1 ଜାନୁୟାରୀ ଠାରୁ ଆପଣ ATM ରୁ ବାହାର କରି ପାରିବେ ନାହିଁ ପଇସା, ଜାଣନ୍ତୁ ଏହାର କାରଣ

Spread the love

1 ଜାନୁଆରୀ ରୁ ଆପଣ ATM କାର୍ଡ, ଡେବିଟ କାର୍ଡ ଆଉ କ୍ରେଡିଟ କାର୍ଡ ହୁଏ ଫଁ କାମ ନ କରିପାରେ । RBI ଏହି ବିଷୟରେ ବହୁତ ଦିନ ପୂର୍ବରୁ ଏକ ଆଦେଶ ଜାରି କରିଥିଲେ, ଏହି ଆଦେଶ ଅନୁସାରେ ବ୍ୟାଙ୍କ ମ୍ୟାଗ୍ନେଟିକ ଷ୍ଟ୍ରଇପ କାର୍ଡ଼ ଵାଲା ATM କାର୍ଡ଼ ଡେବିଟ ଓ କ୍ରେଡିଟ କାର୍ଡକୁ ବ୍ଲକ କରି ଦେବେ ଆଉ ଏହାର ଜାଗାରେ ସବୁ ଗ୍ରାହକ ମାନଙ୍କୁ EMV ଚିପ୍ସ ଵାଲା ATM କାର୍ଡ, ଡେବିଟ କାର୍ଡ ଆଉ କ୍ରେଡିଟ କାର୍ଡ ଜାରି କରିବେ । ବ୍ୟାଙ୍କମାନେ EVM ଚିପ ଵାଲା କାର୍ଡ ଦେବା ଆରମ୍ଭ ବି କରି ଦେଇଛନ୍ତି । ଯଦି କାହାକୁ ଏହିସବୁ କାର୍ଡ ମିଳି ନାହିଁ ତ ତୁରନ୍ତ ବ୍ୟାଙ୍କରେ ଯାଇ ବଦଳେଇ ନିଅନ୍ତୁ । କାରଣ ନୂଆ ATM କାର୍ଡ ବିନା ଆଉ ଆପଣ ପଇସା ଉଠେଇ ପାରିବେ ନାହିଁ ଓ ଅନଲାଇନ ପେମେଂଟ ମଧ୍ୟ କରି ପାରିବେ ନାହିଁ । ଏହି ପଦକ୍ଷେପ RBI ATM, ଡେବିଟ କାର୍ଡ ଆଉ କ୍ରେଡିଟ କାର୍ଡକୁ ସୁରକ୍ଷିତ ରଖିବା ପାଇଁ ଏହି ସବୁ କରୁଛି । ଏକ ତଥ୍ୟ ଅନୁଯାୟୀ, ଦେଶରେ ପାଖା ପାଖି 90 କୋଟି ATM କାର୍ଡ, ଡେବିଟ ଆଉ କ୍ରେଡିଟ କାର୍ଡ ଅଛି ।

ଦୁଇ ପ୍ରକାରର ଅଛି ATM, ଡେବିଟ ଆଉ କ୍ରେଡିଟ କାର୍ଡ:-

ଦେଶରେ ଏବେ ଦୁଇ ପ୍ରକାରର ATM କାର୍ଡ ATM, ଡେବିଟ ଆଉ କ୍ରେଡିଟ କାର୍ଡ ଚାଲିବାକୁ ଯାଉଛି । ପ୍ରଥମ ମେଗ୍ନେଟିକ ଷ୍ଟାଇପ ଆଉ ଦ୍ଵିତୀୟ ଚିପ ଵାଲା କାର୍ଡ । RBI ର ଆଦେଶ ଅନୁସାରେ, ମେଗ୍ନେଟିକ ଷ୍ଟାଇପ କାର୍ଡ କୁ EMV ଚିପ ଵାଲା ATM କାର୍ଡ ATM ,ଡେବିଟ ଆଉ କ୍ରେଡିଟ କାର୍ଡ ରେ ବଦଳି ଦିଆ ଯିବ । ଖବର ଅନୁସାରେ, ମେଗ୍ନେଟିକ ଷ୍ଟାଇପ ଏବେ ଆଉ ସୁରକ୍ଷିତ ନୁହେଁ । RBI ଅନୁସାରେ, ମେଗ୍ନେଟିକ ଷ୍ଟ୍ରଇପ କାର୍ଡ଼ ଏବେ ପୁରୁଣା ଟେକ୍ନୋଲୋଜି ହୋଇ ଗଲାଣି । ଏବେ ଏମିତି କାର୍ଡ ବନେଇବା ବି ବନ୍ଦ କରି ଦିଆ ଯାଇଛି । କାରଣ ଏହି କାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ଏହା ସ୍ଥାନରେ ଏବେ EMV ଚିପ କାର୍ଡ଼ ଦିଆ ଯିବ ।

