ଅନେକ ଚେଷ୍ଟା ସତ୍ତ୍ୱେ ମଧ୍ୟ ଆପଣ ଏହି ପାଞ୍ଚୋଟି କାର୍ଯ୍ୟ କରି ପାରିବେ ନାହିଁ । ଚେଷ୍ଟା କରି ଦେଖନ୍ତୁ ।

Spread the love

ଏହି ପାଞ୍ଚୋଟି କାର୍ଯ୍ୟ କରିପାରିବେ ନାହିଁ । ଏହି ଦୁନିଆ ବିଚିତ୍ର ଦୁନିଆରେ ଭିନ୍ନ ଭିନ୍ନ ସ୍ଵଭାବ ଲୋକଙ୍କୁ ଦେଖିବାକୁ ପାଇବା । କିଛି ନିଜକୁ ଅନ୍ୟଙ୍କ ଠାରୁ ଭିନ୍ନ ଭାବନ୍ତି । ଏହି ଲୋକଙ୍କ ଅନୁସାରେ ସେମାନେ ଦୁନିଆର ସମସ୍ତ କାମ କରିପାରିବେ । କିନ୍ତୁ ଏପରି କିଛି କାମ ଅଛି; ଯାହା ସମସ୍ତେ କରିପାରିବେ ନାହିଁ । ଆପଣଙ୍କୁ କହିବା ପାଇଁ ଚାହୁଁଛୁ; ପ୍ରତ୍ୟକ କାମ ଆପଣଙ୍କ ଶରୀର ସହ ଜଡିତ ଅଟେ ଯାହା କୌଣସି ବ୍ୟକ୍ତିଙ୍କ ପକ୍ଷରେ ମଧ୍ୟ ସମ୍ଭବ ନୁହେଁ ।

ଶୁଣିବା ପାଇଁ ସହଜ ଲାଗିପାରେ କିନ୍ତୁ କରିବା ପାଇଁ କଷ୍ଠସାଧ୍ୟ ଅଟେ ।

ଏହି କାମ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଶରୀରର ସାହାଯ୍ୟ ନେବା ପାଇଁ ପଡିବ । କିନ୍ତୁ ଏହାକୁ କରିବା ଏତେଟା ସହଜ ନୁହେଁ । ଶୁଣିବା ପାଇଁ ସହଜ ଲାଗିପାରେ କିନ୍ତୁ କରିବା ପାଇଁ କଷ୍ଠସାଧ୍ୟ ଅଟେ । ଆସନ୍ତୁ ଜାଣିବେ ଏହି ୫ଟି କାର୍ଯ୍ୟ ବିଷୟରେ ।

ଏହି ୫ଟି କାର୍ଯ୍ୟ କଦାପି କରି ପାରିବେ ନାହିଁ :

ନିଜ ଜିଭ ମାଧ୍ୟମରେ ନିଜ କହୁଣୀକୁ ଛୁଇଁବା :

ଏହା ଶୁଣିବା ପରେ ଲାଗୁଥିବା ଏହା ସହଜ କାମ ଅଟେ କିନ୍ତୁ କହିବା ପାଇଁ ଚାହୁଁଛୁ ଯେ; ଶୁଣିବା ଏବଂ ପଢିବା ପାଇଁ ଏହା ଯେତେ ସହଜ ଲାଗିପାରେ କିନ୍ତୁ କରିବା ସେତେଟା ସହଜ ନୁହେଁ । ଯଦି ଆପଣ ମଧ୍ୟ ନିଜ ଜିଭ ସାହାଯ୍ୟରେ ନିଜ କହୁଣୀକୁ ଛୁଇଁବା ପାଇଁ ଚେଷ୍ଟା କରିବେ ଅସଫଳ ହେବେ । ଏହା ଅସମ୍ଭବ ଅଟେ । ବିଶ୍ୱାସ ନ ହେଲେ ଚେଷ୍ଟା କରନ୍ତୁ ।

ବିନା ଆଖି ପତା ପକାଇ ଛିଙ୍କିବା :

ଏହା ଶୁଣିବା ପାଇଁ କଷ୍ଟ ଲାଗି ନ ପାରେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କେହି ମଧ୍ୟ କରିପାରି ନାହାଁନ୍ତି । ଯଦି ଆପଣ କଷ୍ଟ କାମ କରିବା ପାଇଁ ସକ୍ଷମ, ତେବେ ହୋଇଥାଇ ପାରେ ଏହା ଆପଣ କରିପାରନ୍ତି । କିନ୍ତୁ ଜଣାଇବା ପାଇଁ ଚାହୁଁଛୁ, ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଏହି କାମ ଆପଣ କରିପାରିବେ ନାହିଁ । ଥରେ ଚେଷ୍ଟା କରନ୍ତୁ ହୋଇଥାଇ ପାରେ ଆପଣ ସଫଳ ହୋଇପାରନ୍ତି ।

