ଏହି ଯୁବତୀଙ୍କ ପ୍ରେମରେ ପାଗଳ ହୋଇଥିଲେ ଯୁବା କ୍ରିକେଟର ୠଷଭ ପନ୍ତ ! ନାମ ଜାଣି ଆପଣଙ୍କୁ ବିଶ୍ୱାସ ହେବ ନାହିଁ ।

Spread the love

ଏହି ଦିନମାନଙ୍କରେ ବିଶ୍ଵକପକୁ ନେଇ ଏକ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି । ଏହି ବର୍ଷ ଟ୍ରଫି ଜିତି ଘରକୁ ଆଣିବା ପାଇଁ ସବୁ ଭାରତୀୟ ଖେଳାଳି ମାନେ ବହୁତ ପରିଶ୍ରମ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯେତୋଟି ଖେଳ ହୋଇଛି; ସେଥିରେ ଭାରତର ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି । ଭାରତୀୟ ଦଳର ଓପେନର ଖେଳାଳି ଶିଖର ଧବନ ମଧ୍ୟ ନିଜର ବିସ୍ମୟକର ଖେଳ ପାଇଁ ଜଣାଯାଆନ୍ତି । ତାଙ୍କୁ ଖେଳୁଥିବା ସମୟରେ ଆଘାତ ଲାଗିଥିବା ଯୋଗୁଁ ସେ ବିଶ୍ଵକପରେ ଖେଳିପାରିବେ ନାହିଁ । ତେଣୁ ତାଙ୍କ ପରିବର୍ତ୍ତେ ଯୁବା ୱିକେଟ-କିପର ଏବଂ ବ୍ୟାଟ୍ସମେନ ୠଷଭ ପନ୍ତଙ୍କୁ ଅଣାଯାଇଛି । ଏହା ପ୍ରଥମ ଥର ଯେବେ ୠଷଭ ବିଶ୍ଵକପରେ ଖେଳିବେ । ୠଷଭଙ୍କ ଆସିବା ପରେ ତାଙ୍କ ପ୍ରଶଂସକ ବହୁତ ଖୁସି ଦେଖା ଯାଉଛନ୍ତି । ତାଙ୍କର ଧୂଆଁଧାର ଖେଳ ସମସ୍ତେ ଜାଣନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ୠଷଭଙ୍କ ଲୋକପ୍ରିୟ ପ୍ରେମିକା “ଇଷା ନେଗୀ”ଙ୍କ ବିଷୟରେ କିଛି ଆଶ୍ଚର୍ଯ୍ୟକର କଥା କହିବୁ ।

କିଛି ସମୟ ପୂର୍ବରୁ ୠଷଭ ନିଜ ପ୍ରେମିକା ଇଷା ନେଗୀଙ୍କ ସହ କିଛି ଫୋଟ ସେୟାର କରିଥିଲେ । ତାଙ୍କର ଏହି ଫୋଟ ବହୁତ ଭାଇରଲ ହୋଇଥିଲା । ଏହି ଫୋଟରେ ଲୋକମାନେ ତାଙ୍କର ପ୍ରେମିକାଙ୍କୁ ପ୍ରଥମଥର ପାଇଁ ଦେଖିଥିଲେ । ଏହା ଛଡା ସେ ଖୋଲାଖୋଲି ଭାବରେ ସୋସିଆଲ ମିଡ଼ିଆରେ ନିଜ ପ୍ରେମ ପ୍ରକାଶ କରିଥିଲେ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, ଯେଉଁ ଯୁବତୀଙ୍କୁ ୠଷଭ ଭଲ ପାଉଛନ୍ତି ପ୍ରକୃତରେ ସେ ଯୁବତୀ ଜଣକ କିଏ ? ବର୍ତ୍ତମାନ ଲୋକେ ସେହି ଯୁବତୀଙ୍କ ବିଷୟରେ ଜାଣିବା ପାଇଁ ଇଛୁକ ଅଟନ୍ତି ।

