ଏହି ସାତଟି ପ୍ରକ୍ରିୟା ଆପଣାଇ ନର୍ମାଲ ପ୍ରସବ କରାଇ ପାରିବେ ।

Spread the love

ଆଜିର ଏହି ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ପ୍ରତିଟି ବ୍ୟକ୍ତି ନିଜ କାମରେ ବ୍ୟସ୍ତ ରୁହନ୍ତି । ମହିଳାଙ୍କୁ ନିଜ କାର୍ଯ୍ୟରୁ ଫୁରସତ ମିଳେ ନାହିଁ । କାରଣ ଅଫିସର କାର୍ଯ୍ୟ ସେମାନେ ଛାଡ଼ି ଦେଇପାରନ୍ତି କିନ୍ତୁ ଘର କାମ ସେମାନଙ୍କୁ ନିଶ୍ଚୟ କରିବା ପାଇଁ ପଡିଥାଏ । ଏହି ପରିପ୍ରେକ୍ଷୀରେ ଗର୍ଭବତୀ ମହିଳାଙ୍କ ଜୀବନଶୈଳୀ ପୂର୍ବ ଅପେକ୍ଷା ଭିନ୍ନ ହୋଇ ଯାଇଥାଏ । ଗର୍ଭବତୀ ମହିଳା କାମ କରିବା ଫଳରେ ଅଧିକ ଥକି ଯାଆନ୍ତି; ଯାହାଫଳରେ ସେମାନଙ୍କ ଶରୀରରେ ପୀଡ଼ା ଆରମ୍ଭ ହୋଇ ଯାଇଥାଏ । ଆଜିର ଏହି ବ୍ୟସ୍ତବହୁଳ ଜୀବନଚର୍ଯ୍ୟାରେ ନିଜର ଯତ୍ନ ନେବା କାହାରି ପକ୍ଷରେ ସମ୍ଭବ ନୁହେଁ । ଏହି କାରଣରୁ ଆଜିକାଲି ନର୍ମାଲ ପ୍ରସବ ଅପେକ୍ଷା ଅସ୍ତ୍ରୋପଚାର ଜନିତ ପ୍ରସବ ଅଧିକ ହୋଇଗଲାଣି ।

ଏହାର କାରଣ ମହିଳା ମାନେ ମାନସିକ ଏବଂ ଶାରୀରିକ ରୂପରେ ଥକି ଯିବା । କାରଣ ଅଧିକ ସମୟ ପର୍ଯ୍ୟନ୍ତ କାମ କରିବା ଫଳରେ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିଥାଏ ଏବଂ ଦୁର୍ବଳତା ଯୋଗୁଁ ପ୍ରସବ ଅସ୍ତ୍ରୋପଚାର ଦ୍ୱାରା କରାଯାଇଥାଏ । ଅସ୍ତ୍ରୋପଚାର ସମୟରେ ମହିଳା ପ୍ରସବ ଜନିତ ପୀଡ଼ାରୁ ବଞ୍ଚି ଯାଆନ୍ତି କିନ୍ତୁ ଅସ୍ତ୍ରୋପଚାର ପରେ ସେମାନଙ୍କୁ ଅନେକ ପୀଡ଼ା ସହିବା ପାଇଁ ପଡିଥାଏ । ଏହି କାରଣରୁ ଆମେ ଆଜି ୭ଟି ଏହିପରି ଟିପସ୍ କହିବୁ; ଯାହାକୁ ଅଭ୍ୟାସ ରୂପରେ ଆପଣିବା ଦ୍ଵାରା ଫଳରେ ଆପଣ ଅସ୍ତ୍ରୋପଚାର ଜନିତ ପ୍ରସବରୁ ମୁକ୍ତି ପାଇ ପାରିବେ ।

ପ୍ରସବ ଶିକ୍ଷା :

ପ୍ରତି ଗର୍ଭବତୀ ମହିଳାଙ୍କୁ ପ୍ରସବ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରିବା ଉଚିତ୍ । ଏହି କାରଣରୁ ଗର୍ଭବତୀ ହେବା ପରେ ଯଥା ସମ୍ଭବ ଏହା ବିଷୟରେ ଜ୍ଞାନ ଅର୍ଜନ କରିବା ଉଚିତ୍ । ଏଥିପାଇଁ ଇଣ୍ଟରନେଟ ଏବଂ ପୁସ୍ତକର ବ୍ୟବହାର କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ପ୍ରସବ ସମୟରେ ସାହାଯ୍ୟ ମିଳିବ ।

ସଠିକ ଖାଦ୍ୟ :