ଗୋଡ଼ର କୌଶଳ :

ଯଦି ଆପଣଙ୍କର ଭ୍ରମ ରହିଛି ଯେ, ଆପଣ ଏକ ସଙ୍ଗରେ ଅନେକ କାମ କରି ପାରିବେ । ତେବେ ଏହି କାମ ଆପଣଙ୍କ ପାଇଁ ସମ୍ଭବ ହୋଇପାରେ । ଆଜି ଆମେ ଆପଣଙ୍କୁ ଗୋଡ଼ର ଏକ କୌଶଳ ବିଷୟରେ କହିବୁ ଯାହା ଅସମ୍ଭବ ଅଟେ । ଏହାକୁ କରିବା ପାଇଁ ପ୍ରଥମେ ଆପଣ ନିଜର ଡାହାଣ ଗୋଡ଼କୁ ଭୂମି ଉପରୁ କିଛି ଉଠାଅ ଏବଂ ଘଣ୍ଟା କଣ୍ଟା ପରି ବୁଲାନ୍ତୁ ଏବଂ ଠିକ୍ ସେହି ସମୟରେ ହିଁ ବାମ ଗୋଡ଼କୁ ଓଲଟା ଦିଗରେ ବୁଲାନ୍ତୁ । ଯଦି ଆପଣ ଏପରି କରିପାରନ୍ତି, ତେବେ ଆପଣ ଦୁନିଆର ଜଣେ ଭିନ୍ନ ଧରଣର ବ୍ୟକ୍ତି ଅଟନ୍ତି ।

ଆଙ୍ଗୁଠିର କୌଶଳ :

କଷ୍ଟ କାମ କରିବା ପାଇଁ ଯଦି ଆପଣଙ୍କୁ ପସନ୍ଦ ଥାଏ, ତେବେ ଯାହା ଆମେ ଆଜି କହିବୁ ହୋଇଥାଇ ପାରେ ଆପଣ କରି ପାରିବେ । ଆଜି ଆମେ ଆପଣଙ୍କୁ ଆଙ୍ଗୁଠିର କୌଶଳ ବିଷୟରେ କହିବୁ । ସର୍ଵ ପ୍ରଥମେ ନିଜ ମଝି ଆଙ୍ଗୁଠିକୁ ନିଜ ପାପୁଲି ଆଡ଼କୁ ମୋଡି କୌଣସି ସମତଳ ସ୍ଥାନରେ ରଖନ୍ତୁ । ବର୍ତ୍ତମାନ ନିଜ ବୁଢା ଆଙ୍ଗୁଠି ଉଠାନ୍ତୁ, ପରେ ଆପଣଙ୍କ କାଣି ଆଙ୍ଗୁଠି ଏବଂ ପରେ ତର୍ଜନୀ ଆଙ୍ଗୁଠିକୁ ଉଠାନ୍ତୁ । ଏହା ପରେ ଆପଣଙ୍କ ମୁଦି ପିନ୍ଧିବା ଆଙ୍ଗୁଠିକୁ ଉଠାଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ପକ୍ଷେ ଏହା ସମ୍ଭବ ହୋଇ ପାରିବ ନାହିଁ ।

ଜିଭ ମାଧ୍ୟମରେ ଆପଣଙ୍କ ନାକକୁ ଛୁଇଁବା :

ଏପରି କରିବା ସାଧାରଣ ବ୍ୟକ୍ତିଙ୍କ ପାଇଁ ସମ୍ଭବ ନୁହେଁ । କୌଣସି ସାଧାରଣ ବ୍ୟକ୍ତିଙ୍କ ଜିଭ ଏତେ ଲମ୍ବା ହୋଇ ନ ଥାଏ ଯେ, ସେ ନିଜ ନାକକୁ ଜିଭରେ ଛୁଇଁ ପାରିବ । କିନ୍ତୁ ଏହା କରିବା ଅସମ୍ଭବ ନୁହେଁ । ଦୁନିଆରେ କିଛି ଲୋକ ଅଛନ୍ତି; ଯେଉଁମାନଙ୍କ ଜିଭ ସାମାନ୍ୟ ଠାରୁ କିଛି ଲମ୍ବା ଅଟେ । ସେମାନେ ସହଜରେ ନିଜ ଜିଭ ମାଧ୍ୟମରେ ନିଜ ନାକକୁ ଛୁଇଁ ପାରିବେ ।