ଏହି ୧୦ଟି ଖରାପ ଅଭ୍ୟାସ: ଆପଣଙ୍କର ମସ୍ତିଷ୍କ ଖରାପ ହେବାର ମୁଖ୍ୟ କାରଣ ହୋଇପାରେ । ଆସନ୍ତୁ ଜାଣିବା…

Spread the love

ଆଜିକାଲି ପ୍ରତ୍ୟେକ ୫ଜଣ ଲୋକଙ୍କ ମଧ୍ୟରେ ୪ଜଣ ଚିନ୍ତିତ ରୁହନ୍ତି । କେହି ଚାକିରୀ ପାଇଁ ତ କିଏ ନିଜ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତିତ ରହୁଛନ୍ତି । ଅଧିକାଂଶ ସମୟରେ ଅଧିକ ଚିନ୍ତାରେ ରହିବା ଯୋଗୁଁ ନିଜ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଯାଏ ଓ ନିଜର ଜୀବନଚର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଏପରି କି ଚିନ୍ତାଗ୍ରସ୍ତ ହୋଇ ବ୍ୟକ୍ତି ନିଜ ଖାଦ୍ୟପେୟର ଯତ୍ନ ଠିକ୍ ଭାବରେ ନେଇନଥାଏ । ଯାହାଫଳରେ ନିଜ ଶରୀର ଉପରେ ଅନେକ କୁ-ପ୍ରଭାବ ପଡିଥାଏ ଏବଂ ମସ୍ତିଷ୍କ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପଡିଥାଏ । ଲୋକମାନେ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କରିଥାନ୍ତି କିନ୍ତୁ ନିଜ ମସ୍ତିଷ୍କ ପାଇଁ ଚିନ୍ତା କରନ୍ତି ନାହିଁ । ଯଦି ମନୁଷ୍ୟର ମସ୍ତିଷ୍କ ଭଲ ରହିବନାହିଁ, ତେବେ ଶରୀର କିଭଳି ଭଲରେ ରହିପାରିବ ? ଆସନ୍ତୁ କେଉଁ ଖରାପ ଅଭ୍ୟାସ ଯୋଗୁଁ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ, ସେ ବିଷୟରେ ସମ୍ପୁର୍ଣରୂପେ ଜାଣିବା ।

୧) ମୁଣ୍ଡକୁ ଘଡ଼େଇ ଶୋଇବା –

ଶୀତ ଋତୁରେ ବା ଅନ୍ୟ କୌଣସି କାରଣ ଯୋଗୁଁ ଥଣ୍ଡା ଲାଗୁଥିଲେ ଅଧିକାଂଶ ଲୋକମାନେ ମୁଣ୍ଡକୁ ଘଡ଼େଇ ଶୋଇଥାନ୍ତି । ଏଭଳି ଶୋଇବା ଯୋଗୁଁ ମସ୍ତିଷ୍କର କାର୍ଯ୍ୟକରିବା କ୍ଷମତା କମ ହେବାକୁ ଲାଗିଥାଏ । କାରଣ ମୁଣ୍ଡକୁ ଘଡ଼େଇ ଶୋଇବା ଯୋଗୁଁ ସେହି ବ୍ୟକ୍ତିକୁ ଠିକ୍ ପରିମାଣରେ ଅମ୍ଳଜାନ ମିଳିନଥାଏ ଓ ଅଙ୍ଗାରକାମ୍ଳର ପରିମାଣ ନିରନ୍ତର ବଢ଼ିବାରେ ଲାଗିଥାଏ । ଏହା ଯୋଗୁଁ ଡ଼ିମୋସ୍ନିୟା ଓ କ୍ରୋନିକ୍ ର ପ୍ରଭାବରେ ମୁଣ୍ଡବ୍ୟଥା ସମସ୍ୟା ଦେଖିବାକୁ ପାଇବା ।

