ଆପଣଙ୍କ ଏହି ଅଭ୍ୟାସ ଯୋଗୁଁ ଭାଗ୍ୟ ଆପଣଙ୍କ ସାଥି ଦିଏ ନାହିଁ ! ମହାଲଷ୍ମୀ ମଧ୍ୟ ଆପଣଙ୍କ ଠାରୁ ଦୁରେଇ ଯାଆନ୍ତି ।

Spread the love

ବ୍ୟକ୍ତି ନିଜ ଜୀବନରେ କେତେ ସଫଳ ହୋଇପାରିବ ଓ ସେ ନିଜ ଜୀବନରେ କେତେ ଧନ ଅର୍ଜନ କରିପାରିବ ? ଏହା କେବଳ ତାର ଭାଗ୍ୟ ହିଁ କହିପାରିବେ । ସଫଳତା ପାଇବା ଓ ଧନ ଅର୍ଜନ କରିବା ପାଇଁ ମନୁଷ୍ୟର ବହୁତ ପରିଶ୍ରମ ରଖିଥାଏ ପରନ୍ତୁ ପରିଶ୍ରମ ସହ ମଣିଷର କିଛି ଅଭ୍ୟାସ ମଧ୍ୟ ଥାଏ ଯାହା ସଫଳ କରିବା ପାଇଁ ସହାୟତା ହୋଇଥାଏ । ଆପଣ ଅନେକ ଲୋକଙ୍କ ପାଟିରୁ ଶୁଣିଥିବ କି “ମୁଁ ଭଗବାନଙ୍କୁ ମାନେ” ପ୍ରତ୍ୟେକ ଦିନ ପୂଜା ଆରାଧନା କରିଥାଏ କିନ୍ତୁ ଏହା ସତ୍ତ୍ୱେ ମାଆ ଲଷ୍ମୀ ମୋର ଉପରେ ପ୍ରସନ୍ନ ହେଉ ନାହାନ୍ତି ।

ଆପଣ କେବେ ଏହି ବିଷୟରେ ବିଚାର କରିଛନ୍ତି କି ଏଭଳି କାହିଁକି ହୋଇଥାଏ ? ବେଳେବେଳେ ସବୁ ଲୋକଙ୍କ ଦ୍ୱାରା ଜଣା ଅଜଣାରେ କିଛି ଏଭଳି କାମ ହୋଇଯାଏ, ଯେଉଁ କାରଣରୁ ମାଆ ଲଷ୍ମୀ ଆମ ଉପରେ ରାଗିଯାନ୍ତି । ଯେଉଁ କାରଣରୁ ଭାଗ୍ୟ ଆମ ଠାରୁ ମୁହଁ ମୋଡ଼ି ଦିଏ ଓ ମାଆ ଲଷ୍ମୀ ଆମ ଘରେ ବାସ କରନ୍ତି ନାହିଁ ।

ଆଜି ଆମେ ଆପଣଙ୍କୁ ସେହି କାମ ବିଷୟରେ କହିବାକୁ ଯାଉଛୁ; ଯେଉଁ କାରଣରୁ ମାଆ ଲଷ୍ମୀ କ୍ରୋଧିତ ହୋଇଥାନ୍ତି । କାରଣ ଏହି କାମ ଗୁଡ଼ିକୁ ମାଆ ଲଷ୍ମୀ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ଏହି କାମ ଗୁଡ଼ିକୁ କରୁଛନ୍ତି, ତେବେ ତୁରନ୍ତ ପରିବର୍ତ୍ତନ କରିଦିଅନ୍ତୁ । ନଚେତ ଏହା ଆପଣଙ୍କୁ କେବେ ସଫଳ ହେବାକୁ ଦେଇ ନ ଥାଏ ।

ଆସନ୍ତୁ ଜାଣିବା କେଉଁ କାମ ଯୋଗୁଁ ମାଆ ଲଷ୍ମୀ ରାଗିଥାନ୍ତି –

ଶାସ୍ତ୍ର ଓ ସନ୍ଥ ମାନଙ୍କର ଅପମାନ –

ସର୍ବ ପ୍ରଥମ ଓ ଆବଶ୍ୟକ କଥା ଏହା ଅଟେ କି କେବେ ବି ଶାସ୍ତ୍ର ଓ ସନ୍ଥ ମାନଙ୍କର ଅପମାନ କର ନାହିଁ । କଥା କଥାରେ ଭୁଲ୍ ଶବ୍ଦର ପ୍ରୟୋଗ କରନ୍ତୁ ନାହିଁ । ଏଭଳି କରିଲେ ମା ଲଷ୍ମୀ ବହୁତ କ୍ରୋଧିତ ହୋଇଥାନ୍ତି । ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି କି ମା ଲଷ୍ମୀ ସେହି ଘରେ ରହିବାକୁ ପସନ୍ଦ କରନ୍ତି; ଯେଉଁଠାରେ ସୁଖ ଶାନ୍ତି ଥାଏ ଓ ଯେଉଁ ଲୋକମାନେ ଭଲ ବ୍ୟବହାର କରିଥାନ୍ତି ।

ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇବା –

ଶାସ୍ତ୍ରରେ ଏହି ବିଷୟରେ କୁହାଯାଇଛି କି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠିଯିବା ଆବଶ୍ୟକ ଓ ଅପରାହ୍ନରେ ଯଦି ଶୋଉଛନ୍ତି, ତେବେ ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ହେବା ଆଗରୁ ଉଠିଯିବା ଉଚିତ । କାରଣ ସେହି ସମୟରେ ଶୋଇ ରହିଲେ ସେହି ବ୍ୟକ୍ତି ରୋଗଗ୍ରସ୍ତ ହୋଇଥାନ୍ତି । ଏମାନଙ୍କ ଉପରେ ମାଆ ଲଷ୍ମୀ ରାଗିଥାନ୍ତି ।

ବ୍ରହ୍ମ ମୁହୂର୍ତ୍ତ ଓ ସନ୍ଧ୍ୟା ସମୟରେ ସମ୍ବନ୍ଧ କରିବା –

ଆପଣ କେବେ ବି ବ୍ରହ୍ମ ମୁହୂର୍ତ୍ତ ଓ ସନ୍ଧ୍ୟା ସମୟରେ ସମ୍ବନ୍ଧ କରନ୍ତୁ ନାହିଁ, ନଚେତ ମାଆ ଲଷ୍ମୀ କ୍ରୋଧିତ ହୋଇଯିବେ । ଯଦି ଆପଣ ସନ୍ଧ୍ୟା ସମୟରେ ଓ ବ୍ରହ୍ମ ମୁହୂର୍ତ୍ତ ପ୍ରାତଃ ୨:୦୦ ରୁ ୪ :୦୦ ସମୟ ମଧ୍ୟରେ ସମ୍ବନ୍ଧ କରିବା ଉଚିତ ନୁହଁ । ନଚେତ ଜୀବନ ସମ୍ବନ୍ଧିତ ଅନେକ ସମସ୍ୟା ଉତ୍ପନ୍ନ ହେବ ।

ଘର ସଫାସୁତାର ନ ରହିବା –

ଆପଣ ସବୁବେଳେ ଏହି କଥା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ । କାରଣ ଯେଉଁ ଘରେ ସଫାସୁତାର ନଥାଏ, ସେଠାରେ ମାଆ ଲଷ୍ମୀ ବାସ କରନ୍ତି ନାହିଁ । ଘର ସଫା ହୋଇ ରହିଲେ ଆପଣଙ୍କ ମନ ଶାନ୍ତରେ ରହିବା ସହ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଥାଏ ।