ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ପ୍ରଥମ- “ଭଗବାନ ମହାବୀର ଅହିଂସା ପୁରସ୍କାର”

Spread the love

ନାସିକ : ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ‘ଭଗବାନ ମହାବୀର ଅହିଂସା ପୁରସ୍କାର’ରେ ସମ୍ମାନୀତ କରାଯିବ । ଅଖିଳ ଭାରତୀୟ ଦିଗମ୍ବର ଜୈନ ମହାସମିତି ପକ୍ଷରୁ ଆରମ୍ଭ କରାଯାଇଥିବା “ଭଗବାନ ମହାବୀର ଅହିଂସା” ପୁରସ୍କାର, ପ୍ରଥମ କରି ଅଭିନନ୍ଦନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ମହାରାଷ୍ଟ୍ର ସଂଗଠନ ଶାଖାର ସଂଯୋଜକ ପାରସ ଲୋହାଡେ କହିଛନ୍ତି, ସଂଗଠନର ଅଧ୍ୟକ୍ଷ ମଣୀନ୍ଦ୍ର ଜୈନ ଲଢୁଆ ବିମାନର ପାଇଲଟଙ୍କୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା ହୋଇଛି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ଭାରତୀୟ ମିଗ-୨୧ ବିମାନ ଚାଳକ । ଗତ ଫେବୃୟାରୀ ୨୭ରେ ବରତିୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ ସମୟରେ ପାକିସ୍ଥାନ ବାୟୁ ସେନାର ଲଢୁଆ ବିମାନ ଏଫ-୧୬କୁ ଆକ୍ରମଣ କରି, ତଳକୁ ଖାଇ ଦେଇଥିଲେ । ଏବଂ ଏହା ପରେ ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ପରାସୁଟର ସାହାଯ୍ୟରେ ସେ ସୁରକ୍ଷିତ ଭାବରେ ବିମାନରୁ ବାହାରି ଆସିଥିଲେ । କିନ୍ତୁ ତାଙ୍କର ପାରାସୁଟ ପାକିସ୍ତାନ LOC ଅଧିକୃତ କଶ୍ମୀରରେ ଖସିପଡ଼ି ଥିଲା । ଯାହାଫଳରେ ଅଭିନନ୍ଦନକୁ ପ୍ରଥମେ ସେଠାର ସ୍ଥାନୀୟ ବାସିନ୍ଦା ଏବଂ ପରେ ପାକିସ୍ତାନୀ ସେନା ନିଜ ଅକ୍ତିଆରକୁ ନେଇଥିଲା । କିନ୍ତୁ ଅନ୍ତର୍ଜାତୀୟ ଚାପରେ ଓ ଜେନିଭା ସନ୍ଧି ଫଳରେ ପାକିସ୍ଥାନ ସରକାର, ଅଭିନନ୍ଦନାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ।

ଆମେରିକା ଠାରୁ ପାଇଥିବା ଏଫ୍-୧୬ ଲଢୁଆ ଯୁଦ୍ଧ ବିମାନ ଆତଙ୍କବାଦୀ ଦମନ ଲକ୍ଷ ହାସଲ କରିଥିଲା କିନ୍ତୁ ପାକିସ୍ଥାନ ଏହାକୁ ଭାରତ ବିରୋଧରେ ବ୍ୟବହାର କରିଥିବାରୁ ଆମେରିକା କ୍ଷୁବ୍ଧ ହୋଇଛି ।

ଅଭିନନ୍ଦନଙ୍କ ରଣକୌଶଳ ଏବଂ ଅସୀମ ସାହସ ଏବେ ବିଶ୍ଵବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମହାରାଷ୍ଟ୍ର ସଂଗଠନ ଶାଖାର ସଂଯୋଜକ ପାରସ ଲୋହାଡେ କହିଛନ୍ତି, ଚଚଳିତ ବର୍ଷ ଏହି ପୁରସ୍କାର ସ୍ଥାପନ କରାଯାଇଛି । ପୁରସ୍କାର ବାବଦକୁ ୨.୫୧ଲକ୍ଷ ଟଙ୍କା ଓ ଏକ ସ୍ମାରକୀ ପ୍ରଦାନ କରାଯିବ । ଏପ୍ରିଲ ୧୭ରେ ମହାବୀ ଜୟନ୍ତୀ ଅବସରରେ ଅଭିନନ୍ଦନଙ୍କୁ ଏହି ପୁରସ୍କାର ଦିଆଯିବ ।