେ । ଏହା ବ୍ୟତୀତ ଯେବେ ଆପଣ କୌଣସି ଆର୍ଥିକ କାର୍ଯ୍ୟନିର୍ବାହ କରିବେ, ତେବେ ସେହି ସମୟରେ PANର ବ୍ୟବହାର କାରିପାରିବେ ନାହିଁ ।

Google

ପାନ୍ ଓ ଆଧାର ଲିଙ୍କ କରିବା ସମୟରେ ଏହି ୫ଟି କଥା ଉପରେ ବିଶେଷ ଧ୍ୟାନ ଦେବେ :

୧. ଆଲଫାନୁମେରିକ୍ ସ୍ଥାୟୀ ଆକାଉଣ୍ଟ ନମ୍ବରକୁ ୧୨ ଅଙ୍କ ବିଶିଷ୍ଟ ଆଧାର ସହିତ ଇ-ଫିଲିଙ୍ଗ ପୋର୍ଟାଲ ଜରିଆରେ ଅନଲାଇନ୍ ଲିଙ୍କ କରିବା ଅତି ସହଜ ଅଟେ । ଦୁହିଁଙ୍କୁ ଲିଙ୍କ କରିବା ପାଇଁ ଗୋଟିଏ ଫର୍ମାଟରେ UIDPAN12idgit Aadhar> 10digitPAN > 567678 କିମ୍ବା 56161କୁ SMS ମଧ୍ୟ ପଠାଇ ପାରିବେ ।

୨. ପାନ୍ ଓ ଆଧାର ଅନଲାଇନ୍ ଲିଙ୍କ କରିବା ସମୟରେ ଯଦି କୌଣସି ବ୍ୟକ୍ତି କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେହି ବ୍ୟକ୍ତିମାନେ ଏହାକୁ ଏନଏସଡିଏଲ (NSDL) ଏବଂ ୟୂଟିଆଈଟିଏସଏଲ (UTITSL)କୁ ପାନ୍ ସେବା କେନ୍ଦ୍ରମାନଙ୍କରୁ (PAN Service Center) ଅଫଲାଇନ୍ ମଧ୍ୟ କରିପାରିବେ ।

୩. ଯଦି ଆପଣ ସମୟ ସୀମା ମଧ୍ୟରେ ହିଁ ପାନ୍ ଓ ଆଧାର ଲିଙ୍କ (PAN-Aadhar Link) କରନ୍ତି ନାହିଁ, ତେବେ ଆୟକର ବିଭାଗ (Income-tax Department) ଆପଣଙ୍କ PANକୁ ନିଷ୍କ୍ରିୟ (Invalid) ଘୋଷିତ କରିଦେଇପାରନ୍ତି । ଏହାର ଅର୍ଥ ଏହା ଯେ, ଆପଣ ଏହାପର ITR କିମ୍ବା ବ୍ୟାଙ୍କ ଖାତା ଖୋଲିବା ପରି ଜରୁରୀ କାର୍ଯ୍ୟମାନଙ୍କରେ ପାନ୍ କାର୍ଡ଼ର ବ୍ୟବହାର କରିପାରିବେ ନାହିଁ ।

୪. ଆୟକର ବିଭାଗ ଅଧିନିୟମ ୧୯୬୧ର ଧାରା ୨୭୨ ଅନୁଯାୟୀ “ନିଷ୍କ୍ରିୟ” ପାନ୍ (PAN)ର ବ୍ୟବହାର କରିବା ଦ୍ୱାରା ୧୦,୦୦୦ ଟଙ୍କା ଜୋରିମାନା ଲାଗିପାରେ । ପାନ କାର୍ଡ଼ର ସୂଚନା ଭରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବର (PAN number)କୁ ବହୁତ ସାବଧାନ ସହକାରେ ପୂରଣ କରନ୍ତୁ ବା ଭରନ୍ତୁ । ଏଥିରେ କୌଣସି ମଧ୍ୟ ସ୍ପେଲିଙ୍ଗ ଭୁଲ୍ ହୋଇଗଲେ ଆପଣଙ୍କୁ ବଡ଼ ରକମର ଜୋରିମାନା ଦେବାକୁ ପଡିପାରେ । ଏତିକି ହିଁ ନୁହଁ, ଯଦି ଆପଣଙ୍କ ପାଖରେ ଦୁଇଟି ପାନ୍ କାର୍ଡ଼ ଅଛି, ତେବେ ମଧ୍ୟ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିବ ।

