ଶ୍ରୀଗଣେଶଙ୍କ ଏହି ୪ଟି ମୂର୍ତ୍ତିର ପୂଜା କରନ୍ତୁ ! ଘରରୁ ଦରିଦ୍ରତା ଦୂର ହେବ ଏବଂ ମାଆ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।

Spread the love

ଶାସ୍ତ୍ରରେ ଏବଂ ଧର୍ମ ଗ୍ରନ୍ଥରେ ଭଗବାନ ଗଣେଶଙ୍କୁ ସର୍ବପ୍ରଥମ ପୂଜନୀୟ ବୋଲି ଧରାଯାଇଛି । ଯେକୌଣସି ମଧ୍ୟ ଶୁଭ କାର୍ଯ୍ୟରେ ଅଥବା ପୂଜା ପାଠରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ । ଯଦି ଦେଖାଯାଏ, ତେବେ ଭଗବାନ ଗଣେଶଙ୍କ ଅନେକ ରୂପ ରହିଛି । ଏହି ଭିନ୍ନ ଭିନ୍ନ ରୂପରେ ପୂଜା କରିବା ଦ୍ୱରା ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୋଇଥାନ୍ତି । ଯଦି ଆପଣ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି; ତେବେ ସର୍ବପ୍ରଥମେ ଗଣେଶଙ୍କ ପୂଜା ହୋଇଥାଏ । ଏମିତି କୁହାଯାଏ ଯେ, ଗଣେଶଙ୍କୁ ପ୍ରଥମେ ପୂଜା କରିବା ଦ୍ଵାରା କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି ହୁଏ ନାହିଁ ଏବଂ ଆରମ୍ଭ କରାଯାଇଥିବା କାର୍ଯ୍ୟ ବିନା କୌଣସି ବାଧାରେ ସଂପୂର୍ଣ୍ଣ ହୋଇଥାଏ । ଭଗବାନ ଗଣେଶଙ୍କୁ ସମସ୍ତେ ବିଘ୍ନହୋର୍ତା ନାମରେ ମଧ୍ୟ ଜାଣନ୍ତି । ଯଦି ତାଙ୍କର କୃପା ଦୃଷ୍ଟି କୌଣସି ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ, ତେବେ ତାଙ୍କ ଜୀବନର ସମସ୍ତ ସଙ୍କଟ ଦୂର ହୋଇଯାଏ ଏବଂ ଗଣେଶ ଭଗବାନ ସେହି ବ୍ୟକ୍ତିର ସମସ୍ତ କଷ୍ଟ ମଧ୍ୟ ହରଣ କରନ୍ତି ।

ଆଜି ଆମେ ଆପଣଙ୍କୁ ଏହି ଅନୁଛେଦ ମାଧ୍ୟମରେ ଭଗବାନ ଶ୍ରୀଗଣେଶଙ୍କ ଏମିତି ଚାରୋଟି ଚମତ୍କାର ମୂର୍ତ୍ତି ବିଷୟରେ ସୂଚନା ଦେବୁ; ଯଦି ଆପଣ ସେହି ମୂର୍ତ୍ତିକୁ ପୂଜା କରନ୍ତି, ତେବେ ଏହାଦ୍ଵାରା ଆପଣଙ୍କ ଘର ପରିବାରରେ ଧନ ପ୍ରଦାୟିନୀ ଦେବୀ ମାତା ଲକ୍ଷ୍ମୀଙ୍କ ସହିତ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ରହିବ । ଭଗବାନ ଗଣେଶଙ୍କ ଏହି ମୂର୍ତ୍ତିମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରର ଦାରିଦ୍ରତା ଦୂର ହୋଇଥାଏ ଏବଂ ଘର ପରିବାରରେ ସୁଖ, ଶାନ୍ତ ଓ ସମୃଦ୍ଧି ବଜାୟ ରହିଥାଏ ।

ଶ୍ରୀଗଣେଶଙ୍କ ଏହି ୪ଟି ମୂର୍ତ୍ତିର ପୂଜାର୍ଚ୍ଚନା କରନ୍ତୁ :

ଗୋବରରେ ସୃଷ୍ଟି ହୋଇଥିବା ଗଣେଶଙ୍କ ପ୍ରତିମା :

