ମହିଳାଙ୍କ ମଧ୍ୟରେ ବନ୍ଧ୍ୟାପଣ ବଢିଚାଲିଛି । ଜାଣନ୍ତୁ ବନ୍ଧ୍ୟାପଣର ୫ଟି ପ୍ରମୁଖ୍ୟ କାରଣ ।

Spread the love

ଆଜିକାଲି ମହିଳାମାନେ ବନ୍ଧ୍ୟାପଣର ଶିକାର ହେବାରେ ଲାଗିଛନ୍ତି । ଆଜି ଆମେ ଆପଣଙ୍କୁ ୫ଟି କାରଣ ଜଣାଇବୁ ଯାହା ଜାଣି ସାରିବା ପରେ ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ ।

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ମହିଳାଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖା ଯାଉଛି । ସେହି ସମସ୍ୟା ଗୁଡିକ ମଧ୍ୟରୁ ବନ୍ଧ୍ୟାପଣ ଅନ୍ୟତମ ଅଟେ । ମାଆ ହେବା ସବୁ ମହିଳାଙ୍କ ସପ୍ନ ହୋଇଥାଏ । କିନ୍ତୁ ପ୍ରତିଦିନର ଜୀବନଚର୍ଯ୍ୟା ଯୋଗୁଁ କିଛି ମହିଳାଙ୍କ ଏହି ସପ୍ନ ପୁରା ହୋଇନଥାଏ । ଜାଣନ୍ତୁ ବନ୍ଧ୍ୟାପଣର ୫ଟି କାରଣ ଓ ଏହାର ପ୍ରତିକାର, ଯାହା ଫଳରେ ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ ।

ବନ୍ଧ୍ୟାପଣ କଣ ଅଟେ ?

ବାରମ୍ବାର ଚେଷ୍ଟା ସତ୍ତ୍ୱେ କେତେକ ମହିଳା ଗର୍ଭଧାରଣ କରିପାରନ୍ତି ନାହିଁ । ଏହି ପରିସ୍ଥିତିରେ ମହିଳାମାନେ ବନ୍ଧ୍ୟାପଣର ଶିକାର ହୋଇଥାନ୍ତି । ବନ୍ଧ୍ୟାପଣ ଯୋଗୁଁ ମହିଳାମାନେ ଗର୍ଭଧାରଣ କରିପାରନ୍ତି ନାହିଁ କିନ୍ତୁ ଏହି ସମସ୍ୟାର ଶିକାର ହେବା ପୂର୍ବରୁ ଚିକିତ୍ସା କରିପାରିଲେ, ମହିଳାମାନେ ଏହି ସମସ୍ୟା ଭୋଗି ନ ଥାନ୍ତି ।

ବନ୍ଧ୍ୟାପଣର ୫ଟି ମୁଖ୍ୟ କାରଣ :

1. ହୋର୍ମାନର ଅସନ୍ତୁଳନ :

କୌଣସି କାରଣ ଯୋଗୁଁ ହୋର୍ମନ ଅସନ୍ତୁଳନ ହୋଇଥାଏ; ତେବେ ମହିଳାମାନେ ଗର୍ଭଧାରଣ କରି ପାରନ୍ତି ନାହିଁ, ଯାହାଫଳରେ ମହିଳାମାନେ ମାଆ ହୋଇପାରନ୍ତି ନାହିଁ ।ହୋର୍ମନ ଅସନ୍ତୁଳନ ହେବା କାରଣରୁ ଅଣ୍ଡକୋଷରୁ ଅଣ୍ଡ ବାହାରି ନଥାଏ । ସେଥିପାଇଁ ମହିଳାମାନେ ମାଆ ହୋଇପାରନ୍ତି ନାହିଁ ଓ ସେ ବନ୍ଧ୍ୟାପଣର ଶିକାର ହୋଇଥାନ୍ତି ।

2. ପିସିଓଏସ୍ :

