ଆଖିକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦେଇପାରେ ଆପଣଙ୍କ ଏହି ଗୋଟିଏ ଭୁଲ୍, ଯାହା ଆପଣ ପ୍ରତିଦିନ କରନ୍ତି ।

Spread the love

କୁହାଯାଏ କି ଆଖି ହେଉଛି ମନୁଷ୍ୟ ଶରୀରର ସବୁଠାରୁ ଅତି ଭଙ୍ଗୁର ଅଙ୍ଗ, ଯାହା ବିନା ମନୁଷ୍ୟର ଜୀବନ ଅସମ୍ପୂର୍ଣ୍ଣ ହୋଇଯାଏ । ଚକ୍ଷୁ ଦ୍ୱାରା ମନୁଷ୍ୟ ଜୀବନର ସମସ୍ତ ରଙ୍ଗକୁ ଦେଖିପାରେ, ଯାହା ଏକ ନେତ୍ରହୀନ ବ୍ୟକ୍ତି କେବେ ଦେଖିପାରେ ନାହିଁ । ଏହି କାରଣରୁ ଚକ୍ଷୁ ନା କେବଳ ମନୁଷ୍ୟ ଶରୀର ବରଂ ତା’ଜୀବନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଯଦି ଆମେ ଏହାକୁ ସିଧା ଅର୍ଥରେ କହିବା, ତାହାହେଲେ ଭଗବାନଙ୍କ ଦ୍ୱାରା ମନୁଷ୍ୟକୁ ଦିଆଯାଇଥିବା ଏକ ଅମୂଲ୍ୟ ଉପହାର । ବର୍ତ୍ତମାନ ଆଜିକାଲିର ଲୋକମାନେ ଭଗବାନଙ୍କ ଦ୍ଵାରା ଦିଆ ଯାଇଥିବା ଏହି ଉପହାର ସହ ଖେଳ ଖେଳନ୍ତି ।

ଅଧିକାଂଶ ଲୋକ ଆଜିର ସମୟରେ ନିଜ ଭୁଲ୍ ଯୋଗୁଁ ଚକ୍ଷୁ ସମ୍ବନ୍ଧୀୟ ରୋଗରେ ପୀଡିତ ହୁଅନ୍ତି । ବର୍ତ୍ତମାନ ତ କମ ବୟସର ଛୁଆମାନଙ୍କର ଚକ୍ଷୁର ଦୁର୍ବଳତା ହେତୁ ଚଷମା ଆବଶ୍ୟକ ପଡ଼େ । ସେମାନେ କହନ୍ତି, ଭଗବାନଙ୍କ ଏହି ଉପହାରର ଯଦି ଆମେ ସମ୍ମାନ ନ କରିବା, ତେବେ ଏଥିରେ ଆମର ହିଁ କ୍ଷତି ହେବ । କିଛି ଏମିତି ହିଁ ଆମେ ଆମ ଆଖି ସହ କରିଥାଉ । ବର୍ତ୍ତମାନ ସମୟରେ ଲୋକ ନିଜ ଆଖିକୁ ଭୁଲ ରୁପେ ଏବଂ ଆବଶ୍ୟକରୁ ଅଧିକ ବ୍ୟବହାର କରନ୍ତି । ଏହି କାରଣରୁ ଆଜି ଲକ୍ଷ ଲକ୍ଷ ଲୋକ ଚକ୍ଷୁ ରୋଗରେ ପୀଡ଼ିତ ହୁଅନ୍ତି ।