ଯେମିତିକି ଆପଣ ସମସ୍ତେ ଜାଣନ୍ତି ଯେ, ଗାଈଙ୍କ ଠାରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି, ଯେଉଁଥି ପାଇଁ ଗାଈର ଗୋବର ବହୁତ ଶୁଦ୍ଧ ବୋଲି ଧରାଯାଇଥାଏ । ଯଦି ଆପଣ ଗାଈର ଗୋବରରେ ସୃଷ୍ଟି ହୋଇଥିବା ଗଣେଶଙ୍କ ପ୍ରତିମାକୁ ପୂଜାର୍ଚ୍ଚନା କରନ୍ତି; ତେବେ ଏହାଦ୍ଵାରା ଭଗବାନ ଗଣେଶଙ୍କ ସହିତ ଧନ ପ୍ରଦାୟିନୀ ଦେବୀ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ତେଣୁ ଆପଣ ଗୋବରରେ ଗଣେଶଙ୍କ ପ୍ରତିମା ତିଆରି କରି ତାକୁ ପୂଜାର୍ଚ୍ଚନା କରନ୍ତୁ ।

କାଠରେ ନିର୍ମିତ ଗଣେଶ :

କାଠରେ ନିର୍ମିତ ହୋଇଥିବା ଗଣେଶଙ୍କ ପୂଜାର୍ଚ୍ଚନା କରିବା ମଧ୍ୟ ଶୁଭ ବୋଲି ଧରାଯାଏ । ବିଶେଷ କରି ପିପ୍ପଳ, ଆମ୍ବ, ନିମ୍ବ ଇତ୍ୟାଦି ବୃକ୍ଷର କାଠରେ ନିର୍ମିତ ହୋଇଥିବା ଗଣେଶଙ୍କ ପୂଜା କରିବା ଦ୍ୱାରା ଦେବା ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଯଦି ଆପଣ ଏହାର ପୂଜା ନିୟମିତ ରୂପରେ କରିବେ; ତେବେ ଘରୁ ସମସ୍ତ ପ୍ରକାରର ଦୋଷ ଦୂର ହେବ ।

ଧଳା ଅରଖ ଜଟରେ ସୃଷ୍ଟି ହୋଇଥିବା ଗଣେଶ :

ଆପଣଙ୍କୁ କହିଦେଉଛୁ ଯେ, ଧଳା ଅରଖ ଜଟରେ ମଧ୍ୟ ଗଣେଶଙ୍କ ଆକୃତି ତିଆରି ହୋଇଥାଏ । ଯାହାକୁ ଶ୍ଵେତାର୍କ ଗଣେଶ ବୋଲି କୁହାଯାଏ । ଯଦି ଆପଣ ଗଣେଶଙ୍କ ଏହି ପ୍ରତିମାକୁ ପୂଜାର୍ଚ୍ଚନା କରନ୍ତି; ତେବେ ଏହା ଦ୍ଵାରା ଆପଣଙ୍କ ଘର ପରିବାରରେ ସୁଖଶାନ୍ତି ବିଦ୍ୟମାନ ରହିଥାଏ ଏବଂ ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଏଥିପାଇଁ ଆପଣ ରବିବାର ଦିନ କିମ୍ବା ପୁଷ୍ୟ ନକ୍ଷତ୍ରରେ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଆପଣଙ୍କୁ ଘରକୁ ଆଣନ୍ତୁ ଏବଂ ପ୍ରତିଦିନ ନିୟମିତ ଭାବରେ ପୂଜା କରନ୍ତୁ ।

ହଳଦୀରେ ନିର୍ମିତ ହୋଇଥିବା ଗଣେଶ :

ଯଦି ଆପଣ ହଳଦୀରେ ସୃଷ୍ଟି ହୋଇଥିବା ଗଣେଶଙ୍କୁ ପୂଜାର୍ଚ୍ଚନା କରୁଛନ୍ତି; ତେବେ ଏହାଦ୍ଵାରା ଆପଣ ୭ଟି ବିଶେଷ ଫଳ ପ୍ରାପ୍ତ ହେବ । ସେଥିପାଇଁ ଆପଣଙ୍କୁ ହଳଦୀର ଏମିତି ଗଣ୍ଠିମାନେ ନିଅନ୍ତୁ, ଯେଉଁଗୁଡିକରେ କି ଭଗବାନ ଶ୍ରୀଗଣେଶଙ୍କ ଆକୃତି ଦେଖାଯାଉଥିବ । ବର୍ତ୍ତମାନ ଭଗବାନ ଗଣେଶଙ୍କୁ ଧ୍ୟାନ କରି ସେହି ହଳଦୀ ଗଣ୍ଠିର ପୂଜା ପ୍ରତ୍ୟେକ ଦିନ କରନ୍ତୁ ।