ଏହି ୭ଟି ତିକ୍ତ ସତ୍ୟ ମହିଳାମାନେ ନିଜ ପତିଙ୍କୁ କଦାପି କହି ନଥାନ୍ତି ।

Spread the love

ବିବାହ ପରେ ମହିଳାଙ୍କ ଜୀବନ ଏକ ନୂଆ ପ୍ରକାରର ହୋଇ ଯାଇଥାଏ । ମାଆବାପାଙ୍କ ଘର ଛାଡି ସେ ପତିଙ୍କ ଘରକୁ ଆସି ଯାଇଥାଏ । ଗୋଟିଏ ଛାତ ତଳେ ରହି ସେ ନିଜ ପତିଙ୍କ ସହ ସୁଖ-ଦୁଃଖ ବାଣ୍ଟିଥାଏ । ଛୋଟରୁ ଛୋଟ କଥା ସେ ନିଜ ପତି ସହ ସେୟାର କରିଥାଏ । କିଛି ବସ୍ତୁ ଆଣିବା ପାଇଁ କିମ୍ବା ଆଜିର ଦିନ କିପରି କଟିଲା, ତାଙ୍କୁ କଣ ପସନ୍ଦ ନାପସନ୍ଦ କିମ୍ବା ନିଜର ଅଜବ ଗଜବ ଖରାପ ଅଭ୍ୟାସ, ପ୍ରତିଦିନ ପତିଙ୍କ ସହ ଶେୟର କରିଥାଏ । କିନ୍ତୁ ମହିଳାମାନଙ୍କ ମନରେ ଏପରି କିଛି କଥା ଥାଏ, ଯାହା ସେ ନିଜ ପତିଙ୍କ ସହ ସେୟାର କରିବାକୁ ଚାହାନ୍ତି ନାହିଁ । କାରଣ ତାଙ୍କୁ ଭୟ ଥାଏ ଯେ, ତାଙ୍କର ଅତୀତ ତାଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇ ନ ଦିଏ ।

ଲୋକେ କୁହନ୍ତି ମହିଳାଙ୍କ ପେଟରେ କୌଣସି କଥା ଲୁଚି ପାରେ ନାହିଁ, ଏହା ସମ୍ପୂର୍ଣ ସତ୍ୟ ନୁହେଁ । କିନ୍ତୁ ଯେବେ ତାଙ୍କର ପରିବାର ଏବଂ ବୈବାହିକ ଉପରେ କଥା ଆସେ; ତେବେ ସେମାନେ ବଡ଼ରୁ ବଡ଼ କଥାକୁ ନିଜ ମନରେ ଲୁଚାଇ ଦେଇଥାନ୍ତି । କିଛି ଏମିତି କଥା ଥାଏ, ଯାହାକୁ ମହିଳାମାନେ ନିଜର ଜୀବନ ସାଥିଙ୍କୁ କହିବା ପାଇଁ ସ୍ଵାଭାବିକ ଭାବି ନଥାନ୍ତି । ପ୍ରକୃତରେ କହିବାକୁ ଗଲେ, ସେମାନେ ନିଜ ବୈବାହିକ ଜୀବନରେ କୌଣସି ପ୍ରକାରର ରିସ୍କ ନେବାକୁ ଚାହାନ୍ତି ନାହିଁ । ଆମେ ସାତ ଜଣ ବିବାହିତା ମହିଳାମାନଙ୍କୁ ସେହି ବିଷୟଗୁଡିକ ପଚାରିଲୁ, ଯାହା ସେ ନିଜ ପତିଙ୍କୁ କଦାପି କୁହନ୍ତି ନାହିଁ । ଆସନ୍ତୁ ଆପଣଙ୍କୁ ସେହି ବିଷୟରେ କହିବୁ ।

ଅତୀତ ସମ୍ପର୍କ :

