ମହିଳା ଜଣକ ନିଜ ପ୍ରସବର live ଭିଡ଼ିଓ କରାଇଲେ, ବାଥ୍-ଟାଵ (Bathtub)ରେ ନିଜ ସନ୍ତାନକୁ ଜନ୍ମ ଦେଲେ ।

Spread the love

ବିନା କାହାର ସାହାଯ୍ୟରେ ନା କେବଳ ନିଜ ସନ୍ତାନକୁ ଜନ୍ମ ଦେଲେ, ତାହା ସହ ନିଜ ପ୍ରସବର live ଭିଡ଼ିଓ ପୋଷ୍ଟ ମଧ୍ୟ Youtubରେ କରାଇଥିଲେ । live ଭିଡ଼ିଓ ଆରମ୍ଭ ହେବାର ୩୫ ମିନିଟ୍ ପରେ ମହିଳା ଜଣକ ନିଜ ଘରେ ସନ୍ତାନକୁ ଜନ୍ମ ଦେଲେ । ଆମେରିକାର ମିଶରୀରେ ରହୁଥିବା କାରା ବେକର୍ ପ୍ରଥମରୁ ୩ ଜଣ ସନ୍ତାନଙ୍କ ମାଆ ଅଟନ୍ତି । ପ୍ରଥମ ସନ୍ତାନକୁ ଜନ୍ମ ଦେବା ସମୟରେ ଏହି ମହିଳା ଜଣକ ଭାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

କାରାଙ୍କ ୩୮ ବର୍ଷୀୟ ସ୍ୱାମୀ ବ୍ରିଶ୍ ପେସାରେ ଜଣେ ଆଇ.ଟି ସ୍ପେଶିଆଲିଷ୍ଟ ଅଟନ୍ତି । କାରା କହିଛନ୍ତି, ନିଜ; ଏହି ସନ୍ତାନର ଜନ୍ମ ପ୍ରାକୃତିକ ଉପାୟରେ କରିବାକୁ ଚାହୁଁଥିଲେ । କାରଣ ସେ ଯେତେବେଳେ ପ୍ରଥମ ସନ୍ତାନଙ୍କ ଜନ୍ମ ଦେଇଥିଲେ, ସେହି ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା ଓ ଏହା ସହ ସନ୍ତାନ ପ୍ରସବ ପାଇଁ ତାଙ୍କୁ ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏହି କାରଣରୁ ସେ ନିଜ ଚତୁର୍ଥ ସନ୍ତାନକୁ ନିଜ ଘରେ ଜନ୍ମ ଦେବା ପାଇଁ ଚିନ୍ତା କରିଥିଲେ । ବହୁ ସମୟରୁ ଚାଲି ଆସିଥିବା ପ୍ରଥାଗୁଡିକୁ ବନ୍ଦ କରିବା ପାଇଁ ନିଜ ଘରେ ସନ୍ତାନ ଜନ୍ମ କରାଇ live ଭିଡ଼ିଓକୁ Share କରିଥିଲେ ।

କାରା ୨୩ ମାର୍ଚ୍ଚ ଦିନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ଓ ନିଜ କନ୍ୟାର ନାଆଁ ମୋଲି ଫେ ବେକର୍ ରଖିଛନ୍ତି । କାରା କହିଛନ୍ତି; ପ୍ରଥମ ସନ୍ତାନ ଜନ୍ମ ସମୟରେ ଯାହା କିଛି କରାଯାଇଥିଲା, ତାହା କେବଳ ଟଙ୍କା ପାଇଁ କରାଯାଇଥିଲା ବଂର ସନ୍ତାନର ଭବିଷ୍ୟତ ପାଇଁ । ପ୍ରଥମ ସନ୍ତାନ ଜନ୍ମ ସମୟରେ କେବଳ ନର୍ସ ସେଠାରେ ଥିଲେ କିନ୍ତୁ ଡାକ୍ତର ସେଠାରେ ଉପସ୍ଥିତ ନଥିଲେ । ସନ୍ତାନକୁ ମାଆ କ୍ଷୀର ଖୁଆଇବା ପାଇଁ ମଧ୍ୟ ଦିଆଯାଇ ନଥିଲା । ଏହା ପରେ ନିଜ ଦ୍ୱିତୀୟ ସନ୍ତାନକୁ ଏକ ଚାଇଲଡ଼ ବାର୍ଥ ସେଣ୍ଟର୍ ରେ ଜନ୍ମ ଦେଇଥିଲେ । କାରା କହିଛନ୍ତି, ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଯେଉଁ ସବୁ ଅସୁବିଧା ଭୋଗିଥିଲି, ସେଥିରୁ ମୁକ୍ତି ପାଇବା ପାଇଁ ନିଜକୁ ଶିକ୍ଷିତ କରିବା ପାଇଁ ଚିନ୍ତା କରିଥିଲେ ।

କାରା କହିଛନ୍ତି, ୱାଟର ଟବ୍ ବହୁତ ଭଲ ଅଟେ, କିନ୍ତୁ ପ୍ରଥମେ ସେ ଭାରି ଡରି ଯାଇଥିଲେ । କାରା କହିଛନ୍ତି, ସେ ଚାଇଲଡ଼ ବାର୍ଥ ବିଷୟରେ ଵହୁତ ଗୁଡିଏ ଭିଡ଼ିଓ ଦେଖିଛନ୍ତି । ସେ ଏହା ମଧ୍ୟ କହିଛନ୍ତି; ସନ୍ତାନ ଜନ୍ମ କରାଇବା ପରେ ନିଜ ଭିତରୁ ଭୟ ଛାଡ଼ି ଯାଇଥାଏ । ତୃତୀୟ ସନ୍ତାନ ଜନ୍ମ ଦେବା ପରେ କାରାଙ୍କ ଭିତରେ ଆତ୍ମବିଶ୍ୱାସ ବଢି ଯାଇଥିଲା ।

କାରା କହିଛନ୍ତି ତୃତୀୟ ସନ୍ତାନ ଜନ୍ମ କରାଇବା ପୂର୍ବରୁ ସେ ଶପିଙ୍ଗ୍ କରୁଥିଲେ । କାରା କହିଛନ୍ତି ନିଜର ତୃତୀୟ ସନ୍ତାନକୁ ଚାଇଲଡ଼ ବାର୍ଥ ସେଣ୍ଟରରେ ୱାଟର୍ ଟବ୍ ରେ ହିଁ କରାଇଥିଲେ । କିନ୍ତୁ ନିଜ ଚତୁର୍ଥ ସନ୍ତାନକୁ ନିଜ ଘରେ ଜନ୍ମ କରାଇବା ପାଇଁ ଚିନ୍ତା କରିଥିଲେ । କାରା କହିଛନ୍ତି, ବହୁତ ଗୁଡିଏ ମହିଳାଙ୍କ ବାର୍ଥ ଭିଡ଼ିଓ ଦେଖିବା ପରେ ହିଁ ତାଙ୍କ ମନରୁ ଭିତରୁ ଭୟ ଚାଲିଯାଇଥିଲା ।

Source : punjabkesari