ଏଥିପାଇଁ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ନାମଧରି ଡାକନ୍ତି ନାହିଁ, ସତ୍ୟତା ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ ।

Spread the love

ବର୍ତ୍ତମାନ ସମୟରେ ବହୁତ କିଛି ପରିବର୍ତ୍ତନ ହୋଇଛି କିନ୍ତୁ ଆଜିମଧ୍ୟ ଅନେକ ଜାଗାରେ ଦେଖିବାକୁ ମିଳୁଛି କି, ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ନାମଧରି ଡାକନ୍ତି ନାହିଁ । ଆଜିକାଲି ଅଧିକାଂଶ ଲୋକମାନେ ପ୍ରେମକରି ବାହାଘର କରୁଛନ୍ତି । ସେମାନେ ହିଁ ଅଧିକାଂଶ ସମୟରେ ନିଜ ସ୍ୱାମୀଙ୍କୁ ସେମାନଙ୍କ ନାମଧରି ଡାକନ୍ତି ଓ ଅନ୍ୟ ନାମ ମଧ୍ୟ ଦେଇଥାନ୍ତି । କିନ୍ତୁ ଯିଏ ଏରେଞ୍ଜ ମେରେଜ୍ କରନ୍ତି ସେହି ସ୍ତ୍ରୀମାନେ କେବେମଧ୍ୟ ନିଜ ସ୍ୱାମୀଙ୍କ ନାମଧରି ଡାକିନଥାନ୍ତି । ଏହା ପଛରେ ମଧ୍ୟ କାରଣ ଅଛି ଯାହାକି ଜାଣିଲେ ଆପଣ ମଧ୍ୟ ବିଶ୍ୱାସ କରିପାରିବେ ନାହିଁ । ସ୍ତ୍ରୀ ନିଜ ସ୍ୱାମୀଙ୍କ ନାମଧରି ନ ଡ଼ାକିବା ମଧ୍ୟ କିଛି ଧାର୍ମିକ କାରଣ ଅଛି । ଆସନ୍ତୁ ସେହି ବିଷୟରେ ଆମେ ଆଜି ସମ୍ପୁର୍ଣରୂପେ ଜାଣିବା ।

ଏଥିଯୋଗୁଁ ସ୍ୱାମୀଙ୍କ ନାମଧରି ଡକାଯାଇ ନଥାଏ –

ମହର୍ଷି ଦେବବ୍ୟାସଙ୍କୁ ଭାଗବନର ଅବତାର କୁହାଯାଏ । ମହର୍ଷି ଦେବବ୍ୟାସଙ୍କ ମୁଖରୁ ବାହାରିଥିବା ବାଣୀ, ଭଗବାନ ଶ୍ରୀ ଗଣେଶ ସ୍କନ୍ଧ ପୁରାଣରେ ଲେଖିଛନ୍ତି । ସ୍କନ୍ଧ ପୁରାଣରେ ଲେଖା ହୋଇଛି; ଯେଉଁ ଘରେ ପତିବ୍ରତା ସ୍ତ୍ରୀ ଥାନ୍ତି, ସେହି ଘରେ ରହୁଥିବା ଲୋକଙ୍କ ଜୀବନ ଖୁସିରେ ଭରିଯାଇ ଥାଏ । ଏବେ ଆମେ ଆପଣଙ୍କୁ କହିବୁ, କାହିଁକି ସ୍ତ୍ରୀ ନିଜ ସ୍ୱାମୀଙ୍କ ନାମଧରି ଡାକନ୍ତି ନାହିଁ । ସ୍କନ୍ଧ ପୁରାଣରେ ଲେଖା ହୋଇଛି; ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ନାମ ଧରି ଡାକନ୍ତି, ତେବେ ସ୍ୱାମୀଙ୍କ ଆୟୁ କମି ଯାଇଥାଏ ।