ଖବର ଅନୁସାରେ ୠଷଭଙ୍କ ପ୍ରେମିକା ଇଷା ନେଗୀ ଉତ୍ତରାଖଣ୍ଡର ବାସିନ୍ଦା ଅଟନ୍ତି । ତାଙ୍କର ଫେସନ ସେନ୍ସ ଏବଂ ଫେସନ ଶୈଳି ମନ ମୁଗ୍ଧକର ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଅଟେ । ପୁଣି ତାଙ୍କର ସୁନ୍ଦରତା ଆହୁରି ମଧ୍ୟ ଅଧିକ ସୁନ୍ଦର କରିଦିଏ । ଏହି ଯୋଗୁଁ ସେ ନିଜର ଇନଷ୍ଟାଗ୍ରାମରେ ଅଧିକ ଲୋକପ୍ରିୟ ଅଟନ୍ତି । ତାଙ୍କର ଷ୍ଟାଇଲ ବଲିଉଡ ଅଭିନେତ୍ରୀଙ୍କ ଠାରୁ କିଛି କମ ନୁହେଁ । ଆମର ମତରେ ତାଙ୍କର ସୁନ୍ଦରତା ଏବଂ ଚାହାଣି ଦ୍ଵାରା ସେ ସହଜରେ ସଭିଁଙ୍କ ହୃଦୟ ଜିତି ପାରିବେ ।

ଇସାଙ୍କ ଫୋଟରେ ତାଙ୍କର ସୌନ୍ଦର୍ଯ୍ୟର ଶୈଳୀକୁ ଦେଖି ଲୋକେ ଭାବନ୍ତି ଯେ, ବୋଧେ ସେ ମୋଡେଲିଙ୍ଗ କରୁଥିବେ କିନ୍ତୁ ଏହିପରି କିଛି ନୁହଁ । ଇଷା ନିଜେ ଏକ ଇଣ୍ଟିରିୟର ଡେକର ଡିଜାଇନର ଅଟନ୍ତି । ଇଷାଙ୍କ ସୁନ୍ଦରତାର ଅନ୍ୟ ଗୋଟିଏ ବିଶେଷ କଥା ଏହା ଯେ, ସେ ଗ୍ଲେମର ଡ୍ରେସ ସହ ପାରମ୍ପାରିକ ପୋଷାକରେ ବହୁତ ସୁନ୍ଦର ଦେଖା ଯାଆନ୍ତି ।

ଇସାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ ତାଙ୍କର ପଢାପଢି ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଜିସସ ଏଣ୍ଡ ମେରି ମହାବିଦ୍ୟାଳୟରେ ହୋଇଥିଲା । ଏହା ବ୍ୟତୀତ ସେ ନୋଇଡ଼ାର ଏମିଟି ବିଶ୍ଵବିଦ୍ୟାଳୟର ବିଦ୍ୟାର୍ଥୀ ଅଟନ୍ତି । ଇଷା ଏବଂ ୠଷଭ ସବୁବେଳେ ଏକାଠି ଦେଖାଯାଆନ୍ତି । ଏହି ଦୁହିଁଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି ।

ସୋସିଆଲ ମିଡ଼ିଆରେ ମଧ୍ୟ ଉଭୟ ବହୁତ ଏକ୍ଟିଭ ଥାଆନ୍ତି । ଜାନୁୟାରୀ ମାସର ୠଷଭ ଇସାଙ୍କ ଏକ ଫୋଟ ତଳେ କମେଣ୍ଟ କରି ଲେଖିଥିଲେ ଯେ, “ମୁଁ ତୁମକୁ ସବୁବେଳେ ଖୁସିରେ ଦେଖିବାକୁ ଚାହେଁ ଏବଂ ତୁମର ଖୁସିରେ ମୋର ମଧ୍ୟ ଖୁସି ଲୁଚି ଅଛି ।” ୠଷଭଙ୍କ ଏହି କମେଣ୍ଟର ଉତ୍ତର ଇଷା ବହୁତ ପ୍ରେମମୟ ଢଙ୍ଗରେ ଦେଇଥିଲେ । ସେ ଏହି ଫୋଟକୁ ସେୟାର କରି ଲେଖିଥିଲେ ଯେ, “ମୋ ବ୍ୟକ୍ତି, ମୋ ଆତ୍ମୀୟ, ମୋ ଘନିଷ୍ଟ ବନ୍ଧୁ, ମୋ ଜୀବନର ପ୍ରେମ ୠଷଭ ପନ୍ତ ।”

ହେଲେ ଆପଣମାନଙ୍କୁ ଇଷା ଏବଂ ୠଷଭଙ୍କ ଯୋଡି କିପରି ଲାଗୁଛି ଆମକୁ ନିଶ୍ଚୟ ଜଣାଇବେ ।