ମହିଳାମାନେ ଭୁଲରେ ମଧ୍ୟ ଟାଇଟ୍ ଜିନ୍ସ ପିନ୍ଧିବା ଉଚିତ୍ ନୁହେଁ । ଏହାର କୁପ୍ରଭାବ ଜୀବନ ତମାମ ଭୋଗିବା ପାଇଁ ପଡିପାରେ ।

Spread the love

ଫ୍ୟାସନ୍ ନାମରେ ଝିଅମାନେ ବହୁତ କିଛି ପିନ୍ଧିଥାନ୍ତି; ଯଦି ଆପଣ ଟାଇଟ୍ ଜିନ୍ସ ପିନ୍ଧୁଛନ୍ତି ତେବେ ଏହାର କୁପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡିପାରେ ।

ସମୟ ଥିଲା ପେଣ୍ଟ ଲୋକେ ପିନ୍ଧୁଥିଲେ କିନ୍ତୁ ସମୟ ବଦଳିବା ସହ ଲୋକେ କିଛି ଦଶକ ମଧ୍ୟରେ ଜିନ୍ସ ପିନ୍ଧିବା ଆରମ୍ଭ କରିଥିଲେ । ଏଥିରେ ପୁଅ ଝିଅ ଉଭୟ ସାମିଲ ଅଟନ୍ତି ଏବଂ ଉଭୟ ଆଜିକା ଦିନରେ ଟାଇଟ୍ ଜିନ୍ସ ପିନ୍ଧିବାରେ ଲାଗିଛନ୍ତି । ଏହି ଟାଇଟ୍ ଜିନ୍ସ ପିନ୍ଧିବା ଦ୍ଵାରା ଆମେ ଅନେକ ରୋଗକୁ ଆମନ୍ତ୍ରଣ କରିଥାଊ । କିଛି ବ୍ୟକ୍ତିଙ୍କୁ ଏପରି ସମସ୍ୟା ହୋଇଯାଇ ଥାଏ; ଯାହା ଗମ୍ଭୀର ରୂପରେ ସେମାନଙ୍କୁ ସହ୍ୟ କରିବା ପାଇଁ ପଡିଥାଏ । ଟାଇଟ୍ ଜିନ୍ସ ମହିଳାମାନଙ୍କୁ ଅସୁବିଧାରେ ପକାଇ ପାରେ ଏହି ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ଭୁଲରେ ମଧ୍ୟ ମହିଳାମାନଙ୍କୁ ଟାଇଟ୍ ଜିନ୍ସ ପିନ୍ଧିବା ଉଚିତ୍ ନୁହେଁ ।

ଭୁଲରେ ମଧ୍ୟ ମହିଳା ମାନଙ୍କୁ ଟାଇଟ୍ ଜିନ୍ସ ପିନ୍ଧିବା ଉଚିତ୍ ନୁହେଁ :

