ଏହି ଘରୋଇ ଉପାୟ ଦ୍ଵାରା ଆପଣ ଯକୃତକୁ ମାତ୍ର ୧୬ ଘଣ୍ଟାରେ ପରିଷ୍କାର କରିପାରିବେ :-

Spread the love

ମନୁଷ୍ୟର ଶରୀରକୁ ସୁସ୍ଥ ରଖିବା ପାଇଁ ଆମ ଶରୀରରେ ଶୁଦ୍ଧ ରକ୍ତର ଅତ୍ୟନ୍ତ ଆବଶ୍ୟକତା ରହିଛି ଯେଉଁଥିରେ ଯକୃତରେ କୌଣସି ଅସୁବିଧା ହେବନାହିଁ । ଏଥିପାଇଁ ଆମକୁ ଘରେ ହିଁ କିଛି ପ୍ରଭାବୀ ଘରୋଇ ଉପାୟ ସାହାଯ୍ୟରେ ଯକୃତକୁ ସରଳ ଉପାୟରେ ସେଥିରେ ଜମି ରହିଥିବା ଅପରିଷ୍କାର ପଦାର୍ଥକୁ ବାହାର କରି ପୂର୍ବ ଠାରୁ ଅଧିକ ଶକ୍ତିଶାଳୀ କରିପାରିବ । ଏହି ଉପାୟ ଗୁଡ଼ିକ ଦ୍ଵାରା ଯକୃତ ମାତ୍ର ୨୦ ମିନିଟରେ ପରିଷ୍କାର ହୋଇଯିବ ଏବଂ ସେଥିରେ ଥିବା ଅଳିଆ ଆବର୍ଜନା ସବୁ ବାହାରକୁ ବାହାରି ଆସିବ ।

Google

ଏହି କଥା ଆପଣ ଜାଣିଥିବେ ଯକୃତ ଆମ ଶରୀରରେ ଏକ ରାସାୟନିକ ଫ୍ୟାକ୍ଟ୍ରି ଭାବରେ କାର୍ଯ୍ୟ କରିଥାଏ । ଯେପରି ଆମେ ପ୍ରତିଦିନ ଯାହା ଜିନିଷ ସେବନ କରୁଛୁ ସେଥିରେ ଜଙ୍କ ଫୁଡ଼ ହେଉ କିମ୍ବା ନାନା ପ୍ରକାରର ଔଷଧ ହେଉ ସେ ସବୁକୁ ଆମ ଶରୀରରୁ ବାହାର କରିବାରେ ଯକୃତ ସାହାଯ୍ୟ କରିଥାଏ । କିନ୍ତୁ ଯଦି ଯକୃତ ଖରାପ ହୋଇଯାଏ ତେବେ ଶରୀରର କଣ ଅବସ୍ଥା ହେବ ? ଯକୃତ ଖରାପ ହେବା ଦ୍ଵାରା ଜୀବନରେ ଅନେକ ପ୍ରକାରର ସମସ୍ୟା ଆସିଥାଏ ଏବଂ ଏହି ସମୟରେ ଔଷଧ ସେବନ ନକରି ଯଦି କିଛି ଘରୋଇ ଉପାୟ ଅବଲମ୍ବନ କରାଯାଏ ତେବେ ଏହା ଅତ୍ୟନ୍ତ ଲାଭଦାୟକ ଏବଂ ପ୍ରଭାବଶାଳୀ ହୋଇପାରିବ ।

Google

ତେଣୁ ଚାଲନ୍ତୁ ସବୁଠାରୁ ପ୍ରଭାବଶାଳୀ ଉପଚାର ସମ୍ବନ୍ଧରେ ଜାଣିବା :-

ଏହି ଉପଚାର ପୂର୍ବରୁ ଆମକୁ କିଛି ଜିନିଷ ଉପରେ ଧ୍ୟାନ ରଖିବାକୁ ପଡ଼ିବ । ଏହାକୁ ଆରମ୍ଭ କରିବା ପାଇଁ ଅତି କମରେ ୫-୬ ଦିନ ପର୍ଯ୍ୟନ୍ତ ବାହାରର ଖାଦ୍ୟ ପାନୀୟ ବନ୍ଦ କରିବାକୁ ହେବ , କାରଣ ଏହା ଦ୍ଵାରା ଏହି ଉପଚାରର ପ୍ରଭାବ ବହୁତ ଶୀଘ୍ର କାର୍ଯ୍ୟ କରିଥାଏ ।

ଆପଣ ଯଥା ସମ୍ଭବ ଚେଷ୍ଠା କରନ୍ତୁ କେବଳ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ହିଁ ସେବନ କରିବେ । ସାଲାଡ଼ ଅଧିକ ମାତ୍ରାରେ ସେବନ କରିବା ଉଚିତ । ଯଦି ଆପଣ ଏହାକୁ ନିୟମିତ କରନ୍ତି ତେବେ ଆପଣଙ୍କ ଯକୃତ ଖୁବଶୀଘ୍ର ଠିକ ହୋଇଯିବ ।

ସମ୍ଭବତଃ ଏହି ସମୟରେ ଅଧିକ ଫଳ ମଧ୍ୟ ସେବନ କରନ୍ତୁ । ଫଳ ମଧ୍ୟରେ ଡାଳିମ୍ବ,ଅମୃତଭଣ୍ଡା,ତରବୁଜ,ସପୁରୀ ଆଦି ଅଧିକ ସେବନ କରିବା ଅଧିକ ଲାଭକାରୀ ହୋଇଥାଏ ।

Google

ଏହା ସହିତ ଭୋଜନରେ ପ୍ରତିଦିନ ଖେଚୁଡ଼ି ଏବଂ ଡାଲି ସେବନ କରିବାକୁ ଚେଷ୍ଟା କରନ୍ତୁ ।