ରାତ୍ରିରେ ଶୋଇବା ପୂର୍ବରୁ ମହିଳାମାନେ କରନ୍ତୁ ଏହି ୫ ଟି କାର୍ଯ୍ୟ କରନ୍ତୁ, ଘରକୁ ଏତିକି ଧନ ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ ।

Spread the love

ବନ୍ଧୁଗଣ ଆଜିକାର ବଢୁଥିବା ଦର ବୃଦ୍ଧି ଯୁଗରେ ଧନର ଅଭିଳାଷ ସମସ୍ତଙ୍କୁ ରହିଛି । କିନ୍ତୁ ଅନେକ ଥର ଆମର ବାରମ୍ବାର ଚେଷ୍ଟା ଏବଂ ପରିଶ୍ରମ ସତ୍ତ୍ୱେ ମଧ୍ୟ ଗୃହରେ ଧନର ଅଭାବ ଲାଗି ରହିଥାଏ । ଏମିତିରେ ଗୃହର ମହିଳାମାନଙ୍କୁ ଗୃହ ସଞ୍ଚାଳନ କରିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ସମସ୍ୟା ଗୁଡ଼ିକରୁ ଲଢ଼ିବା ପାଇଁ ଆମର ଶାସ୍ତ୍ରରେ କିଛି ଉପାୟ ବିଦ୍ୟମାନ ରହିଅଛି । ଏହି ଉପାୟ ଗୁଡ଼ିକୁ ବିଧିବଦ୍ଧ ଭାବରେ ପାଳନ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଗୃହରେ ସମୃଦ୍ଧି ହିଁ ସମୃଦ୍ଧି ହୋଇପାରିବ ।

ଏହି ଉପାୟ ଗୁଡ଼ିକୁ କରିବା ପୂର୍ବରୁ ଗୋଟିଏ କଥାର ଧ୍ୟାନ ନିଶ୍ଚୟ ରଖନ୍ତୁ ଯେ, ଏହି ଉପାୟ ଗୁଡ଼ିକୁ କେବଳ ମହିଳାମାନେ ହିଁ କରିପାରିବେ । ପୁରୁଷ ଯଦି ଏହି ଉପାୟକୁ କରିବେ; ତେବେ ତାଙ୍କୁ ମନୋବାଞ୍ଛା ଫଳ ପ୍ରାପ୍ତ ହୋଇପାରିବ ନାହିଁ । ଏହାର କାରଣ ଏହା ଅଟେ ଯେ, ଘରର ମହିଳମାନଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଇଥାଏ । ଏମିତିରେ ଦେବୀ ମାଆ ଲକ୍ଷ୍ମୀ ଗୃହର ମହିଳା ମାନଙ୍କ ପ୍ରାର୍ଥନା ଶୀଘ୍ର ଶୁଣନ୍ତି ।

ଗୃହରେ ସମୃଦ୍ଧି ଆଣିବା ପାଇଁ ମହିଲମାନେ କରନ୍ତୁ ଏହି କାମ :

୧) ସୂର୍ଯ୍ୟାସ୍ତ ପରେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଠାରୁ ଦୁଧ କିମ୍ବା ଦହି ମାଗିବା ପାଇଁ ଆସନ୍ତି; ତେବେ ତାକୁ ଦେବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ନିଜ ଗୃହର ଲକ୍ଷ୍ମୀ ଅନ୍ୟ ଗୃହକୁ ଚାଲିଯାନ୍ତି ।

୨) ରାତ୍ରିରେ ଶୋଇବା ପୂର୍ବରୁ ରୋଷେଇ ଘରେ କୌଣସି ଅଇଁଠା ବାସନ ରଖନ୍ତୁ ନାହିଁ । ଆପଣ ଯେତେବେଳେ ମଧ୍ୟ ଶୁଅନ୍ତୁ, ଏହା ପୂର୍ବରୁ ଅଇଁଠା ବାସନ ଗୁଡ଼ିକୁ ସଫା କରି ଦିଅନ୍ତୁ । ସାଥିରେ ଆପଣଙ୍କୁ ଶୋଇବା ପୂର୍ବରୁ ନିଜର ରୋଷେଇ ଘରକୁ ମଧ୍ୟ ସଫା କରନ୍ତୁ । ଏଥିରୁ ଗୃହରେ ବୈଭବ, ସଂମ୍ପନ୍ନତା ଏବଂ ଶାନ୍ତି ବୃଦ୍ଧି ପାଇଥାଏ ।

୩) ରାତ୍ରିରେ ଶୋଇବା ପୂର୍ବରୁ କେବେ ମଧ୍ୟ ନିଜର କେଶ ଖୋଲା ଛାଡ଼ନ୍ତୁ ନାହିଁ । ସର୍ବଦା ଏହାକୁ ବାନ୍ଧି ରଖନ୍ତୁ ନହେଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ ।

୪) ଶୋଇବା ପୂର୍ବରୁ ଝାଡ଼ୁକୁ ଦକ୍ଷିଣ ପଶ୍ଚିମ ଦିଗରେ ଲୁଚେଇ ରଖିଦିଅନ୍ତୁ । ଏଥିରୁ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

୫) ସପ୍ତାହରେ ଥରେ ରାତ୍ରିରେ ଶୋଇବା ପୂର୍ବରୁ ଗୃହର ଗୋଟିଏ କୋଣରେ କାଗଜ ଉପରେ କଳା ଲୁଣ ବା ସଇଁନ୍ଧର୍ବ ଲବଣ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଗୃହର ନକରାତ୍ମକ ଉର୍ଜା ବାହାରକୁ ଚାଲିଯାଏ ଏବଂ ଗୃହରେ ସକାରାତ୍ମକ ଉର୍ଜାର ବାସ ହୁଏ ।

ଆଶା କରୁଛୁ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ନିଜ ବନ୍ଧୁ ଓ ପରିବାର ବର୍ଗ ମଧ୍ୟରେ ସେୟାର କରନ୍ତୁ । ଧନ୍ୟବାଦ । ଜୟ ମା’ଲକ୍ଷ୍ମୀ !