ବିନା ମୂଲ୍ୟର ଏହି ୫ଟି ଘୋରୋଇ ଉପଚାର ଦ୍ୱାରା ହୋଲି ଦିନ ନିଜ ଦେହରୁ ରଙ୍ଗ ଛଡାନ୍ତୁ ।

Spread the love

ଲୋକମାନେ ନାଚିଗାଇ ସାରା ଦେଶରେ ଅତି ଆନନ୍ଦର ସହ ହୋଲି ପର୍ବକୁ ପାଳନ କରିଥାନ୍ତି । ପ୍ରେମ ଓ ସମ୍ପର୍କର ଏହି ପର୍ବରେ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ହୋଲି ପର୍ବକୁ ଉପଭୋଗ କରିଥାନ୍ତି । କିନ୍ତୁ ହୋଲି ଖେଳର ପରିଶେଷରେ ଲାଗିଥିବା ରଙ୍ଗକୁ ଛଡେଇବାରେ ବହୁ କଷ୍ଟ କରିବାକୁ ପଡିଥାଏ । ତାହା ହେଲେ ଜାଣନ୍ତୁ, କଣ ଏପରି କରିବେ ଯାହା ଫଳରେ ଲାଗିଥିବା ରଙ୍ଗ ଆପଣ ସହଜରେ ସଫା କରି ପାରିବେ ?

ଯେତେ ମଜା ହୋଲି ଖେଳିବାରେ ଆସିଥାଏ ସେତିକି କଷ୍ଟ ହୋଲିର ରଙ୍ଗ ଛଡେଇବାରେ ହୋଇଥାଏ । ହୋଲିର ରଙ୍ଗ ଛଡେଇବା ପାଇଁ ଲୋକମାନେ ବହୁ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ସେହି ଉପାୟ ଗୁଡିକ ମଧ୍ୟରୁ କିଛି କାର୍ଯ୍ୟ କରିଥାଏ ଓ କିଛି କାର୍ଯ୍ୟ କରି ନଥାଏ । କିନ୍ତୁ ଆପଣଙ୍କୁ ଆଜି ଆମେ କିଛି ଏମିତି ଉପାୟ ବିଷୟରେ କହିବୁ ଯାହା ବିନା ମୂଲ୍ୟରେ ଓ ନିଜ ଘୋରୋଇ ଉପଚାରରେ ସହଜରେ ଆପଣ ଆପଙ୍କର ହୋଲି ରଙ୍ଗକୁ ସଫା କରିପାରିବେ ।

ବେସନ, ଲେମ୍ବୁ ଓ ଦହି :

ବେଶନରେ ଲେମ୍ବୁ ଓ ଦହି ମିଶାଇ ୧୫ ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ ଓ ଏହାକୁ ଶୁଖିବାକୁ ଦିଅନ୍ତୁ । ଏହା ପରେ ଗରମ ପାଣିରେ ମୁହଁକୁ ଧୋଇ ନିଅନ୍ତୁ ଓ ଧୋଇବା ପରେ ଯେକୌଣସି କ୍ରୀମ ମୁହଁରେ ଲଗାଇ ନିଅନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କର ଚେହେରାରୁ ରଙ୍ଗ ତୁରନ୍ତ ଛାଡି ଯିବ ଓ ପୂର୍ବ ପରି ଆପଣଙ୍କର ଚେହେରା ଚମକି ଉଠିବ ।

କାକୁଡି ରସ ଓ ଭିନେଗାର :

କାକୁଡି ରସରେ ଏକ ଚାମଚ ଭିନେଗାର ମିଶାଇ ନିଜ ଶରୀରରେ ଲଗାନ୍ତୁ ଓ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ ଓ ପରେ ଅଳ୍ପ ଉଷୁମ ପାଣିରେ ଧୋଇ ନିଅନ୍ତୁ । ଏହି ପରି କରିବା ଦ୍ଵାରା ଆପଣଙ୍କର ଶରୀରରେ ଲାଗିଥିବା ପକ୍କାରୁ ପକ୍କା ରଙ୍ଗ ମଧ୍ୟ ଛାଡି ଯିବ ଏବଂ ଆପଣଙ୍କର ପଡୋଶୀ ଆପଣଙ୍କୁ ପଚାରିବେ ଆପଣ ହୋଲି ଖେଳି ନାହାଁନ୍ତି କି ?

ମୂଳା ଓ କ୍ଷୀର :

ମୂଳା ରସ କ୍ଷୀର ସହ ମିଶାନ୍ତୁ । ଏହି ପେଷ୍ଟକୁ ନିଜ ଶରୀରରେ ଲଗାନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କର ଶରୀରର ସବୁ ରଙ୍ଗ ଛାଡିଯିବ । କହିବାକୁ ଚାହୁଁଛୁ, ଏହି ପେଷ୍ଟ ଆପଣ ୨୦ମିନିଟ୍ ପର୍ଯ୍ୟନ୍ତ ନିଜ ଶରୀରରେ ଲଗାଇ ରଖିବାକୁ ପଡିବ । ପରେ ଗରମ ପାଣିରେ ନିଜ ଶରୀରକୁ ଧୋଇ ଦିଅନ୍ତୁ ।

ଗହମ ଚୂନା ଓ ବାଦାମ ତେଲର ବ୍ୟବହାର :

ଗହମ ଚୂନା ଓ ବାଦାମ ତେଲରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ପରେ ଏହି ପେଷ୍ଟକୁ ନିଜ ଶରୀରରେ ଲଗାଇ ନିଅନ୍ତୁ । ଏହିପରି କରିବା ଦ୍ଵାରା ଗାଢ ରୁ ଗାଢ ରଙ୍ଗ ମଧ୍ୟ ଆପଣଙ୍କର ଶରୀରରୁ ଛାଡି ଯିବା । ଏହିପରି କରିବା ଦ୍ଵାରା ଆପଣଙ୍କୁ କୌଣସି ପାର୍ଶ ପ୍ରତିକ୍ରିୟା ହେବ ନାହିଁ ।

କ୍ଷୀର ଓ ଅମୃତଭଣ୍ଡାର ବ୍ୟବହାର :

କ୍ଷୀରରେ କଞ୍ଚା ଅମୃତଭଣ୍ଡା ପେଶୀ ପେଷ୍ଟ କରନ୍ତୁ ଓ ଏହି ପେଷ୍ଟକୁ ନିଜ ମୁହଁରେ ଲଗାନ୍ତୁ । ଏହିପରି କରିବା ଦ୍ଵାରା ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡିବ ନାହିଁ ରଙ୍ଗ ଛଡେଇବା ପାଇଁ ।

ବନ୍ଧୁତ୍ୱ ଓ ପ୍ରେମର ଏହି ହୋଲି ପର୍ବରେ ଆପଣଙ୍କ ଜୀବନର ସମସ୍ତ ମନୋସ୍କାମନା ପୂରଣ ହେଉ, ଏତିକି ହିଁ ଭଗବାନଙ୍କ ଠାରେ ମିନତୀ । ହୋଲିର ହାର୍ଦ୍ଧିକ ଶୁଭେଚ୍ଛା !