୫. ପାନ୍ (PAN)କୁ ଆଧାର ସହିତ ଯୋଡିବାରେ ଆବଶ୍ୟକତା NRI ମାନଙ୍କ ଉପରେ ଲାଗୁ ହୋଇନଥାଏ । ଜଣେ NRIଙ୍କୁ କିଛି ଅର୍ଥ ନେଣଦେଣ କରିବା ପାଇଁ ଆଧାରର ଆବଶ୍ୟକତା ହୋଇଥାଏ ଏବଂ ସେ ଏଥିନିମନ୍ତେ ଆବେଦନ କରିବାର ଯୋଗ୍ୟ ଅଟନ୍ତି । ଯଦି ଆପଣଙ୍କ ପାଖରେ ଆଧାର ଅଛି, ତେବେ ଆପଣ ଏହାକୁ ନିଜ ପାନ୍ ସହିତ ଯୋଡିପାରନ୍ତି ।

ଏହିପରି ଅନଲାଇନ ଲିଙ୍କ କରନ୍ତୁ :

* ସର୍ବପ୍ରଥମେ ଯଦି ଆପଣଙ୍କ ଆକାଉଣ୍ଟ ହୋଇନାହିଁ, ତେବେ ପ୍ରଥମେ ନିଜକୁ ରେଜିଷ୍ଟ୍ରର କରନ୍ତୁ ।

* ଆୟକର ବିଭାଗର ଇ-ଫିଲିଙ୍ଗ ୱେବସାଇଟ (www.incometaxindiaefilling.gov.in)କୁ ଯାଆନ୍ତୁ ।

* ୱେବସାଇଟରେ ଗୋଟିଏ ଅପ୍ସନ (Option) ଦେଖାଯିବ “ଲିଙ୍କ ଆଧାର” ଏହାକୁ କ୍ଲିକ କରନ୍ତୁ ।

* ଲଗ୍-ଇନ୍ କରିବା ପରେ ନିଜ ଆକାଉଣ୍ଟର ପ୍ରୋଫାଇଲ ସେଟିଙ୍ଗଙ୍କୁ ଯାଆନ୍ତୁ ।

* ପ୍ରୋଫାଇଲ ସେଟିଙ୍ଗରେ ଆପଣଙ୍କୁ ଆଧାର କାର୍ଡ ଲିଙ୍କ କରିବା ଅପ୍ସନ (Option) ଦେଖାଯିବ, ଏହାକୁ ମନୋନୀତ କରନ୍ତୁ ।

* ଏଠାରେ ଦିଆଯାଇଥିବା ବିଭାଗ ବା (section)ରେ ନିଜର ଆଧାର ନମ୍ବର ଏବଂ କୈପ୍ଚା କୋଡ଼ (captcha code) ଭରନ୍ତୁ ।

* ସୂଚନା ଭରିବା ପରେ ନିମ୍ନରେ ଦେଖାଯାଉଥିବା “ଲିଙ୍କ ଆଧାର” ଅପ୍ସନକୁ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ଆଧାର ଲିଙ୍କ ହୋଇଯିବ ।

ଯଦି ରଦ୍ଦ ପାନ କାର୍ଡ଼ ବ୍ୟବହାର କରନ୍ତି ତେବେ…

ପାନ କାର୍ଡ଼ ରଦ୍ଦ ହେବା ପରେ ତାହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇପାରିବ । କିନ୍ତୁ, ଯଦି କେହି ଏହି ମଧ୍ୟରେ ରଦ୍ଦ ପାନ କାର୍ଡ଼ (inoperative PAN card)ର ବ୍ୟବହାର କରନ୍ତି, ତେବେ ତାଙ୍କୁ ଆୟକର ବିଭାଗର ଅଧିନିୟମର ଧାରା ୨୮୨-Bର ଉଲ୍ଲଂଘନ ବୋଲି ବିବେଚିତ କରାଯିବ । ଏଥିରେ ପାନ କାର୍ଡ଼ଧାରୀଙ୍କୁ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଯଦି ପୁନର୍ବାର ସେହି ରଦ୍ଦ ପାନ କାର୍ଡ଼କୁ ବ୍ୟବହାର କରାଯାଏ, ତେବେ ଜୋରିମାନାକୁ ବୃଦ୍ଧି ମଧ୍ୟ କରାଯାଇପାରେ ।