2016 ରେ RBI ଏହି ଆଦେଶ ଦେଇ ଥିଲା:-

2016 ରେ ବ୍ୟାଙ୍କକୁ ଏହି ଆଦେଶ RBI ଦେଇ ଥିଲା ଯାହାର ଡେଡ଼ ଲାଇନ 31 ଡିସେମ୍ବର 2018 ଅଟେ । ତେଣୁ ଏବେ ବ୍ୟାଙ୍କ ରେ କେବଳ EMV ଚିପ ଵାଲା ATM ,ଡେବିଟ ଆଉ କ୍ରେଡିଟ କାର୍ଡ ଚାଲିବ ।

ଏହି ଦୁହିଁଙ୍କର ଅନ୍ତର:-

ମେଗ୍ନେଟିକ ଷ୍ଟାଇପ କାର୍ଡ ଆଉ EMV ଚିପ ବାଲା ATM, ଡେବିଟ ଆଉ କ୍ରେଡିଟ କାର୍ଡରେ ବହୁତ ଫରକ ଥାଏ ।ମେଗ୍ନେଟିକ ଷ୍ଟାଇପ କାର୍ଡ ବ୍ୟବହାର କରୁଥିବା ଗ୍ରାହକ ଟ୍ରାନଜିକ୍ସନ ବେଳେ ଦସ୍ତଖତ କିମ୍ବା ପିନ୍ ର ଦରକାର ହୋଇ ଥାଏ କିନ୍ତୁ ଏଥିରେ ହୋଇ ନ ଥାଏ । ଏଥିରେ ଖାତା ଧାରକର ତଥ୍ୟ ରହିଥାଏ । ଏହି EMV ଚିପ କାର୍ଡ ସ୍ୱାଇପ ବେଳେ ଏହି ମେସିନ ଆପଣଙ୍କର ବ୍ୟାଙ୍କର ଇଣ୍ଟର ଫେସ ସହିତ ଯୋଡି ଥାଏ ଆଉ ପ୍ରୋସେସ ରେ ଆଗକୁ ବଢି ଥାଏ ।

SBI ସୂଚନା ଜାରି କଲା:-

SBI ଏହି ସମ୍ବନ୍ଧରେ ନିଜର ଖାତାଧାରକ ପାଇଁ ଏକ ସୂଚନା ଜାରି କରିଛି । ଏଥିରେ ଗ୍ରାହକଙ୍କର ATM କାର୍ଡ ବନ୍ଦ କରିବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଗ୍ରାହକ ମାନେ ପୁରୁଣା ମେଗ୍ନେଟିକ ଷ୍ଟାଇପ କାର୍ଡ ବଦଳରେ ନୂଆ EMV ଚିପ ଵାଲା କାର୍ଡ ବ୍ୟବହାର କରନ୍ତୁ । କାରଣ 31 ଡିସେମ୍ବର ପରେ ଏହି ପୁରୁଣା କାର୍ଡ ଆଉ କାମ କରିବ ନାହିଁ ।

କୌଣସି ଫିସ ଲାଗିବ ନାହିଁ :-

SBI ଗ୍ରାହକଙ୍କୁ ଏହା ଜରୁରୀ ଯେ ସେମାନେ ପୁରୁଣା କାର୍ଡ କୁ ତୁରନ୍ତ ବଦଳେଇ ନୂଆ କାର୍ଡ କରେଇ ନିଅନ୍ତୁ । କାରଣ ବ୍ୟାଙ୍କ ଏହି ପୁରୁଣା କାର୍ଡ ସବୁ ବ୍ଲକ କରିବାକୁ ଯାଉଛି । ବ୍ୟାଙ୍କ ଏହି ପୁରୁଣା କାର୍ଡ ସ୍ଥାନରେ ନୂଆ କାର୍ଡ ଦେବା ପାଇଁ କୌଣସି ଫି ନେଉ ନାହିଁ । ଏହି ସୁବିଧା ଆପଣ ସମ୍ପୂର୍ଣ୍ଣ ମାଗଣାରେ ପାଇ ପାରିବେ ।