ଦହିରେ ଚିନି ମିଶାଇ ଖାଇଲେ କେବଳ ଶୁଭ ହିଁ ନୁହେଁ ବରଂ ଏହା ସହ ମିଳିଥାଏ ଅନେକ ଫାଇଦା !! ଆସନ୍ତୁ ଜାଣିବା ।

Spread the love

ଅଧିକାଂଶ ସମୟରେ ଆମ ଭାରତରେ ଦେଖିବାକୁ ମିଳେ ଯେ, କୌଣସି ଶୁଭ କାର୍ଯ୍ୟ କରିବା ଆଗରୁ ଘରେ ଦହିରେ ଚିନି ମିଶାଇ ଖାଇବାକୁ ଦେଇଥାନ୍ତି । ଲୋକମାନଙ୍କର ମାନ୍ୟତା ଅଛି କି ଏଭଳି କରିଲେ କାର୍ଯ୍ୟ ସଫଳ ହୋଇଥାଏ । କିନ୍ତୁ ଦହିରେ ଚିନି ମିଶାଇ ଖାଇବା କେବଳ ଶୁଭର ହିଁ ପ୍ରତୀକ ହୋଇନଥାଏ ବରଂ ଏହା ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଫାଇଦା ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଦହିରେ ଚିନି ମିଶାଇ ଖାଇଲେ କେଉଁ ଫାଇଦା ଗୁଡିକ ମିଳିଥାଏ, ଜାଣିବା ।

ଦହିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ପାଇଥାଉ । ଦହି ଖାଇଲେ କ୍ୟାଲସିଅମ୍, ଭିଟାମିନ୍-ବି୨, ବି-୧୨, ପୋଟାସିୟମ୍ ଓ ମାଗ୍ନେସିୟମ୍ ଆଦି ମିଳିଥାଏ । ଏହାଛଡା ଏଥିରୁ ପ୍ରାକୃତିକ ରୂପେ ପାଉଥିବା ଲୈକ୍ସୋଟିୱ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ ।

ଜ୍ୟୋତିଷଙ୍କ ଅନୁସାରେ ଦହୀର ଧଳା ରଙ୍ଗ ଚନ୍ଦ୍ରମାର ପ୍ରତୀକ ଅଟେ । ଚନ୍ଦ୍ରମା ମନକୁ ଶାନ୍ତ ଓ ସ୍ଥିର କରିବା ଗ୍ରହ ଅଟେ । ଜ୍ୟୋତିଷ କହିଥାନ୍ତି କି ଯେତେବେଳେ କେହି ଘରରୁ ବାହାରୁ ଥିବା ସମୟରେ ଧଳା ରଙ୍ଗର କିଛି ଖାଇ ବାହାରି ଥାଏ, ତେବେ ତାର ମନ ଏକାଗ୍ରତା ଓ ଶାନ୍ତଶିଷ୍ଟ ହୋଇ ରହିଥାଏ ।

ସେହିଭଳି ଆୟୁର୍ବେଦିକରେ ମଧ୍ୟ କୁହାଯାଇଛି କି, ଦହିରେ ଚିନି ମିଶାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଗରମରେ ଶରୀରକୁ ଅଧିକରୁ ଅଧିକ ଥଣ୍ଡା ରଖିବାକୁ ଆବଶ୍ୟକ ଅଟେ । ଦହିରେ ଥିବା ଅନେକ ତତ୍ତ୍ୱ ଯାହା କି ଶରୀରକୁ ଥଣ୍ଡା ରଖିବାରେ କାମ କରିଥାଏ । ଦହିରେ ଯେତେବେଳେ ଚିନି ମିଶିଯାଏ, ସେତେବେଳେ ଏହା ବହୁତ ଶକ୍ତି ପ୍ରଦାନ କରିଥାଏ । କାରଣ ଚିନି ଗ୍ଲୁକୋଜରେ ପରିବର୍ତ୍ତନ ହୋଇଯାଏ । ଏହା ଖାଇବା ଦ୍ୱାରା ଏହା ଶରୀରରେ କେବେ ବି ପାଣିର ପରିମାଣକୁ କମିବାକୁ ଦେଇନଥାଏ ।

ଦହିରେ ଚିନି ମିଶାଇ ଖାଇବା ଦ୍ୱାରା ଭଲ ବ୍ୟାକ୍ଟେରିଆ ଗୁଡ଼ିକ ପେଟ ଭିତରକୁ ଯାଇଥାଏ । ଯାହାକି ପେଟର ସବୁ ପ୍ରକାରର ସମସ୍ୟାକୁ ଦୂର କରିଦେଇ ଥାଏ । ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ, ଯାହାକି ମସ୍ତିଷ୍କକୁ ମଧ୍ୟ ଥଣ୍ଡା କରିଥାଏ । ଏହି କାରଣରୁ ପରୀକ୍ଷା ବା ଇଣ୍ଟରଭିଉ ଦେବାକୁ ଯାଉଥିବା ସମୟରେ ଘରେ ଦହିରେ ଚିନି ମିଶାଇ ଖାଇବାକୁ ନିଶ୍ଚୟ ଦେଇଥାନ୍ତି ।