ଯଦି ଆପଣ ଆପଣଙ୍କ ଚକ୍ଷୁର ସୁରକ୍ଷା ଚାହୁଁଛନ୍ତି; ତେବେ ଆପଣଙ୍କୁ ଏହି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେବାକୁ ହେବ, ଯାହା ବର୍ତ୍ତମାନ ଆମେ ଆପଣଙ୍କୁ କହିବୁ । ଏହା ଏଥିପାଇଁ କାହିଁକି ନା ଯଦି ଆପଣ ଏହି ଛୋଟ ଛୋଟ କଥାକୁ ଧ୍ୟାନ ନ ଦିଅନ୍ତି, ତେବେ ଆପଣଙ୍କ ଆଖି ଖରାପ ମଧ୍ୟ ହୋଇପାରେ । ଆଜି ଆମେ ଆପଣଙ୍କୁ ଆପଣଙ୍କର ଏମିତି ଏକ ଭୁଲ ବିଷୟରେ କହିବୁ, ଯାହା ଆପଣ ପ୍ରତିଦିନ କରନ୍ତି ଏବଂ ଏହି ଏକ ଭୁଲ ଯୋଗୁଁ ଆପଣଙ୍କ ଚକ୍ଷୁର ଅଧିକ ମାତ୍ରାରେ କ୍ଷତି କରିଥାଏ । ବର୍ତ୍ତମାନ ଭାରତରେ ମୋବାଇଲର ସଂଖ୍ୟା ଯେତେ ମାତ୍ରାରେ ବଢୁଛି; ସେତିକି ଅଧିକ ମାତ୍ରାରେ ଲୋକେ ମୋବାଇଲର ବ୍ୟବହାର ମଧ୍ୟ କରନ୍ତି ।

କିନ୍ତୁ ଆମେ ଆପଣଙ୍କୁ କହି ଦେଉଛୁ ଯେ, ମୋବାଇଲର ବ୍ୟବହାର ନା କେବଳ ଶାରୀରିକ ରୂପେ ବରଂ ମାନସିକ ରୂପେ ମଧ୍ୟ ଏହାର ଖରାପ ପ୍ରଭାବ ପଡିଥାଏ । ହଁ, ମୋବାଇଲର ଅତ୍ୟାଧିକ ବ୍ୟବହାର ଦ୍ୱାରା ଆପଣଙ୍କୁ ମାନସିକ ଓ ଶାରୀରିକ ରୂପରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଆଜିକାଲି ଯେ କିଏ ହୁଅନ୍ତୁ ନା କାହିଁକି ଦିନରାତି ମୋବାଇଲରେ ଚାଟିଙ୍ଗ ଓ ଗେମ୍ ଖେଳିବାରେ ବ୍ୟସ୍ତ ରୁହନ୍ତି । ଏମିତି ପରିସ୍ଥିତିରେ ଏହାର ପ୍ରଭାବ ଆପଣଙ୍କ ଆଖି ଉପରେ ପଡିପାରେ ।

ଅର୍ଥାତ ଆମେ ଯଦି ସିଧା ଭାଷାରେ କହିବା, ତେବେ ବର୍ତ୍ତମାନ ଲୋକମାନେ ବାହାରେ ଖେଳ ଖେଳିବା ଅପେକ୍ଷା ଦିନସାରା ମୋବାଇଲରେ ଗେମ ଖେଳିବାରେ ଲାଗିଥାନ୍ତି ।ଯାହାଦ୍ୱାରା ନା କେବଳ ଶରୀର ଦୁର୍ବଳ ହୁଏ ବରଂ ତାଙ୍କର ଆଖି ମଧ୍ୟ ଦୁର୍ବଳ ହୋଇଯାଏ । ଏହାଛଡା ବହୁତ ଲୋକ ଅନ୍ଧାରରେ ମଧ୍ୟ ମୋବାଇଲର ବ୍ୟବହାର କରନ୍ତି ଏବଂ ଏହାର ସବୁଠୁ ଅଧିକ କୁପ୍ରଭାଵ ଆପଣଙ୍କ ଆଖି ଉପରେ ହିଁ ପଡ଼ିଥାଏ । ଏହା ଦ୍ୱାରା ଆଖିକୁ ବହୁତ କ୍ଷତି ପହଞ୍ଚି ଥାଏ । ଏମିତିକି ଯଦି ଆପଣ ପ୍ରତ୍ୟେକ ଦିନ ଏପରି କରନ୍ତି; ତେବେ ଆପଣଙ୍କ ଆଖିରେ ଅନେକ ପ୍ରକାରର ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ ।

ତେଣୁ ଆପଣ ଯଦି ଆପଣଙ୍କ ଆଖିକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି; ତେବେ ମୋବାଇଲର ବ୍ୟବହାର କାମ କରନ୍ତୁ ଏବଂ ଆପଣଙ୍କ ଆଖିର ଯତ୍ନ ନିଅନ୍ତୁ ।