“ମୋର ପତି ସବୁବେଳେ ପଚାରନ୍ତି ଯେ, ତାଙ୍କ ସହ ମିଶିବା ପୂର୍ବରୁ ମୋର କେତୋଟି ପ୍ରେମମୟ ସମ୍ପର୍କ ଥିଲା ଏବଂ ମୁଁ ଏହି ବିଷୟରୁ ବଞ୍ଚିବା ପାଇଁ ସବୁବେଳେ ଚେଷ୍ଟା କରିଥାଏ । କାରଣ ତିନି ବର୍ଷରୁ ମଧ୍ୟ ଅଧିକ ସମୟ ତାଙ୍କ ସହ ରହିବା ପରେ ମଧ୍ୟ ମୁଁ ଭଲ ଭାବରେ ଜାଣିଛି ଯଦି ମୁଁ ତାଙ୍କୁ ମୋ ଅତୀତ ବିଷୟରେ କହିବି, ତେବେ ସେ ବହୁତ ଭାବିବେ ଏବଂ ମୋତେ ନେଇ ଅସୁରକ୍ଷିତ ହୋଇଯିବ । ଏଥିରୁ କଣ ଯାଏ ଆସେ ? ମୁଁ ଏକ ସମର୍ପିତ ଏବଂ ପ୍ରେମ କରୁଥିବା ପତ୍ନୀ ଅଟେ । ମୋ ଅତୀତ ମୋ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇ ପାରିବ ନାହିଁ ।

କେବେ କେବେ ପୂର୍ଵ ପ୍ରେମିକ ମନେ ପଡ଼ିଯାଏ :

କଥାବାର୍ତ୍ତାରୁ ମହିଳାମାନେ କହିଛନ୍ତି ଯେ, ସେମାନେ ନିଜ ପତିଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସମ୍ମାନ ମଧ୍ୟ ଦିଅନ୍ତି । କିନ୍ତୁ ବେଳେବେଳେ ତାଙ୍କୁ ନିଜର ପୂର୍ଵ ପ୍ରେମିକ ମନେ ପଡ଼ିଯାଏ ଏବଂ ସେ ନିଜର ପତିଙ୍କ ତୁଳନା ତାହା ସହ କରିଥାଏ । ସେ ଏହା ଭଲ ଭାବରେ ଜାଣିଥାଏ ଯେ, ଏହା ତାର ବିବାହ ପାଇଁ ଠିକ ନୁହଁ ଏବଂ କୌଣସି ବ୍ୟକ୍ତି ଏହି ଦୁନିଆରେ ପରଫେକ୍ଟ ନୁହନ୍ତି ।

ଶାଶୁ ଶଶୁରଙ୍କୁ ପ୍ରେମ କରିବାର ଛଳନା କରୁଛି :

ମହିଳାମାନେ କହିଥିଲେ ଯେ, ବିବାହର ପ୍ରଥମ ଦିନରୁ ହିଁ ସେମାନେ ନିଜ ଶଶୁରଘର ଲୋକଙ୍କ ଠାରୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି । ଆମେ ଗୋଟିଏ ଘରେ ରହିଲେ ମଧ୍ୟ ଛଳନା କରୁଛୁ ଯେ, ଆମେ ସେମାନଙ୍କ ସହ ଖୁସିରେ ଅଛୁ । କିନ୍ତୁ ପ୍ରକୃତ ବିଷୟ ଅଲଗା ଅଟେ । ଆମେ ଏହି କଥା ସ୍ଵୀକାର କରିନେଇଛୁ ଯେ, ଆମ ଶଶୁରଘର ଲୋକେ କଦାପି ଆମକୁ ତାଙ୍କର ପୁତ୍ରୀ ରୂପରେ ମାନିବେ ନାହିଁ ଏବଂ ଆମେ ମଧ୍ୟ ସେମାନଙ୍କର ସେବା ନିଜ ପିତାମାତାଙ୍କର ପରି କରିପାରିବୁ ନାହିଁ ।

କ୍ୟାରିଅର ନଷ୍ଟ କରିଥବାରୁ ପଶ୍ଚାତାପ :

