ଯେଉଁ ମହିଳାମାନଙ୍କ ଠାରେ ରହିଥାଏ ଏହି ୫ଟି ଅଭ୍ୟାସ ସେମାନେ ହୋଇଥାନ୍ତି ଖରାପ ଶାଶୂ ! ବୋହୂକୁ ସହିବାକୁ ପଡେ ଦୁଃଖ… ।

Spread the love

ଶାଶୂ ବୋହୂଙ୍କ ଝଗଡ଼ା ବିଷୟରେ ଆପଣ ସମସ୍ତଙ୍କୁ ଜଣାଥିବ । ଅଧିକାଂଶ ସମୟରେ ଦେଖଯାଇଛି ଯେ, ଏମାନଙ୍କ ମଧ୍ୟରେ ପରସ୍ପର ସହିତ ଭଲ ଭାବରେ ବୁଝାମଣା ରହେ ନାହିଁ । ଯେବେ ମଧ୍ୟ କୌଣସି ଝିଅ ବିବାହ ପରେ ଶାଶୂ ଘରକୁ ଯାଏ, ତେବେ ତାର ସବୁଠାରୁ ଅଧିକ ଝଗଡ଼ା ଶାଶୂଙ୍କ ସହିତ ହିଁ ହୋଇଥାଏ । ଆମେ ସମସ୍ତେ ଗୋଟିଏ ଝିଅକୁ ହିଁ ଆଦର୍ଶ ବୋହୂ ହେବା ପାଇଁ ବାଧ୍ୟ କରିଥାଉ । କିନ୍ତୁ କଣ ଆପଣମାନେ କେବେ ଆଦର୍ଶ ଶାଶୂ ହେବାକୁ ଚେଷ୍ଟା କରିଛନ୍ତି ? ସବୁ ପ୍ରକାର ସମୟୋଜନ ବା ସୁଧାର ବୋହୂ ମାନଙ୍କୁ ହିଁ କାହିଁକି କରିବାକୁ ପଡ଼ିଥାଏ ? ଏହି କଥାଟିକୁ ଧ୍ୟାନରେ ରଖି ଆଜି ଆମେ ଆପଣମାନଙ୍କୁ କିଛି ଏପରି ଅଭ୍ୟାସ ବିଷୟରେ ଜଣାଇବାକୁ ଯାଉଛୁ; ଯାହା ଯେଉଁ ମହିଳା ଭିତରେ ରହିଥାଏ, ସେ ଗୋଟିଏ ଖରାପ ଶାଶୂରେ ପରିଣତ ହୋଇଥାନ୍ତି । ଯଦି ଆପଣ ମଧ୍ୟ ଏପରି ଭୁଲ କରନ୍ତି; ତେବେ ତୁରନ୍ତ ସୁଧରି ଯାଆନ୍ତୁ । ନ ହେଲେ ଏହି ଘୃଣା, ଝଗଡ଼ା ଏବଂ ପୁରାତନ ଭାବନା ପାଇଁ ଆପଣଙ୍କ ହସ ଖୁସିର ପରିବାର ବିଚ୍ଛିନ୍ନ ହୋଇଯିବ ।

ଶାଶୂଙ୍କୁ କରିବା ଉଚିତ ନୁହେଁ ଏପରି ଭୁଲ :

୧) ସବୁଠାରୁ ପ୍ରଥମ ଭୁଲ ଶାଶୂ ବୋହୂ ଉପରେ କେତେ ପ୍ରକାର କଟକଣା ଜାରି କରିଥାନ୍ତି । ଆପଣଙ୍କୁ ଏହି କଥାଟି ବୁଝିବାକୁ ପଡ଼ିବ ଯେ, ସେ ମଧ୍ୟ ଜଣେ ମନୁଷ୍ୟ ଅଟେ । ବିବାହ ପୂର୍ବରୁ ତାକୁ ଘରେ କେତେଗୁଡିଏ କାର୍ଯ୍ୟ କରିବା ପାଇଁ ସ୍ୱାଧୀନତା ଥିଲା । ଏମିତିରେ ଯଦି ଆପଣ ତାଙ୍କ ଉପରେ ଭିନ୍ନ ଭିନ୍ନ ପ୍ରକାର କଟକଣା ଲାଗୁ କରିବେ; ତେବେ ସେ ଆପଣଙ୍କୁ ହୃଦୟରୁ ସମ୍ମାନ ପ୍ରଦର୍ଶନ କରିବେ ନାହିଁ । ତାକୁ ଚାକିରୀ କରିବା, ପଢ଼ିବା ଲେଖିବା, ନିଜ ପସନ୍ଦର ପୋଷାକ ପିନ୍ଧିବା ଏବଂ ଭ୍ରମଣ କରିବା ଇତ୍ୟାଦି ଉପରେ କେବେ ହେଲେ କଟକଣା ଲାଗୁ କରନ୍ତୁ ନାହିଁ । ଶାଶୂ ଏବଂ ବୋହୂଙ୍କ ମଧ୍ୟରେ ସଂଘର୍ଷର ଆରମ୍ଭ ଏହି ସବୁ ବିଷୟରୁ ହିଁ ଆରମ୍ଭ ହୋଇଥାଏ ।

