ପାକିସ୍ତାନ ର ଚାହା ଵାଲା ନିଜ ଷ୍ଟଲରେ ଲଗାଇଲା ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫୋଟ, ତାହାପରେ କିଛି ଏପରି ହେଲା:-

Spread the love

ଦିଲ୍ଲୀ:- ପାକିସ୍ତାନର ଗୋଟିଏ ଚାହା ଵାଲାର ଫୋଟ ଆଜିକାଲି ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଯେ, ସେହି ଚାହା ଵାଲାର ଷ୍ଟାଲ୍ ରେ ଆମ ଦେଶ ଭାରତର ହିରୋ ଇଣ୍ଡିଆନ ଏୟାର ଫୋର୍ସର ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫୋଟ ଲାଗିଛି । ସେହି ଫୋଟରେ ଅଭିନନ୍ଦନ ଚାହା ପିଉଛନ୍ତି ଓ ସେହି ଫୋଟ ଉପରେ ଏକ ମେସେଜ୍ ଲେଖାଅଛି ଯେ, ‘ଏସି ଚାୟ ଜୋ ଦୁସମନୋ କୋ ବି ଦୋସ୍ତ ବନାଦେ’ ଏହାର ଅର୍ଥ ହେଉଛି ଯେ, ଏପରି ଚାହା ଯାହା ଶତ୍ରୁକୁ ବି ମିତ୍ର ବନାଇଦିଏ ।

ଆରବ ନ୍ୟୁଜ୍ ପାକିସ୍ତାନର ମୁତାବକ ଦୋକାନର ମାଲିକର ନାମ ଅବଦୁଲ ହକ୍ ଖାଁ ଅଟେ । ଯିଏ କି ପାକିସ୍ତାନର ସହରୟାର ଖାଁ ନାମକ ଏକ ସହରର ବାସିନ୍ଦା ଓ ବହୁତ ବର୍ଷ ହେଲା ସେ ଟାୱାର ଚଳାଉଛନ୍ତି । କିଛି ଦିନ ପୂର୍ବରୁ ଆମ ଦେଶର ହିରୋ ଵିଙ୍ଗ କମାଣ୍ଡର ଅଭିନନ୍ଦନ ପଡୋଶୀ ଦେଶକୁ ଯାଇ ନିଜ ସାହସ ର ପ୍ରଦର୍ଶନ କରିଥିଲେ ଓ ତାଙ୍କ ଚାହା ପିଇବାର ଷ୍ଟାଇଲ ଦୋକାନ ଵାଲା କୁ ବହୁତ ପସନ୍ଦ ଆସିଥିଲା ।

ଏହା ପରେ ଆଉ କଣ ! ସେ ନିଜ ଚାହା ଷ୍ଟଲ୍ ଆଗରେ ଅଭିନନ୍ଦନଙ୍କ ଫୋଟ ଲଗାଇ ଦେଲା ଓ ଏହି ଟାଗ୍ ଲନ୍ ବି ଲାଗିଥିଲା । କେହି ଜଣେ ଏହାର ଫୋଟ ବାହାର କରି ସୋସିଆଲ ମିଡିଆରେ ଛାଡିବା ପରେ ଏହା ଭାଇରଲ ହୋଇଥିଲା ।

ଲୋକମାନେ ଚାହା ଵାଲାର ବହୁତ ପ୍ରଶଂସା କରୁଛନ୍ତି ଯିଏ, ଆମ ଦେଶର ହିରୋ ଅଭିନନ୍ଦନଙ୍କ ଫୋଟ ଲଗାଇଛନ୍ତି ଓ ତାଙ୍କୁ ସମ୍ମାନ ଦେଇଛନ୍ତି । ଏହା ସେହି ଲୋକମାନଙ୍କ ମୁହଁରେ ଚାପଡା ପରି ସାବ୍ୟସ୍ତ ହୁଏ, ଯେଉଁମାନେ ପାକିସ୍ତାନର ବସି ନିଜ ଦେଶକୁ ବର୍ବାଦ କରିବା ପାଇଁ ଚାହୁଁଛନ୍ତି ।