ମହିଳାମାନଙ୍କୁ ଏହି ବିଷୟର ପଶ୍ଚାତାପ ହେଉଛି ଯେ, ସେମାନେ ନିଜ ପିଲାଙ୍କ ଲାଳନପାଳନ ଏବଂ ଘରର ଭୋରଣପୋଷଣରେ ନିଜର କ୍ୟାରିଅର ନଷ୍ଟ କରିଦେଇଛନ୍ତି । ମହିଳାମାନଙ୍କ କହିବା ଅନୁଯାୟୀ ସେମାନଙ୍କ ପତି କାଯ୍ୟାଳୟରୁ ବିଳମ୍ବରେ ଫେରନ୍ତି କିନ୍ତୁ ସେ ନିଜ ପତିଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା ରଖେନାହିଁ । ବାସ୍ତବରେ ସେମାନଙ୍କୁ ଟିକିଏ ପ୍ରଶଂସାର ଆଶା ଥାଏ । ଦିନ ସାରା ଘରେ ରହି କାମ କର କିନ୍ତୁ ତାଙ୍କ କାମ ପାଇଁ କେହି ମଧ୍ୟ ପ୍ରଶଂସା କରିବା ପାଇଁ ନାହାଁନ୍ତି ।

ପତି ସବୁବେଳେ ନିଜ ମାଆଙ୍କ ସପକ୍ଷରେ ରୁହନ୍ତି :

ଅଧିକାଂଶ ମହିଳାଙ୍କର ନିଜ ଶାଶୁଙ୍କ ସହ ଭଲ ସମ୍ପର୍କ ନଥାଏ ଏବଂ ବେଳେବେଳେ ସେମାନଙ୍କ ମଧ୍ୟରେ ଝଗଡା ହୋଇ ଯାଇଥାଏ । ଏହା ଉପରେ ସମସ୍ତ ମହିଳାଙ୍କ କହିବା ଅନୁସାରେ ସେମାନଙ୍କ ପତି ସବୁବେଳେ ନିଜ ମାତାଙ୍କ ସପକ୍ଷ ନେଇଥାନ୍ତି । ଯଦ୍ୟପି ତାଙ୍କର ମାତା ଭୁଲ ଥାଆନ୍ତି । ଯାହା ଫଳରେ ମହିଳାମାନେ ଏକୁଟିଆ ବସି କାନ୍ଦିବାକୁ ଲାଗନ୍ତି ଏବଂ ନିଜକୁ ନିଜ ପରିବାରରେ ଅଜଣା ବୋଲି ଅନୁଭବ କରିଥାନ୍ତି ।

ପରିବାର ଏବଂ ବନ୍ଧୁମାନଙ୍କ ସହ ଗପସପ ସମ୍ବନ୍ଧିତ :

ଅଧିକାଂଶ ମହିଳାମାନେ ନିଜର ବେଷ୍ଟ ଫ୍ରେଣ୍ଡ ଏବଂ ସମ୍ପର୍କୀୟଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ନିଜ ପତିଙ୍କୁ କୁହନ୍ତି ନାହିଁ । କାରଣ ସେମାନେ ଛାହାନ୍ତି ନାହିଁ ଯେ, ସେମାନଙ୍କ ପତି ଏବଂ ଶାଶୁଘର ଲୋକେ ସେମାନଙ୍କ ବେଷ୍ଟ ଫ୍ରେଣ୍ଡ ଏବଂ ସମ୍ପର୍କୀୟଙ୍କୁ ନେଇ ତାଙ୍କୁ ଜର୍ଜ କରିବେ ।

ଅଧିକାଂଶ ମହିଳାମାନଙ୍କ ପତି ଫୋରପ୍ଲେ କରିବା ପାଇଁ ବହୁତ କମ୍ ସମୟ ଦେଇଥାନ୍ତି । ଏହି କଥାକୁ ସେମାନେ ନିଜ ମନରେ ଲୁଚାଇ ରଖିଥାନ୍ତି ଏବଂ ପରସ୍ପର ସହ ଶାରୀରିକ ସମ୍ପର୍କରେ ଅନୁକୂଳତା ରଖନ୍ତି ନାହିଁ ବୋଲି ସେମାନଙ୍କୁ ଲାଗେ । ଶାରୀରିକ ସମ୍ପର୍କ କେବଳ ଆନନ୍ଦ ପାଇଁ ନୁହଁ ଏହି ବିଷୟ ମହିଳାମାନେ ସେମାନଙ୍କ ପତିଙ୍କୁ କହିବା ପାଇଁ ଚାହୁଁଥିଲେ ମଧ୍ୟ ସାହସ କରି କଦାପି କହି ପାରନ୍ତି ନାହିଁ ।