ଇଏମଆଇ ଉପରେ ମୋରେଟୋରୀୟମ ସୁବିଧା ନେଇଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ଉପରେ କେତେ ବୋଝ ପଡିବ ।

Spread the love

କରୋନା ସଙ୍କଟ ଲୋକଙ୍କ ଉପାର୍ଜନ ଏବଂ ଚାକିରୀ ଉପରେ ଖରାପ ପ୍ରଭାବ ପକାଇଛି । ଏହି ପରିପ୍ରେକ୍ଷୀରେ ସେହି ଲୋକମାନେ ଅସୁବିଧାରେ ପଡିଛନ୍ତି ଯେଉଁମାନେ କୌଣସି କୌଣସି କ୍ଷେତ୍ରରେ ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହି ପରିସ୍ଥିତିରେ ମଧ୍ୟ ବ୍ୟାଙ୍କ ଗୁଡିକ ଇଏମଆଇ କାଟୁଛନ୍ତି ।

Google

ମୋରେଟୋରୀୟମ ସୁବିଧା ମିଳୁଛି

ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ପରେ ବ୍ୟାଙ୍କ ଗୁଡିକ ଗ୍ରାହକଙ୍କୁ ମୋରେଟୋରୀୟମ ସୁବିଧା ଉପଲବ୍ଧ କରାଉଛି । ଏହି ସୁବିଧା ଅନୁସାରେ ଆପଣ ଲୋନର ଇଏମଆଇ ଭରିବା ସମୟକୁ କିଛି ମାସ ପାଇଁ ସ୍ଥଗିତ କରିପାରିବେ ।

Google

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ସୁବିଧା ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି । ଯଦି ଆପଣ ମାର୍ଚ୍ଚରୁ ଏହି ସୁବିଧାର ଲାଭ ଉଠାଉଛନ୍ତି ତେବେ ଏହି ସୁବିଧା ୩୧ ଅଗଷ୍ଟ ପର୍ଯ୍ୟନ୍ତ ବର୍ଦ୍ଧିତ କରିପାରିବେ । ଏହାର ଅର୍ଥ ହେଉଛି ୩୧ ଅଗଷ୍ଟ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ଇଏମଆଇ ଦେବା ପାଇଁ ପଡିବ ନାହିଁ । ଏହାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ଏହି ଛଅ ମାସର ଇଏମଆଇ ଛାଡ଼ କରିଦିଆଯିବ ଆପଣଙ୍କୁ ଏହି ଇଏମଆଇ ଆଗାମୀ ଦିନରେ ଦେବା ପାଇଁ ପଡିବ । ଆପଣଙ୍କୁ ମାର୍ଚ୍ଚ ଠାରୁ ଆରମ୍ଭ କରି ଅଗଷ୍ଟ ପର୍ଯ୍ୟନ୍ତ ଇଏମଆଇ ଏବଂ ସୁଧ ଦେବା ପାଇଁ ପଡିବ । ଏକ ଉଦାହରଣ ମାଧ୍ୟମରେ ବୁଝନ୍ତୁ ।

Google

ଯଦି ଆପଣ ୩୦ ଲକ୍ଷ ଟଙ୍କାର ହୋମ ଲୋନ ନେଇଛନ୍ତି ୧୫ ବର୍ଷ ପାଇଁ ଇଏମଆଇ କରିଛନ୍ତି ଏହି ସ୍ଥିତିରେ ୬ ମାସର ମୋରେଟୋରୀୟମ ସୁବିଧା ପାଇଁ ଆପଣଙ୍କୁ ୪ ଲକ୍ଷ ୫୪ ହଜାର ଟଙ୍କା ଅତିରିକ୍ତ ସୁଧ ଦେବା ପାଇଁ ପଡିବ ଏହା ବ୍ୟାଙ୍କର ୧୬ ଇଏମଆଇ ସହ ସମାନ ଅଟେ ।