ଆଜିକାଲି ମହିଳାମାନଙ୍କ କ୍ଷେତ୍ରରେ ପିଓଏସ୍ ସମସ୍ୟା ବଢିଚାଲିଛି; ଯାହାଫଳରେ ମହିଳାମାନେ ଗର୍ଭ ଧାରଣ କରିପାରନ୍ତି ନାହିଁ । ଏହି ରୋଗରେ ପୀଡିତ ହେଲେ ଫେଲୋପିଅନ ଟିଉବରେ ସିଷ୍ଟ ହୋଇଯାଇଥାଏ, ଯାହା ଦ୍ୱାରା ମହିଳାମାନେ ବନ୍ଧ୍ୟାପଣର ଶିକାର ହୋଇଥାନ୍ତି । ବିଭିନ୍ନ ଚିକିତ୍ସା କରାଇ ମହିଳାମାନେ ଏହି ସମସ୍ୟାରୁ ମୁକୁଳି ପାରିବେ ଓ ଗର୍ଭ ଧାରଣ କରିପାରିବେ ।

3. ବିଳମ୍ବରେ ବିବାହ :

ବିବାହ ପୂର୍ବରୁ ମହିଳାମାନେ ନିଜର କ୍ୟାରିଅର ଗଢିବା ପାଇଁ ଚିନ୍ତା କରିଥାନ୍ତି । ଯାହାଫଳରେ ସେମାନେ ବିଳମ୍ବରେ ବିବାହ କରିଥାନ୍ତି । ଡାକ୍ତରୀ ଭାଷାରେ ମହିଳାମାନେ କେବଳ ୪୦ ବର୍ଷ ପୂର୍ବରୁ ହିଁ ଗର୍ଭ ଧାରଣ କରିପାରନ୍ତି । କିଛି ମହିଳାଙ୍କ ଗର୍ଭଧାରଣା କ୍ଷମତା କେବଳ 35 ବର୍ଷ ହିଁ ହୋଇଥାଏ କିନ୍ତୁ ଆଜିକାଲି ବିଳମ୍ବରେ ବିବାହ କରିବା ଯୋଗୁଁ ମହିଳାମାନେ ଗର୍ଭବତୀ ହୋଇପାରନ୍ତି ନାହିଁ ।

4. ମୋଟାପଣ :

ମୋଟାପଣ ଯୋଗୁଁ ମହିଳାମାନେ ବନ୍ଧ୍ୟାପଣର ଶିକାର ହୋଇଥାନ୍ତି । ବଢୁଥିବା ଚର୍ବି ଯୋଗୁଁ ମହିଳାଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଇଥାଏ । ସେହି ସମସ୍ୟା ଗୁଡିକ ଯୋଗୁଁ ମହିଳାମାନେ ଅନେକ ଔଷଧ ଖାଇଥାନ୍ତି ଯାହାଫଳରେ ସେମାନେ ବନ୍ଧ୍ୟାପଣର ଶିକାର ହୋଇପଡନ୍ତି ।

5. ଚିନ୍ତା :

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମହିଳାମାନେ ବହୁତ ଚିନ୍ତଗ୍ରସ୍ତ ହୋଇପଡନ୍ତି । ଯାହାଦ୍ୱାରା ସେମାନେ ବନ୍ଧ୍ୟାପଣର ଶିକାର ହୋଇପଡନ୍ତି । ଚିନ୍ତାଗ୍ରସ୍ତ ହେବା ଫଳରେ ଏହାର ପ୍ରଭାବ ମହିଳାଙ୍କ ଅଣ୍ଡକୋଷ ଉପରେ ପଡି ଅଣ୍ଡ ତିଆରି ହୋଇ ପାରିନଥାଏ ଓ ମହିଳାମାନେ ବନ୍ଧ୍ୟାପଣର ଶିକାର ହୋଇପଡନ୍ତି ।