ଏହା ହେଉଛି ଦୁନିଆର ସବୁଠୁ ବଡ଼ କାର, ଯେଉଁଥିରେ ସୁଇମିଙ୍ଗ ପୁଲ୍ ଠାରୁ ଆରମ୍ଭ କରି ହେଲିପେଡ ପର୍ଯ୍ୟନ୍ତ ସବୁକିଛି ରହିଛି ।

Spread the love

ମାନ୍ୟତା ରହିଛି ସ୍ଵପ୍ନର କୌଣସି ସୀମା ନାହିଁ । ଆମେ, ଆମ ଇଛା ମୁତାବକ ସ୍ଵପ୍ନ ଦେଖିଥାଉ । ନିଜ ସ୍ୱପ୍ନ ପୁରା କରିବା ପ୍ରତି ବ୍ୟକ୍ତିର ହାତରେ ରହିଥାଏ । କିଛି ଲୋକ ସ୍ୱପ୍ନ ଦେଖିବା ପାଇଁ ଭୟ କରିଥାନ୍ତି । କାରଣ ସେହି ବ୍ୟକ୍ତି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଭୟ କରିଥାଏ । ବଡ଼ ବଡ଼ ଜିନିଷ କରିବା ପାଇଁ ବ୍ୟକ୍ତି ଚେଷ୍ଟା କରିଥାଏ ଏବଂ ଏଥିପାଇଁ ସ୍ୱପ୍ନ ମଧ୍ୟ ଦେଖିଥାଏ । ଆଜି ଆମେ କହିବୁ ଏହିପରି ଏକ କାର୍ ବିଷୟରେ ଯେଉଁଥିରେ ସୁଇମିଙ୍ଗ ପୁଲ୍ ଠାରୁ ଆରମ୍ଭ କରି ହେଲିପେଡ ପର୍ଯ୍ୟନ୍ତ ସବୁକିଛି ରହିଛି ।ଆପଣ ଏହି ଲେଖାଟି ପଢିବା ପରେ ଆଶ୍ଚର୍ଯ୍ୟ ହୋଇ ପଡିବେ । କାରଣ ଏହି କାରଟିରେ ସମସ୍ତ ପ୍ରକାରର ସୁବିଧା ରହିଛି ।

ଯେଉଁ କାର୍ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ, ତାହାର ନାମ ହେଉଛି “ଲିମୋଜିନ” କାର୍ । ଦୁନିଆର କୌଣସି ବି କମ୍ପାନୀର ନାମରେ ଏହି କାରର ନିର୍ମାଣ ହୋଇ ପାରିବ । କାରଣ “ଲିମୋଜିନ” କାର୍ କୌଣସି କମ୍ପାନୀ କିମ୍ବା ବ୍ରାଣ୍ଡ ନୁହେଁ । ଏହା କାରର ଏକ ମଡେଲ୍ ଅଟେ କିମ୍ବା କହିପାରିବା ଏହା କାରର ଏକ ଷ୍ଟାଇଲ ଅଟେ । ଏହି କାରଟି ଆପଣଙ୍କ ଆବଶ୍ୟକତା ଅନୁସାରେ ନିର୍ମାଣ କରାଯାଇ ଥାଏ । କାରଣ ଏହି କାରରେ ଆପଣଙ୍କ ଆବଶ୍ୟକତା ଅନୁସାରେ ପ୍ରତିଟି ଜିନିଷ ଏଥିରେ ରହିଥାଏ ।

ଏହାର ନାମ ହେଉଛି ଆମେରିକାନ ଡ୍ରିମ୍ ଯେଉଁଥିରେ ଆପଣ ନିଜର ପରିବାର ସହ ବୁଲି ପାରିବେ ଏବଂ ଅନେକ ଗୁଡିଏ ଜିନିଷର ଲାଭ ଉଠାଇ ପାରିବେ । ଶହେ ମିଟର ଲମ୍ବ ଏହି କାରରେ ୨୬ଟି ଚକ ଲାଗିଛି ଯାହା ଖୁବ୍ ମଜଭୁତ ଅଟେ ଏବଂ ଏହା ଉପରେ ଆପଣ ହେଲିକପ୍ଟରର ଅବତରଣ କରାଇ ପାରିବେ । ଯଦି ଆପଣ ଏହି କାରର ଏକ ଘେରା ବୁଲାଇବେ, ତେବେ ଆପଣଙ୍କ ଗୋଟିଏ ସକାଳ କିମ୍ବା ଗୋଟିଏ ସନ୍ଧ୍ୟା ହୋଇଯିବ ।

କାରର ଇଣ୍ଟିରିୟର ଦେଖାଯାଏ, ତେବେ ଏହା ଏତେ ସୁନ୍ଦର ଅଟେ । ଯେପରି ଆପଣଙ୍କୁ ଲାଗିବ, ଆପଣ କୌଣସି ପଞ୍ଚତାରକା ହୋଟେଲର ରୁମରେ ବସିଛନ୍ତି । ଏଥିରେ ଆପଣ ସୁଇମିଙ୍ଗ କରିପାରିବେ ଏବଂ ଆରାମ କରିବା ପାଇଁ ଚାହିଁଲେ ଆପଣଙ୍କ ପାଇଁ ଶୟନ କକ୍ଷ ମଧ୍ୟ ରହିଛି । ଏହି କାରରେ ଦୁଇଟି ଇଞ୍ଜିନ ରହିଛି ଯାହା ସାମ୍ନାରେ ଏବଂ ପଛରେ ରହିଛି । କିନ୍ତୁ ଏହି ଇଞ୍ଜିନ ଗୁଡିକ କାହାରିକୁ ଦେଖାଯିବ ନାହିଁ । ଇଞ୍ଜିନ ଏବଂ କାର ଭିନ୍ନ ଲୁକ୍ ପ୍ରଦାନ କରୁଛି ।

କାରଟି ବଡ଼ ହୋଇଥିବା କାରଣରୁ ଏହାକୁ ବୁଲାଇବା ସହଜ ହୋଇ ନ ଥାଏ । ଏଥିରେ ଦୁଇଟି ଇଞ୍ଜିନ ରହିଥିବା କାରଣରୁ ଏଥିରେ ଦୁଇଟି ଡ୍ରାଇଭର ପାଇଁ ଦୁଇଟି କ୍ୟାବିନ ରହିଛି । ୧୯୮୦ରେ ଏହି କାରଟିକୁ “ଗିନିସ୍ ବୁକ୍”ରେ ସାମିଲ କରାଯାଇଥିଲା ଏବଂ ଇତିହାସରେ ଆଜି ମଧ୍ୟ ଏହି କାରଟିର ନାମ ସବୁଠୁ ଲମ୍ବା କାର ରୂପେ ଉଲ୍ଲେଖ ରହିଛି । ବର୍ତ୍ତମାନ ଏହି କାରଟି କିଛି ପରିମାଣରେ ଖରାପ ହୋଇଯାଇଛି ଏବଂ ଏହାର ମରାମତି କରିବା ପାଇଁ ଚେଷ୍ଟା ଚାଲିଛି । ଯଦି ଏହି କାରର ମରାମତି ଠିକ୍ ରୂପେ ହୋଇଯିବ, ତେବେ ଆପଣ ଏହାର ଦର୍ଶନର ଲାଭ ଉଠାଇ ପାରିବେ ।