ଏଥିପାଇଁ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ କେବେମଧ୍ୟ ନିଜ ସ୍ୱାମୀଙ୍କ ନାମଧରି ଡାକନ୍ତି ନାହିଁ । ଏହା ଛଡା ସ୍କନ୍ଧ ପୁରାଣରେ ଏହା ମଧ୍ୟ ଲେଖା ହୋଇଛି, ସେହି ମହିଳାଙ୍କୁ ପତିବ୍ରତା କୁହାଯିବ, ଯେଉଁମାନେ ସ୍ତ୍ରୀମାନେ, ସ୍ୱାମୀ ଭୋଜନ କରିବା ପରେ ହିଁ ଭୋଜନ କରିଥାନ୍ତି । ଯେଉଁ ସ୍ତ୍ରୀ, ରାତ୍ରରେ ସ୍ୱାମୀ ଶୋଇବା ପରେ ଶୋଇଥାନ୍ତି ଓ ସକାଳେ ସ୍ୱାମୀ ଉଠିବା ପୂର୍ବରୁ ଉଠିଥାନ୍ତି, ସେମାନଙ୍କୁ ହିଁ ପତିବ୍ରତା ସ୍ତ୍ରୀ କୁହାଯାଏ । ଆପଣଙ୍କୁ ଏହା ଜାଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ କି, ପତିବ୍ରତା ସ୍ତ୍ରୀ କେବେ ମଧ୍ୟ ଶୃଙ୍ଗାର ହେବା ଉଚିତ ନୁହେଁ, ଯେତେବେଳେ କି ସ୍ୱାମୀ କୌଣସି କାରଣରୁ ନିଜ ସ୍ତ୍ରୀ ଠାରୁ ଦୂରରେ ରହୁଥିବେ । କେବଳ ଏତିକି ହିଁ ନୁହଁ ପତିବ୍ରତା ସ୍ତ୍ରୀ କେବେ ମଧ୍ୟ ନିଜ ସ୍ୱାମୀଙ୍କ ଅନୁମତି ବିନା କୌଣସି ତୀର୍ଥ ସ୍ଥାନ ବା ଉତ୍ସବରେ ଯୋଗ ଦେବା ଉଚିତ ନୁହଁ ।

କିନ୍ତୁ ଆଜିକାଲି ର ମଡ଼େର୍ନ ମହିଳାମାନେ ଏଗୁଡ଼ିକୁ ମାନି ନଥାନ୍ତି । ସ୍ତ୍ରୀ ନିଜକୁ ସ୍ୱାମୀଙ୍କଠାରୁ କମ ନୁହନ୍ତି ବୋଲି ଭାବିଥାନ୍ତି । ସ୍କନ୍ଧ ପୁରାଣରେ ଲେଖା ହୋଇଥିବା ବିଷୟକୁ ଆମେ ବିରୋଧ କରୁ ନାହୁଁ କିନ୍ତୁ କୌଣସି ସାଧାରଣ ଲୋକକୁ ମଧ୍ୟ ଭଗବାନଙ୍କ ମାନ୍ୟତା ଦେବା ମଧ୍ୟ ଉଚିତ ନୁହଁ । ଯେଉଁ ପୁରୁଷ ମହିଳାକୁ ସମ୍ମାନ କରି ନ ଥାଏ, ସେମାନଙ୍କୁ ନିଜଠାରୁ ବହୁତ ତଳେ ଥାନ୍ତି ବୋଲି ଭାବିଥାନ୍ତି କହିବାକୁ ଗଲେ ସେମାନେ ସମ୍ମାନ ପାଇବାର ହକଦର ହୋଇନଥାନ୍ତି ।

କିନ୍ତୁ ସ୍କନ୍ଧ ପୁରାଣରେ ଏହାମଧ୍ୟ ଲେଖା ହୋଇଛି କି, ଯେଉଁ ମହିଳା ନିଜ ସ୍ୱାମୀଙ୍କୁ ଭଗବାନ ଶଙ୍କର ଓ ବିଷ୍ଣୁଙ୍କ ଠାରୁ ଅଧିକ ମାନନ୍ତି; ସେ ହିଁ ପ୍ରକୃତରେ ପତିବ୍ରତା ସ୍ତ୍ରୀ ହୋଇଥାଏ । ପତ୍ନୀ, ସ୍ଵାମୀଙ୍କ ନାମ ଧରି ଡାକିବା ଦ୍ୱାରା ସ୍ବାମୀଙ୍କ ଆୟୁଷ କମିଯାଇଥାଏ । କିନ୍ତୁ ଆଜିକାଲିର ମୋର୍ଡେନ ଯୁଗରେ ଝିଅମାନେ ଏହିପରି କଥାକୁ ବିଶ୍ବାସ କରନ୍ତି ନାହିଁ କିନ୍ତୁ କେତେକ ମହିଳା ଏହାକୁ ବିଶ୍ବାସ କରନ୍ତି । ଏହି ସମ୍ପର୍କରେ ଆପଣଙ୍କ ମତାମତ କଣ Comment କରି ଜାଣନ୍ତୁ ।