୨) ରାତିରେ ଅଧିକ ସମୟ ଚେତା ବା ଅନିଦ୍ରା ରହିବା –

ରାତିରେ ଅଧିକ ସମୟ ପର୍ଯ୍ୟନ୍ତ କାହା ସହିତ ଚାର୍ଟିଂ କରିବା, ସିନେମା ଦେଖିବା ବା ବହୁତ ଡେରିରେ ଭୋଜନ କରିଲେ ମଧ୍ୟ ନିଜ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ । ରାତ୍ରରେ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଲେ ମସ୍ତିଷ୍କର ସେଲ୍ସ ଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ ଓ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । ମସ୍ତିଷ୍କକୁ ପର୍ଯ୍ୟାପ୍ତ ମାତ୍ରାରେ ବିଶ୍ରାମ ଆବଶ୍ୟକ ହୋଇଥାଏ, ଏହା ଦ୍ୱାରା ସ୍ୱାସ୍ଥ୍ୟ ସହ ମସ୍ତିଷ୍କ ମଧ୍ୟ ସୁରକ୍ଷିତରେ ରହିଥାଏ । ଯଦି ଶୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିଦ ନହେଲେ ମସ୍ତିଷ୍କକୁ ଖରାପ କରୁଥିବା ଅଣୁ ଗୁଡ଼ିକର ସଂଖ୍ୟା ବଢିଯାଏ ।

୩) ବ୍ରେକଫାଷ୍ଟ ନକରିବା –

ଜଳଖିଆ ନକରିଲେ ମଧ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସକାଳେ ଜଳଖିଆ ନକରିବା ଯୋଗୁଁ ମସ୍ତିଷ୍କକୁ ପର୍ଯ୍ୟାପ୍ତ ନ୍ୟୁଟ୍ରିସନ୍ ମିଳିନଥାଏ; ଯାହା ଯୋଗୁଁ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । ଏଥିଯୋଗୁଁ କୌଣସି ମଧ୍ୟ କାମ କରିବା ପାଇଁ ଇଛା ଲାଗିନଥାଏ ।

୪) ସକାଳେ ଅଧିକ ଶୋଇବା –

ଅଧିକ ଓ ଭଲ ନିଦ ସ୍ୱାସ୍ଥ୍ୟପାଇଁ ଭଲ ଅଟେ । କିନ୍ତୁ ଅଳ୍ପ ଶୋଇଲେ ଯେତେ ପରିମାଣରେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ, ସେହିଭଳି ସକାଳେ ଅଧିକ ଶୋଇଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସକାଳେ ଅଧିକ ସମୟ ଶୋଇଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିବା ସଙ୍ଗେ ସଙ୍ଗେ ଚିନ୍ତା କରିବା ଓ ଭାବନା ଶକ୍ତି ହ୍ରାସ ହୋଇଯାଏ ।

୫) ଅଧିକ ମିଠା ଖାଇବା –

ଅଧିକ ମିଠା ଖାଇବା ଠାରୁ ଆପଣ ଦୁରେଇ ରହିବା ଉଚିତ । ନଚେତ ଏହା ଆପଣଙ୍କ ଚିନ୍ତା କରିବା ଶକ୍ତିକୁ ହ୍ରାସ କରିଦେଇ ଥାଏ । କମ୍ ପରିମାଣରେ ମିଠା ଖାଇ ପାରିବେ ଓ ମସ୍ତିଷ୍କକୁ ସୁସ୍ଥରେ ରଖିବାପାଇଁ ଫଳ ସେବନ କରନ୍ତୁ ।

୬) ଅବଶ୍ୟକତା ଠାରୁ ଅଧିକ ସେବନ କରିବେ ନାହିଁ –

ଅବଶ୍ୟକତା ଠାରୁ ଅଧିକ ଭୋଜନ କରିଲେ ମଧ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଅଧିକ ପରିମାଣରେ ଭୋଜନ କରିବା ଯୋଗୁଁ ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିଥାଏ । ଯେଉଁ କାରଣରୁ, ଶରୀରରେ ଇନ୍ସୁଲିନ୍ ର ପରିମାଣ ବଢିଯାଏ । ଇନ୍ସୁଲିନ୍ କେବଳ ଶରୀର ମୋଟା ଓ ମଧୁମେହ ହିଁ କରିନଥାଏ । ଏହା ଯୋଗୁଁ ହୃଦୟର ନଳୀମାନଙ୍କରେ blockage (ବନ୍ଦ) ହେବାର ସମ୍ଭାବନା ବଢିଯାଏ ।