ଗର୍ଭବତୀ ସମୟରେ ମହିଳାଙ୍କୁ ପୋଷାକରେ ପରିପୂର୍ଣ୍ଣ ଖାଦ୍ୟ ଖାଇବା ଉଚିତ୍ । କାରଣ ଏହି ସମୟ ଆପଣ ଯେଉଁ ପ୍ରକାରର ଖାଦ୍ୟ ଖାଇବେ; ସେହି ଖାଦ୍ୟ ଆପଣଙ୍କ ଛୁଆ ମଧ୍ୟ ଆପଣଙ୍କ ଗର୍ଭରୁ ଗ୍ରହଣ କରିବ । ଏହିପରି ଯଥା ସମ୍ଭବ ସ୍ୱାସ୍ଥ୍ୟବାନ ଖାଦ୍ୟ ଗ୍ରହଣ କରନ୍ତୁ । ଗର୍ଭବତୀ ସମୟରେ ଏହି ବିଷୟରେ ବିଶେଷ ଧ୍ୟାନ ରଖନ୍ତୁ ଯେ, ଆପଣ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ । କାରଣ ଅତ୍ୟାଧିକ ଖାଦ୍ୟ ଗ୍ରହଣ ଫଳରେ ଆପଣଙ୍କ ଓଜନ ବୃଦ୍ଧି ହୋଇଯିବ; ଯାହାଫଳରେ ନର୍ମାଲ ପ୍ରସବ ସମୟରେ ଅସୁବିଧା ଭୋଗିବା ପାଇଁ ପଡିପାରେ ।

ଚିନ୍ତାରୁ ଦୂରେଇ ରୁହନ୍ତୁ :

ଗର୍ଭବତୀ ସମୟରେ ଆପଣଙ୍କ ସମସ୍ୟାର ପ୍ରଭାବ ଆପଣଙ୍କ ଛୁଆ ଉପରେ ପଡିଥାଏ । ଏହି କାରଣରୁ ଆପଣ ଗର୍ଭବତୀ ସମୟରେ ଚିନ୍ତାମୁକ୍ତ ରୁହନ୍ତୁ । ଯଦି ଆପଣ ଅଧିକ ଚିନ୍ତିତ ରହୁଛନ୍ତି; ତେବେ ନିଜର ଧ୍ୟାନ ହଟାଇବା ପାଇଁ ପୁସ୍ତକ ପଠନ କରନ୍ତୁ କିମ୍ବା କୌଣସି ଫିଲ୍ମ ଦେଖନ୍ତୁ ।

ହାଇଡ୍ରେଟ ରୁହନ୍ତୁ :

ଏହି ବିଷୟରେ କୌଣସି ଦ୍ଵିମତ ନାହିଁ ଯେ, ପାଣି ପ୍ରତି ବ୍ୟକ୍ତିର ଆବଶ୍ୟକ ହୋଇଥାଏ । ଗର୍ଭବତୀ ସମୟରେ ଆପଣ ଯଥା ସମ୍ଭବ ପାଣି ପିଆନ୍ତୁ । ଉଚିତ୍ ମାତ୍ରାରେ ପାନ କରିଥିବା ପାଣି ଆପଣଙ୍କୁ ପ୍ରସବ ପୀଡ଼ାରୁ ମୁକ୍ତି ଦେଵ । ଏହା ବ୍ୟତୀତ ଆପଣ ଚାହିଁଲେ ଅନ୍ୟ ଶକ୍ତିବର୍ଧକ ପାନୀୟ ସେବନ କରିପାରିବେ ।

କସରତ ବା ବ୍ୟାୟମ କରନ୍ତୁ :

କସରତ କରିବା ପ୍ରତି ବ୍ୟକ୍ତି ପାଇଁ ଆବଶ୍ୟକ ଅଟେ । ପ୍ରାୟତଃ ଗର୍ଭବତୀ ମହିଳାଙ୍କୁ ପିଲାଙ୍କ ଯୋଗୁଁ ଆଣ୍ଠୁଗଣ୍ଠି ପୀଡ଼ା ହୋଇଥାଏ । ଏହି ପରିପ୍ରେକ୍ଷୀରେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କସରତ ବା ବ୍ୟାୟମ ଆପଣଙ୍କୁ ସାହାଯ୍ୟ କରିଥାଏ । କସରତ କରିବା ପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ । କାରଣ ଛୋଟରୁ ଛୋଟ ଭୁଲ ଆପଣଙ୍କ ପିଲା ପାଇଁ ସମସ୍ୟା ଆଣିପାରେ ।

ପ୍ରଣାୟମ କରନ୍ତୁ :

ଗର୍ଭବତୀ ମହିଳା ପ୍ରଣାୟମ କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ । ଏହା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ଛୁଆକୁ ସଠିକ ଅମ୍ଳଜାନ ମିଳିଥାଏ । ଏହା ବ୍ୟତୀତ ପ୍ରଣାୟମ ଆପଣଙ୍କୁ ଲେବର ପୀଡ଼ାରୁ ମୁକ୍ତି ଦେଇଥାଏ ।

ମାଲିସ ନିଅନ୍ତୁ :

ଗର୍ଭବତୀ ମହିଳାଙ୍କ ପାଇଁ ଶେଷ ତିନି ମାସ ବହୁତ ସମ୍ବେଦନାଶୀଳ ହୋଇଥାଏ । ଏହି କାରଣରୁ ଆପଣ ନିଜର ଶରୀରର ମାଲିସ କରାଇପାରନ୍ତି; ଯାହାଫଳରେ ଆପଣଙ୍କୁ ଆଣ୍ଠୁଗଣ୍ଠି ଜନିତ ପୀଡ଼ା ହେବ ନାହିଁ । ଆପଣଙ୍କୁ ଆରାମ ମଧ୍ୟ ମିଳିବ ।