୩୦ ବର୍ଷ ପରେ ମହିଳାମାନଙ୍କୁ ଏହି ୪ଟି କାମ କରିବା ଉଚିତ ନୁହେଁ ।

Spread the love

ଆମେ ସମସ୍ତେ ଜାଣିଛୁ, ମହିଳାମାନେ ନିଜ ସ୍ୱାସ୍ଥ୍ୟଠାରୁ, ନିଜ ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ବହୁର କମ ମହିଳାମାନେ ହିଁ ଏଭଳି ଥାନ୍ତି; ଯେଉଁମାନଙ୍କୁ କି ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇଥାନ୍ତି । କମ ବୟସ ହୋଇଥିଲେ ଏଥିପ୍ରତି ଧ୍ୟାନ ନ ଦେଲେ ଚଳିବ କିନ୍ତୁ ଯେଉଁ ମାନଙ୍କ ବୟସ ୩୦ ବର୍ଷ ବା ତାହାଠାରୁ ଅଧିକ ହୋଇଥିବା ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ୩୦ ବର୍ଷ ହେଲେ ମହିଳାମାନେ ପ୍ରାୟ ସମସ୍ତ ପ୍ରକାର ସମସ୍ୟା ଠାରୁ ମୁକ୍ତି ପାଇବା ପାଇଁ କଣ କଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା ।

୧) ପାଖିପାଖି ୮୦% ମହିଳାମାନଙ୍କୁ ୩୦ ବର୍ଷପରେ ଶରୀରରେ ପ୍ରୋଟିନ ଓ କ୍ୟାଲସିଅମ୍ ର ମାତ୍ରା କମିଯାଇ ଥାଏ । ଏଥିପାଇଁ ମହିଳାମାନେ ଅଧିକ ପ୍ରୋଟିନ ଓ କ୍ୟାଲସିଅମ୍ ର ଭରପୁର ଖାଦ୍ୟ ସେବନ କରିବା ଆବଶ୍ୟକ । କ୍ୟାଲସିଅମ୍ କମ୍ ହେଲେ ଆମ ହାଡ଼ ଗୁଡ଼ିକ ଦୁର୍ବଳ ହେବାକୁ ଲାଗିଥାଏ । ଏହି କାରଣରୁ ଶରୀରରେ ହାତ, ଗୋଡ, ଆଣ୍ଠୁ, ଅଣ୍ଟା ଓ ଅନ୍ୟ ଗଣ୍ଠି ମାନଙ୍କରେ ବ୍ୟଥା ହୋଇଥାଏ ।

୨) ୩୦ ବର୍ଷପରେ ମହିଳାମାନଙ୍କ ମୁହଁରେ ଝାଉଁଳିଆପଣ ଦେଖିବାକୁ ମିଳିଥାଏ । ଅଧିକାଂଶ ମହିଳାମାନେ ଏଥିପାଇଁ ଅନେକ ପ୍ରକାରର ଫେସ୍ କ୍ରିମ୍ ଲଗାଇବା ଆରମ୍ଭ କରିଦିଅନ୍ତି । କିନ୍ତୁ ଏହା ସମ୍ପୁର୍ଣରୂପେ ଭୁଲ୍ କାମ ଅଟେ । ଆପଣ ଯଦି ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବେ ତେବେ ଆପଣଙ୍କ ମୁହଁରେ ସବୁବେଳେ ଚମକ ରହିବ ।

୩) ୩୦ ବର୍ଷ ପରେ ଅଧିକାଂଶ ମହିଳାମାନେ ଘରେ ହିଁ ରହିଥାନ୍ତି; ଯେଉଁ କାରଣରୁ ସେମାନଙ୍କର ଓଜନ ବଢିବାର ସମ୍ଭାବନା ବଢିଯାଏ । ତେଣୁ ସକାଳେ ହେଉ ବା ସନ୍ଧ୍ୟାରେ ୱାଲକିଙ୍ଗ କରିବା ନିହାତି ଆବଶ୍ୟକ ।

୪) ଅଧିକାଂଶ ମହିଳାମାନେ ୩୦ ବର୍ଷ ପରେ ଘରର କାମ କରିବା ବ୍ୟସ୍ତରେ ରହି ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବା ବନ୍ଦ କରି ଦିଅନ୍ତି । ବେଳେବେଳେ ମହିଳାମାନେ ବଡ଼ ବେମାରକୁ ମଧ୍ୟ ଛୋଟ ଭାବି ତାହାକୁ ଅଣଦେଖା କରିଦିଅନ୍ତି; ଯାହାକି ବହୁତ ଭୁଲ ଅଟେ । ସମୟ ସମୟରେ ନିଜର ଭଲ ସ୍ୱାସ୍ଥ୍ୟ ବଜାୟ ରଖିବାପାଇଁ ଚେକ୍ଅପ୍ କରେଇବା ଆବଶ୍ୟକ ।