୭) ଟିଭି ବା କୋମ୍ପୁଟର ଦେଖୁଥିବା ସମୟରେ ଭୋଜନ କରିବା –

ଅଧିକାଂଶ ଲୋକମାନେ ଭୋଜନ କରିବା ସମୟରେ ଟିଭି, କମ୍ପୁଟର, ମୋବାଇଲକୁ ଦେଖିଥାନ୍ତି, ଯାହା ଯୋଗୁଁ ମସ୍ତିଷ୍କ ଠିକ୍ ରେ କାର୍ଯ୍ୟ କରିପାରିନ ଥାଏ ଓ ଇନ୍ସୁଲିନ୍ ର ଉତ୍ପାଦନରେ ନିୟନ୍ତ୍ରଣ ରହି ନଥାଏ । ତେଣୁ ସବୁଠାରୁ ଭଲ ହେବ, ଭୋଜନ କରିବା ସମୟରେ ଏ ଗୁଡ଼ିକର ବ୍ୟବହାର କରନ୍ତୁ ନାହିଁ । ନଚେତ ସେଗୁଡ଼ିକର ବ୍ୟବହାର କରିବା ପରେ ଭୋଜନ କରନ୍ତୁ ।

୮) ଅଧିକ ପରିମାଣରେ ପାଣି ପିଅନ୍ତୁ –

ପାଣି ଆମ ଶରୀରକୁ ହାଇଡ୍ରେଟ୍ ରଖିବା ସହ ମସ୍ତିଷ୍କକୁ ମଧ୍ୟ ଭଲରେ ରଖିବା ପାଇଁ ସହାୟତା କରିଥାଏ । ପ୍ରତ୍ୟେକ ଦିନ ଯଦି ଆମେ ୭/୯ ଗ୍ଲାସ ରୁ କମ ପାଣି ପିଇଲେ ଆମ ଶରୀର ସହ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇ ଥାଏ । ଯାହା ଯୋଗୁଁ ମସ୍ତିଷ୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ ।

୯) ଅଧିକ ସମୟ ପର୍ଯ୍ୟନ୍ତ ମୂତ୍ର ତ୍ୟାଗ ନକରିବା –

ମୂତ୍ରରୁ ଆମ ଶରୀରର ସବୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଯାହା ଯୋଗୁଁ, ଆମ ଶରୀର କେତେକ ରୋଗ ଠାରୁ ସୁରକ୍ଷାରେ ରହିଥାଏ ସେହିଭଳି ଆମ ମସ୍ତିଷ୍କର ବିଷାକ୍ତ ପଦାର୍ଥ ଗୁଡ଼ିକ ବାହାରକୁ ଆସିବାପାଇଁ ମୂତ୍ର ତ୍ୟାଗ କରିବା ନିହାତି ଆବଶ୍ୟକ । ଅଧିକ ସମୟ ପର୍ଯ୍ୟନ୍ତ ମୂତ୍ର ତ୍ୟାଗ ନକରି ରହିଲେ; ମସ୍ତିଷ୍କ ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ ।

୧୦) ଧୂମ୍ରପାନ କରିବା –

ଧୂମ୍ରପାନ ଆପଣଙ୍କ ମସ୍ତିଷ୍କକୁ ଦୁର୍ବଳ କରିଦେଇଥାଏ । ଧୂମ୍ରପାନ କରିବା ଯୋଗୁଁ କଣ୍ଟେକ୍ସ ଉପରେ ପ୍ରଭାବ ପଡ଼ିଥାଏ; ଯାହାକି ଆପଣଙ୍କ ସ୍ମରଣ ଶକ୍ତିକୁ ନଷ୍ଟ କରିଦେଇ ଥାଏ । ତେଣୁ ସିଗାରେଟ ଓ ମଦ ଠାରୁ ଦୂରେଇ ରୁହନ୍ତୁ ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ Share କରନ୍ତୁ !