ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ନୂଆ ଭିଡ଼ିଓ, ଯବାନଙ୍କୁ ଦେଲେ ସନ୍ଦେଶ ।

Spread the love

ବର୍ତ୍ତମାନର ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନଙ୍କ ନୂଆ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଯବାନଙ୍କ ସହ ଫୋଟ କାଡି ସେମାନଙ୍କ ସହ କଥା ହେଉଥିବା ଦୃଶ୍ୟ ଦେଖାଯାଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି, ଯବାନମାନେ “ଭାରତ ମାତା କି ଜୟ”ର ନାରା ମଧ୍ୟ କରୁଛନ୍ତି ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ; ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ ଏହି ବର୍ଷ ଫେବୃଆରୀ ୨୭ ତାରିଖରେ ଭାରତର ନିୟନ୍ତ୍ରଣ ରେଖାରେ ଲଢୁଆ ବିମାନରେ ମିଗ୍-୨୧ ଦ୍ୱାରା ପାକିସ୍ତାନର ଏକେ-୧୪କୁ ମାରି ଧ୍ଵଂସ କରିଦେଇ ଥିଲେ । କିନ୍ତୁ ଲଢ଼ୁଥିବା ସମୟରେ ବିମାନ କ୍ରାସ୍ ହେବା ଯୋଗୁଁ ସେ ପେରାସୁଟ୍ ମାଧ୍ୟମରେ ତଳକୁ ଡେଇଁପଡି ଥିଲେ । ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ ପେରାସୁଟ୍ ମାଧ୍ୟମରେ ତଳକୁ ପହଞ୍ଚିବା ପରେ ଦେଖିଲେ କି, ସେ ପାକିସ୍ତାନରେ ଥିଲେ ଓ ପାକିସ୍ତାନ ତାଙ୍କୁ ସେଠାରେ ବନ୍ଦୀ କରିଥିଲା ।

ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ ଯବାନମାନଙ୍କୁ କହିଲେ; ଏହି ଫୋଟଗ୍ରାଫ ଆପଣଙ୍କ ପାଇଁ ନୁହେଁ, ଏହା ଆପଣଙ୍କ ପରିବାର ପାଇଁ ଅଟେ । ମୁଁ ସେମାନଙ୍କ ସହିତ ମିଶିବାକୁ ଚାହୁଁଥିଲି କିନ୍ତୁ ମିଶି ପାରିଲି ନାହିଁ । ଏହି ଫୋଟ ଯଦି ଆପଣଙ୍କ ପରିବାରକୁ ଦେଖାଇବେ ତେବେ ଦୟାକରି କହିବ କି, ମୋ ତରଫରୁ ସେମାନଙ୍କୁ ‘ଅଲ୍ ଦି ବେଷ୍ଟ’ । “ବହୁତ ଲୋକମାନଙ୍କର ମୋ ଉପରେ ଆଶୀର୍ବାଦ ଥିଲା, ମୁଁ ଠିକ୍ ହେବା ପାଇଁ” ସେଥିରେ ଅପଣମାନଙ୍କର ପରିବାର ମଧ୍ୟ ଥିଲେ ।

ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ ଯବାନମାନଙ୍କୁ ହସି ହସି ଥଟ୍ଟା କରି କହୁଥିଲେ; ଏହି ଫୋଟ ଗୁଡ଼ିକ ଆପଣମାନଙ୍କ ପାଇଁ ନୁହେଁ ଆପଣଙ୍କ ପରିବାର ପାଇଁ ଅଟେ ।

ଶ୍ରୀନଗର ୟୁନିଟରୁ ଟ୍ରାନ୍ସଫର କରାଯାଇ ଥିଲା ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନଙ୍କୁ । ଫେବୃଆରୀ ୨୭ ତାରିଖରେ ଭାରତର ନିୟନ୍ତ୍ରଣ ରେଖାରେ ଲଢୁଆ ବିମାନରେ ମିଗ୍-୨୧ ଦ୍ୱାରା ୱିଙ୍ଗ୍ କୋମାଣ୍ଡର ଅଭିନନ୍ଦନ ପାକିସ୍ତାନର ଏକେ-୧୪କୁ ଆକ୍ରମଣ କରିବା ସମୟରେ ବିମାନ ଦୁର୍ଘଟଣା ହେବା ଯୋଗୁଁ ସେ ପେରାସୁଟ୍ ମାଧ୍ୟମରେ ତଳକୁ ଆସିଥିଲେ । ସେ ପାକିସ୍ତାନରେ ଲେଣ୍ଡିଙ୍ଗ ହୋଇଥିଲେ ଓ ପାକିସ୍ଥାନ ତାଙ୍କୁ ବନ୍ଦୀ କରି ରଖିଥିଲେ ଓ ୧ ମାର୍ଚ୍ଚକୁ ସେ ଭାରତକୁ ଫେରସ୍ତ କରିଥିଲେ ।

ଡାକ୍ତରଖାନାରେ ଅଭିନନ୍ଦଙ୍କୁ ଚେକ୍ଅପ୍ କରିବାପରେ ପୁଣି ଥରେ ତାଙ୍କୁ join କରିବାକୁ ଅନୁମତି ଦେଇଥିଲେ କିନ୍ତୁ ତାଙ୍କ ୟୁନିଟରେ ନୁହେଁ । ସୂତ୍ର ଅନୁସାରେ ତାଙ୍କୁ ପଶ୍ଚିମ ସେକ୍ଟର୍ ରେ ଅନ୍ୟ ଏକ ମହତ୍ୱପୂର୍ଣ୍ଣ କାମ ପାଇଁ ଦାୟିତ୍ୱ ଦେଲେ ।