ଦଉଡ଼ି କୁଦର ଏହି ୫ଟି ଫାଇଦା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଦଉଡ଼ି କୁଦ ଗୋଟିଏ ଦୃଷ୍ଟିରୁ ଶାରୀରିକ ବ୍ୟାୟାମ ହୋଇଥାଏ । ଯାହାକି ଶରୀରର ମୋଟାକୁ କମାଇ ଥାଏ । ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ ଓ ଶରୀରକୁ ସୁସ୍ଥ ରଖିବାରେ ସହାୟତା ହୋଇଥାଏ । କିନ୍ତୁ ଆଜିକାଲି ଲୋକମାନଙ୍କ ପାଖରେ ଶାରୀରିକ ବ୍ୟାୟାମ ପାଇଁ ସମୟ ନାହିଁ । ଯଦି ଆପଣ ପ୍ରତ୍ୟେକ ଦିନ ୧୦ ରୁ ୧୫ ମିନଟ ଦଉଡ଼ି କୁଦ କରିବେ, ତେବେ ଆପଣଙ୍କ ସମ୍ପୂର୍ଣ ଶରୀର ପାଇଁ ୱର୍କ ଆଉଟ୍ ହୋଇଯିବ । ଏହା ଦ୍ୱାରା ଆପଣଙ୍କ ଶରୀର ସବୁବେଳେ ଫିଟ୍ ହୋଇ ରହିବ । ଆସନ୍ତୁ ଦଉଡ଼ି କୁଦ ଦ୍ୱାରା ମିଳୁଥିବା ସେହି ୫ଟି ଅଦ୍ଭୁତ ଫାଇଦା ବିଷୟରେ ଜାଣିବା ।

ଦଉଡ଼ି କୁଦର ଏହି ଫାଇଦା ଗୁଡ଼ିକ ମିଳିଥାଏ ।

୧) ଦଉଡ଼ି କୁଦ କରିବା ଯୋଗୁଁ ପୁରା ଶରୀର ବ୍ୟାୟାମ ହୋଇଯାଇଥାଏ । ଦଉଡ଼ି କୁଦ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ଠିକ୍ ରୂପେ ହୋଇଥାଏ । ପ୍ରତ୍ୟେକ ଦିନ ୧୦ ରୁ ୧୫ ମିନିଟ ଦଉଡ଼ି କୁଦ କରିଲେ ପେଟର ଚର୍ବି କମିଯାଇ ଥାଏ ।

୨) ଦଉଡ଼ି କୁଦ କରିବା ଦ୍ୱାରା ହାତ, ଗୋଡ଼ ଓ କାନ୍ଧର ମାଂସପେଶୀ ଶକ୍ତ ହୋଇଥାଏ । ଦଉଡ଼ି କୁଦ କରିଲେ ଦେହରୁ ସବୁ ବିଷାକ୍ତ ପଦାର୍ଥ ବାହାରି ଯାଏ । ଯାହା ଦ୍ୱାରା ଶରୀରର ଚର୍ମ ଚମକି ଥାଏ ।

୩) ଦଉଡ଼ି କୁଦ କରିବା ଦ୍ୱାରା ଶରୀରର ଷ୍ଟାମିନା ବଢିଥାଏ ଓ ଶରୀର ଥକିବା, ଦୁର୍ବଳ ହେବା, ଅଳସୁଆ ଭଳି ଅସୁବିଧା ଗୁଡିକରୁ ମୁକ୍ତି ମିଳିଥାଏ ।

୪) ଦଉଡ଼ି କୁଦ କରିବା ଦ୍ୱାରା ହୃଦୟର ପମ୍ପିଙ୍ଗ ଶୀଘ୍ର ହୋଇଥାଏ । ଯାହାଦ୍ୱାରା ହୃଦୟ ଠିକ୍ ରୂପେ କାର୍ଯ୍ୟ କରିଥାଏ ।

୫) ଦଉଡ଼ି କୁଦ କରିବା ଦ୍ୱାରା ଶରୀରର ଅତିରିକ୍ତ କ୍ୟାଲରି ବାହାରି ଯାଇଥାଏ । ଯାହାଦ୍ୱାରା ଶରୀରର ଅତିରିକ୍ତ ଚର୍ବି ବାହାରି ଯାଇଥାଏ । ଶରୀରର ମୋଟା କମିବା ଦ୍ୱାରା ଅନେକ ବେମାର ମଧ୍ୟ ଠିକ୍ ହୋଇଯାଏ ।