ସମୟ ଥିଲା ଯେତେବେଳେ ବେଳ ବଟମ୍ ଜିନ୍ସର ଟ୍ରେଣ୍ଡ ଚାଲିଥିଲା କିନ୍ତୁ ଏହାପରେ ନେରୋ ବଟମ୍ ଜିନ୍ସର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଷ୍ଟାଇଲିସ୍ ଦେଖା ଯିବା ପାଇଁ ଝିଅମାନେ ପ୍ରତ୍ୟେକ ନୂଆଁ ଟ୍ରେଣ୍ଡକୁ ଆପଣାଇ ଥାନ୍ତି ଏବଂ ଗତ କିଛି ସମୟ ହେବ ଫେଟେଡ୍ ଜିନ୍ସର ଟ୍ରେଣ୍ଡ ଚାଲିଛି । ଝିଅମାନଙ୍କୁ ଫେଟେଡ୍ ଜିନ୍ସ ଖୁବ୍ ପସନ୍ଦ ଅଟେ । କାରଣ ଏହିଥିରେ ସେମାନଙ୍କ ଫିଗର ଫୁଟିକି ଦିଶିଥାଏ । ଷ୍ଟାଇଲିସ ଦେଖା ଯିବା ପାଇଁ ଝିଅମାନେ ଟାଇଟ୍ ଜିନ୍ସ ପିନ୍ଧିଥାନ୍ତି କିନ୍ତୁ ସେମାନଙ୍କୁ ଜଣା ନାହିଁ ଏହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଟାଇଟ୍ ଏବଂ ଫିଟ୍ ଜିନ୍ସ ପିନ୍ଧିବା ଦ୍ୱାରା ପେଟ ଉପରେ ଚାପ ପଡିଥାଏ ଏବଂ ଏହା ଭବିଷ୍ୟତରେ ଅସୁବିଧାରେ ପକାଇପାରେ । ଫିଟିଙ୍ଗ୍ ଜିନ୍ସ ପିନ୍ଧିବା ଫଳରେ ଗର୍ଭାଶୟ ସଙ୍କୁଚିତ ହୋଇଯାଇ ଥାଏ ଏବଂ ଏହା ଦ୍ୱାରା ବନ୍ଧ୍ୟାପଣର ଶିକାର ହୋଇପାରନ୍ତି । ଅନେକ ମହିଳାଙ୍କୁ ସ୍କିନ, ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଅଣ୍ଟା ପୀଡ଼ା ହୋଇଥାଏ ।

ଏହା ଏଥିପାଇଁ ହୋଇଥାଏ କାରଣ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ମାଂସପେଶୀରେ ଚାପ ପଡିଥାଏ ଏବଂ ହିପ ଜଏଣ୍ଟ, ଫ୍ରି ମୁଭମେଣ୍ଟରେ ବାଧା ଉପୁଜି ଥାଏ । ଯାହାଫଳରେ ମହିଳାଙ୍କ କ୍ଷେତ୍ରରେ ସ୍ଲିପ ଡିସ୍କ ସମସ୍ୟା ବଢିଯାଇଥାଏ ।

ସ୍କିନ୍ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା କମ ବୟସରେ ଝିଅମାନେ ଇୟୁଟ୍ରେସ ଇଂଫକ୍ସନର ଶିକାର ହୋଇପଡନ୍ତି । ଏହା ବିଷୟରେ ସେମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଜଣା ପଡିନଥାଏ ।

ଯଦି ସମୟ ପୂର୍ବରୁ ଏହାର ଚିକିତ୍ସା କାରା ନ ଯାଇଥାଏ; ତେବେ ଟିଉବରେ ସ୍ଥାୟୀ ବ୍ଳକେଜ ହୋଇଯାଇଥାଏ । ଏହାଫଳରେ ଭବିଷ୍ୟତରେ ଝିଅମାନେ ମାଆ ହୋଇପାରନ୍ତି ନାହିଁ । ଏକ ପରୀକ୍ଷାରୁ ଜଣା ପଡିଛି ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଚର୍ମ କର୍କଟ ହେବାର ସମ୍ଭାବନା ଅଧିକ ରହିଛି । ଏହା ବ୍ୟତୀତ ଲମ୍ବା ସମୟ ପର୍ଯ୍ୟନ୍ତ ଟାଇଟ୍ ଜିନ୍ସ ପିନ୍ଧିବା ଦ୍ୱାରା ଲୋକଙ୍କୁ ଡିବିଟି ସମସ୍ୟା ହୋଇଥାଏ । ଏହା ଦ୍ୱାରା ପାଦର ଶିରା ପ୍ରଶିରାରେ ବ୍ଲଡ଼ କ୍ଲାଟସ୍ ହୋଇପାରେ ଏବଂ ଏହା ଦ୍ୱାରା ରକ୍ତର ଚଳନ ମନ୍ଥର ହୋଇଯାଇଥାଏ । ଏଥିପାଇଁ ଟାଇଟ୍ ଜିନ୍ସ ପିନ୍ଧୁଥିବା ଝିଅମାନେ ସତର୍କ ରହିବା ଉଚିତ୍ ଏବଂ ଟାଇଟ୍ ଜିନ୍ସ ପିନ୍ଧିବା ଛାଡ଼ି ଦେବା ଉଚିତ୍ ।