୨) ଦ୍ୱିତୀୟ ଭୁଲ ଶାଶୂ ନିଜର ବୋହୂ ଏବଂ ଝିଅ କିମ୍ବା ପୁଅ ମଧ୍ୟରେ ଭେଦଭାବ କରିଥାଏ । ଆପଣ ନିଜ ବୋହୂକୁ ମଧ୍ୟ ନିଜର ଝିଅ ବୋଲି ଭାବନ୍ତୁ । ତାକୁ ମଧ୍ୟ ସେପରି ଭଲ ପାଇବା ଏବଂ ସମ୍ମାନ ଦିଅନ୍ତୁ; ଯାହା ଆପଣ ନିଜ ଝିଅ ବା ପୁଅଙ୍କୁ ଦେଇଥାନ୍ତି । କୌଣସି ମଧ୍ୟ କାମକୁ ନେଇ, ଯଦି ଆପଣ ଭେଦଭାବ କରନ୍ତି; ତେବେ ଏହା ସମ୍ପର୍କକୁ ଖରାପ କରିଦିଏ ।

୩) ବୋହୂ ଏବଂ ଶାଶୂଙ୍କ ମଧ୍ୟରେ ବୟସର ବଡ଼ ଅନ୍ତର ରହିଥାଏ । ଏମିତିରେ ଦୁଇଜଣଙ୍କ ଚିନ୍ତା ଏବଂ ଭାବନା ମଧ୍ୟ ଭିନ୍ନ ଥାଏ । ଏମିତିରେ ଶାଶୂକୁ ନିଜ ସମୟ ସହିତ ଟିକିଏ ଆଧୁନିକ ହୋଇଯିବା ଉଚିତ । ପୁରାତନ ଚିନ୍ତା ଏବଂ ନିୟମକୁ ଧରି ବସି ରହିବେ, ତେବେ ଘରେ କେବେ ମଧ୍ୟ ଶାନ୍ତିର ବାତାବରଣ ରହିବ ନାହିଁ ।

୪) ଗୋଟିଏ ଶାଶୂଙ୍କୁ ସର୍ବଦା ନିଜ ବୋହୂକୁ ସେହି ମାନ-ସମ୍ମାନ ପ୍ରଦାନ କରିବା ଉଚିତ; ଯାହାର ଆଶା ସେ ତାଙ୍କ ଠାରୁ କରିଥାନ୍ତି । ସମ୍ମାନ ଏକ ଏପରି ଜିନିଷ ଅଟେ, ଯାହାକୁ ଡର କିମ୍ବା ଭୟରେ ପ୍ରାପ୍ତ କରାଯାଇ ପାରିବ ନାହିଁ । ଏହାକୁ ସମ୍ମୁଖରେ ଥିବା ଲୋକଙ୍କୁ ସମ୍ମାନ ଦେଇ ଅର୍ଜନ କରିବାକୁ ପଡିଥାଏ । ଯଦି ଆପଣ ତାଙ୍କ ସହିତ ଭଲ ଏବଂ ପ୍ରେମପୁର୍ବକ ଆଚରଣ କରିବେ; ତେବେ ତାହାକୁ କୌଣସି ପାଗଳ କୁକୁର ତ କାମୁଡି ନାହିଁ ଯେ, ସେ ଆପଣଙ୍କ ସହିତ ବିନା କାରଣରେ ଝଗଡ଼ା କରିବ । ମନେ ରଖନ୍ତୁ ତାଲି ଦୁଇଟି ହାତରେ ହିଁ ବାଜେ ।

୫) ବୋହୂ ଏହା କରିବ, ତେବେ ଲୋକେ କଣ କରିବେ, ସମାଜରେ ଆମ ସମ୍ମାନ ରହିବ ନାହିଁ ଏପରି ଭାବନା ମନରୁ ବାହାର କରି ଦିଅନ୍ତୁ । କାଲି ଯଦି ଘରେ ଝଗଡ଼ା ହେବ, ଛାଡ଼ପତ୍ର କିମ୍ବା ଘରର ଭାଗ ହେବ; ତେବେ କଣ ଆପଣଙ୍କ ସମ୍ମାନ ରହିବ ? ତେବେ ମଧ୍ୟ ଏହି ସମାଜର ଲୋକମାନେ ଆପଣଙ୍କ ବିଷୟରେ ଆଲୋଚନା କରି ଆନନ୍ଦ ପ୍ରାପ୍ତ କରିବେ । ଲୋକେ କଣ ଭାବିବେ, ଏହା ଆପଣ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ବୋହୂ ଏବଂ ପୁଅ କେଉଁ କାରଣରୁ ଖୁସି ଅଛନ୍ତି; ତାହା ଉପରେ ଧ୍ୟାନ ଦିଅନ୍ତୁ । ପରେ ଦେଖନ୍ତୁ; କିପରି ଆପଣଙ୍କ ବୋହୂ ଆପଣଙ୍କୁ ଶାଶୂ ନୁହେଁ ବରଂ ମାଆ ବୋଲି ଗ୍ରହଣ କରିବ ।