ଏହି ମଡେଲଙ୍କ ସହ ରାତି ବିତାଇଛନ୍ତି ରୋହିତ ଶର୍ମା । କିଛି ଦିନ ପରେ ଏହି ରହସ୍ୟ ଖୋଲିଛନ୍ତି ମଡେଲ୍ । ରୋହିତଙ୍କୁ ନିନ୍ଦା କରିଛନ୍ତି ।

Spread the love

ବିଗ୍ ବସ୍ ୭ର ପ୍ରତିଯୋଗୀ ସୋଫିଆ ହୟାତ ଏକ ଇଣ୍ଟରଭିୟୁରେ ୩୧ ବର୍ଷୀୟ କ୍ରିକେଟର ରୋହିତ ଶର୍ମାଙ୍କ ସହ ସମ୍ପର୍କ ରହିଥିବା କଥା କହିଛନ୍ତି । ନିଜ ଆତ୍ମଜୀବନୀ ଲେଖିବା ପାଇଁ ଯାଉଥିବା ୩୪ ବର୍ଷୀୟ ସୋଫିଆ କହିଛନ୍ତି ରୋହିତଙ୍କ ସହ ମୋର ଭେଟ ଲଣ୍ଡନର ଏକ କ୍ଲବରେ ହୋଇଥିଲା ।

ସେଠାରେ ମୁଁ ଏକ ଚଳଚ୍ଚିତ୍ରର ପାର୍ଟି କରୁଥିଲି, ସେହି ସମୟରେ ମୋର ଜଣେ ବନ୍ଧୁ ରୋହିତଙ୍କ ସହ ସାକ୍ଷାତ କରାଇଥିଲେ ଏବଂ କହିଥିଲେ ସେ ରୋହିତ ଶର୍ମା ଅଟନ୍ତି କିନ୍ତୁ ମୁଁ ତାଙ୍କୁ ଜାଣିନଥିଲି । କାରଣ ମୁଁ କ୍ରିକେଟ ବେଶୀ ଦେଖେ ନାହିଁ । ଏହି ସମୟରେ କଥାବାର୍ତ୍ତା କରୁ କରୁ ଆମେ ଗୋଟିଏ ଶାନ୍ତ ସ୍ଥାନକୁ ଚାଲି ଯାଇଥିଲୁ । ପରେ ସେ ମୋତେ ଚୁମ୍ବନ ଦେଇଥିଲେ ଏବଂ ଆମେ ଦୁହେଁ ମିଶି ଡ୍ୟାନ୍ସ କରିଥିଲୁ ।

ଚାରି ଦିନ ପରେ ସୋଫିଆଙ୍କ ଘରକୁ ରହିବା ପାଇଁ ଚାଲି ଯାଇଥିଲେ ରୋହିତ ଶର୍ମା :

ସୋଫିଆ କହିଛନ୍ତି, ପ୍ରଥମ ଦେଖା ହେବାର ୪ ଦିନ ପରେ ହିଁ ରୋହିତ ମୋ ଘରକୁ ଚାଲି ଆସିଥିଲେ ରହିବା ପାଇଁ । ଏହାପରେ କିଛି ସମୟ ପର୍ଯ୍ୟନ୍ତ ଆମେ ସାଥିରେ ରହିଥିଲୁ । ପରେ ମୁଁ ଭାରତ ଚାଲି ଆସିଥିଲି । ପରେ ଆମେ ରୋହିତଙ୍କ ଘରେ, ହୋଟେଲରେ, ଅନ୍ୟ ସ୍ଥାନରେ ମଧ୍ୟ ଦେଖା ସାକ୍ଷାତ କରିଥିଲୁ । ସେ ବହୁତ ଭଲ ଅଟନ୍ତି । ଆମେ ପରସ୍ପରକୁ ସମୟ ଦେବା ପାଇଁ ପସନ୍ଦ କରୁ ।

ଏହି ସମୟ ମଧ୍ୟରେ ମିଡ଼ିଆକୁ ଆମ ସମ୍ପର୍କ ବିଷୟରେ ଜଣାପଡି ଯାଇଥିଲା । ଯେତେବେଳେ ଆମେ କୌଣସି ହୋଟେଲ ରୁମରେ ମିଶିଥିଲୁ, ସେହି ସମୟରେ କେହି ଜଣେ ମିଡ଼ିଆକୁ ଖବର ଦେଇଥିଲେ । ମୋ ମ୍ୟାନେଜର ବାହାରର ଘଟଣା ବିଷୟରେ ମୋତେ ଅବଗତ କରାଇଥିଲେ । ଯାହା ମୋତେ ମନେ ପଡୁଛି ରୋହିତ କହିଥିଲେ, ଆମ ସମ୍ପର୍କ ବିଷୟରେ ଯେପରି କେହି ନ ଜାଣନ୍ତୁ । ଆମ ସମ୍ପର୍କକୁ ସେ ବହୁତ ସମ୍ମାନ ଦେଉଥିଲେ ।

ରୋହିତଙ୍କ ଯୋଗୁଁ ସୋଫିଆଙ୍କ ହୃଦୟ ଭାଙ୍ଗିଥିଲା :

ଯେତେବେଳେ ସୋଫିଆଙ୍କୁ ପଚରା ଯାଇଥିଲା “ତାଙ୍କ ସମ୍ପର୍କ କଣ ପାଇଁ ଭାଙ୍ଗି ଯାଇଥିଲା”, ସେ କହିଛନ୍ତି; “ଏହା ସେହି ସମୟରେ ଆରମ୍ଭ ହୋଇଥିଲା ଯେଉଁ ସମୟରେ ରୋହିତ ମିଡ଼ିଆ ସାମ୍ନାରେ କହିଥିଲି ଯେ, ମୁଁ (ସୋଫିଆ) କେବଳ ରୋହିତଙ୍କ ପ୍ରଶଂସକ ଅଟେ । ଏହା ଶୁଣିବା ପରେ ମୋର ହୃଦୟ ଭାଙ୍ଗି ଯାଇଥିଲା ।” ପରେ ମୁଁ ରୋହିତଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲି । ମୁଁ ତାଙ୍କୁ ଏକ ମେସେଜ ପଠାଇ ଥିଲି ଯେଉଁଥିରେ ଲେଖା ହୋଇଥିଲା, “ଶୁଣ ମୁଁ ତୁମର କେବଳ ଜଣେ ପ୍ରଶଂସକ ନୁହେଁ, ତୁମ ସହ କେବେ ମଧ୍ୟ ମିଶିବା ପାଇଁ ଚାହୁଁ ନାହିଁ ।” ଯାହା ତୁମେ କରିଛ, ତାହା ନିନ୍ଦନୀୟ ଅଟେ । ପରେ ମୁଁ ସବୁ ସମ୍ପର୍କ ଭାଙ୍ଗି ଦେଇଥିଲି । ଏହାପରେ ମୁଁ କେବେ ମଧ୍ୟ ତାଙ୍କ ସହ ମିଶି ନାହିଁ । ମୁଁ ରୋହିତଙ୍କୁ ଟୁଇଟରରେ ମଧ୍ୟ ବ୍ଲକ୍ କରିଦେଇଛି । ସୋଫିଆ କହିଛନ୍ତି, ଯଦି କେବେ ମଧ୍ୟ ରୋହିତଙ୍କ ସହ ଦେଖା ସାକ୍ଷାତ ହୋଇଯାଏ, ତେବେ ମୁଁ ତାଙ୍କୁ ଦେଖି ମଧ୍ୟ ଅଣଦେଖା କରିବି ।