ଆପଣଙ୍କ ମୋବାଇଲ୍ ନମ୍ବର ଆପଣଙ୍କ ଭାଗ୍ୟ ବଦଳାଇ ଦେବା ଜାଣନ୍ତୁ କିପରି ।

Spread the love

ଠିକ୍ ନମ୍ବର ହୋଉଥିଲେ ଆପଣଙ୍କ ଭାଗ୍ୟ ବଦଳି ଯାଇଥାଏ ।

ଅଙ୍କଶାସ୍ତ୍ର ଅନୁସାରେ ଅଙ୍କ ଆମ ଜୀବନ ଓ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ଆପଣ ଠିକ୍ ଅଙ୍କ ନିଜ ପାଇଁ ବାଛନ୍ତୁ । ଅଙ୍କଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ତା’ପାଇଁ କେଉଁଟି ଠିକ୍ ଅଙ୍କ ହୋଇଥାଏ, ସେହି ବିଷୟରେ କୁହାଯାଇଥାଏ । ଯାହା ଫଳରେ ବ୍ୟକ୍ତି ନିଜ ଜୀବନରେ ଏହି ଅଙ୍କକୁ ବ୍ୟବହାର କରି ନିଜ ଭାଗ୍ୟ ବଦଳାଇ ଥାଏ । ଆପଣ ମଧ୍ୟ ଚେଷ୍ଟା କରନ୍ତୁ; କୌଣସି ଜିନିଷ କିଣିବା ସମୟରେ ଆପଣଙ୍କୁ ସୁହାଉଥିବା ଅଙ୍କ ଯେପରି ସେହି ଜିନିଷରେ ରହିଥିବ ।

ଅଙ୍କ ଜ୍ୟୋତିଷ ଅନୁସାରେ ଆପଣଙ୍କ ପାଖରେ ଯେଉଁ ଫୋନ୍ ନମ୍ବର ଅଛି; ସେଥିରେ ଯେଉଁ ନମ୍ବର ସବୁ ରହିଛି; ତାହା ଆପଣଙ୍କ ଜୀବନରେ ସମସ୍ୟା ଆଣିଥାଏ । ଆଜି ଆମେ ଆପଣଙ୍କୁ କିଛି କହିବୁ ମାନେ କିଛି ନମ୍ବର ବିଷୟରେ କହିବୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ପାରିବ ।

ଅଙ୍କଶାସ୍ତ୍ର ଅନୁସାରେ ଏହି ନମ୍ବର ଥିଲେ; ଆପଣଙ୍କ ପାଇଁ ଶୁଭ ହୋଇଥାଏ :

୯ ନମ୍ବର :

ଅଙ୍କଶାସ୍ତ୍ର ଅନୁସାରେ ଯଦି ମୋବାଇଲ ନମ୍ବରରେ ବାରମ୍ବାର ୯ ଆସେ; ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ । ଫୋନ ନମ୍ବରକୁ ଛାଡ଼ି ଯଦି ଆପଣଙ୍କ ପାଖରେ କୌଣସି ଗାଡି ରହିଛି ଓ ସେହି ଗାଡିର ନମ୍ବର ପ୍ଲେଟରେ ଯଦି ୯ ଅଛି ତେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ ।ଏଥିପାଇଁ ଯେବେ ବି ଆପଣ କୌଣସି ଜିନିଷ କିଣୁଛନ୍ତି; ତେବେ ୯ ଥିବା ଜିନିଷ ହିଁ କିଣନ୍ତୁ ।

୩ ଓ ୪ ନମ୍ବର :

ଯେଉଁ ବ୍ୟକ୍ତି କବି, ଚିତ୍ରକର, ଅଭିନୟ ଓ କଳା ସହ ଜଡିତ ସେହି ବ୍ୟକ୍ତିଙ୍କ ପାଇଁ ୩ ଓ ୪ ନମ୍ବର ଶୁଭ ଅଟେ । ଏହି ଦୁଇଟି ନମ୍ବର ଜ୍ଞାନ ଓ ରଚନା ସହ ଜଡିତ ଅଟେ । ଯଦି ଆପଣଙ୍କ ଫୋନ ନମ୍ବରରେ ଏହି ଦୁଇ ନମ୍ବର ରହିଛି, ତେବେ ଆପଣ ନିଜ କଳାରେ ମହାରଥୀ ଅଟନ୍ତି । ଚେଷ୍ଟା କରନ୍ତୁ ଆପଣଙ୍କ ନମ୍ବରରେ ଯେପରି ଏହି ଦୁଇଟି ନମ୍ବର ରୁହେ ।

୬ ଓ ୭ ନମ୍ବର :

୬ ଓ ୭କୁ ମଧ୍ୟ ଖୁବ୍ ଶୁଭ ବୋଲି ମାନ୍ୟତା ଦିଆଯାଇଛି । ଅଙ୍କଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଫୋନ ନମ୍ବରରେ ଏହି ଅଙ୍କ ଅର୍ଥାତ ୬ ନମ୍ବରଟି ଅଧିକ ଥର ପୁନରାବୃତ୍ତି ହେଉ, ସେହି ଲୋକମାନେ ଜୀବନରେ (ପରିବାର, ଜ୍ଞାତିକୁଟୁମ୍ବ, ସମାଜ ପ୍ରତିଟି ସ୍ଥାନରୁ) ଖୁବ୍ ପ୍ରେମ ପାଇଥାନ୍ତି । ୭ ଅଙ୍କ ବଳର ପ୍ରତୀକ ଅଟେ । ତେଣୁ ଯଦି ଆପଣଙ୍କ ଫୋନ୍ ନମ୍ବରରେ ଏହି ଅଙ୍କ ଥାଏ; ତେବେ ଆପଣଙ୍କ କଥା ସବୁ ସ୍ଥାନରେ ରହିଥାଏ ।

ଅଙ୍କ ୨ :

ଖେଳ, ପୋଲିସ ଓ ସୈନିକ କ୍ଷେତ୍ରରେ ଏହି ନମ୍ବରକୁ ଭାରି ବ୍ୟବହାର କରାଯାଇ ଥାଏ । ଏହି ନମ୍ବର ଯଦି ଆପଣଙ୍କ ଫୋନରେ ବାରମ୍ବାର ଆସିଥାଏ; ତେବେ ଏହା ଆପଣଙ୍କୁ ଖୁବ୍ ସଫଳତା ଦେଇଥାଏ ।

ଏହି ଅଙ୍କଗୁଡିକ ଅଶୁଭ ଅଟେ :

ମୋବାଇଲରେ ବାରମ୍ବାର ୮ ଆସିଲେ ଏହା ଅଶୁଭ ଅଟେ । ଏଥିପାଇଁ ଯେତେବେଳେ ମଧ୍ୟ ଆପଣ ନମ୍ବର ନିଅନ୍ତି; ଧ୍ୟାନ ଦେବେ ଯେପରି ୮ ସେହି ନମ୍ବରରେ ନ ରହେ । ୮ ପରି ୫ କୁ ମଧ୍ୟ ଅଶୁଭ ବୋଲି ମାନ୍ୟତା ରହିଛି ।