କେବଳ ୨୦ ମିନିଟରେ ହିଁ ଆପଣଙ୍କ ମୁହଁ ଚମକି ଉଠିବ ! ଯେତେବେଳେ ଆପଣ ଲଗାଇବେ ଘରେ ତିଆରି ଏହି ଜିନିଷକୁ । ଆସନ୍ତୁ ଜାଣିବା…

Spread the love

ପ୍ରତ୍ୟେକ ଲୋକମାନେ ଚାହିଁଥାନ୍ତି, ନିଜ ମୁହଁକୁ ସଫା ଓ ଚମକଦାର୍ ହୋଇରହୁ ଓ ମୁହଁରେ କୌଣସି ପ୍ରକାରର ଦାଗ ବା ଚିହ୍ନ ନ ରହୁ । କିନ୍ତୁ ସଭିଁଙ୍କ ସହ ଏଭଳି ହୋଇ ନ ଥାଏ । ପ୍ରକୃତରେ ମୁହଁକୁ ସଫା ଓ ଚମକଦାର୍ କରିବା ପାଇଁ ଅନେକ ଘରାଇ ଉପଚାର ରହିଛି । ଯଦି ଆପଣ ମଧ୍ୟ ନିଜ ମୁହଁକୁ ସଫା ଓ ଚମକଦାର୍ ରଖିବାକୁ ଚାହୁଁଛନ୍ତି; ତେବେ କେତେକ ଘରଇ ଉପଚାର ପ୍ରୟୋଗ କରନ୍ତୁ ଯଥା ଲେମ୍ବୁ ବା ଦହି । ଆପଣ ହଳଦୀର ପ୍ରୟୋଗ ମଧ୍ୟ କରିପାରିବେ । ଏହାର ନିରନ୍ତର ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ମୁହଁ ଚମକି ଉଠିବ । ଆପଣ ସୂର୍ଯ୍ୟ କିରଣରେ ଅଧିକ ସମୟ ରୁହନ୍ତୁ ନାହିଁ, ସୂର୍ଯ୍ୟ କିରଣ ଠାରୁ ଦୂରେଇ ରୁହନ୍ତୁ ଓ ଏହି ଘରୋଇ ଉପଚାର ପ୍ରୟୋଗ କରି ନିଜ ମୁହଁକୁ ସୁନ୍ଦର କରନ୍ତୁ ।

ଆପଣ ଯଦି ଘରେ ଅଛନ୍ତି ଓ ଆପଣଙ୍କ ମୁହଁକୁ ଚମକାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ୱାଇଟେନିଙ୍ଗ ପ୍ୟାକ୍ ଘରେ ନିଶ୍ଚୟ ପ୍ରସ୍ତୁତ କରନ୍ତୁ ଓ ଏହାକୁ ନିଶ୍ଚୟ ପ୍ରୟୋଗ କରନ୍ତୁ । ସତ କହିବାକୁ ଗଲେ ଏହା ଏକ ଯାଦୁ ଭଳି କାମ କରିଥାଏ । ଯାହାକି ଆପଣଙ୍କ ମୁହଁକୁ ଚମକାଇ ଦେଇଥାଏ । ଏହାର ପ୍ରୟୋଗ କରିବା ପାଇଁ, ଏହାକୁ ଆପଣ ଘରେ ପ୍ରସ୍ତୁତ କରିବାକୁ ପଡିବ ଓ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ନିଜ ମୁହଁରେ ଲଗାଇ ପରିଣାମ ଆପଣ ସ୍ୱୟଂ ଦେଖିପାରିବେ ।

ଆପଣଙ୍କୁ ଏହି ସ୍କିନ ୱାଇଟେନିଙ୍ଗ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଘରେ ଏହି ଜିନିଷ ମାନଙ୍କର ଆବଶ୍ୟକ ପଡିଥାଏ । ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଆବଶ୍ୟକ ଜିନିଷ ଗୁଡିକୁ ଗୋଟିଏ ଜାଗାରେ ରଖନ୍ତୁ ।

ଆବଶ୍ୟକ ଜିନିଷ- ଚାଉଳର ଚୁନା, ମଇଦା, ସଫା ଅଟା ଓ ମହୁ ।

ପ୍ରସ୍ତୁତ ପ୍ରଣାଳୀ –

ପାଖାପାଖି ୩୦ ଗ୍ରାମ୍ ଚାଉଳର ଚୁନା ଓ ୩୦ ଗ୍ରାମ୍ ମଇଦାକୁ ଗୋଟିଏ ଗିନାରେ ମିଶାନ୍ତୁ । ଏହାକୁ ଭଲ ରୁପେ ମିଶାଇବା ପରେ, ସେଥିରେ କ୍ଷୀର ମିଶାନ୍ତୁ । ଯେତେବେଳେ ପର୍ଯ୍ୟନ୍ତ ଏହା ପେଷ୍ଟ ଭଳି ନ ହେବ ସେ ପର୍ଯ୍ୟନ୍ତ ଭଲ ରୁପେ ମିଶାଇବେ ।

ଏଭଳି ପ୍ରୟୋଗ କରିବେ –

● ପ୍ରଥମେ ଗୋଲାପ ଜଳରେ ତୁଳାକୁ ଭଲଭାବରେ ଭିଜଇ ଦିଅନ୍ତୁ ଓ ତୁଳା ସାହାଯ୍ୟରେ ନିଜ ମୁହଁକୁ ଭଲରେ ପଛି ଦିଅନ୍ତୁ । ପରେ ଏହି ପେଷ୍ଟକୁ ନିଜ ମୁହଁ ଓ ବେକରେ ଲଗାନ୍ତୁ । ଏହି ପେଷ୍ଟକୁ ଲଗାଇବାର ପାଖାପାଖି ୨୦ ମିନିଟ ଛାଡ଼ି ଦିଅନ୍ତୁ । ବର୍ତ୍ତମାନ ଚେହେରାରେ ଗୋଲ-ଗୋଲ ମସାଜ୍ କରି ଘୋଷନ୍ତୁ । ଏଭଳି ଅଧିକ କରିବେ ନାହିଁ ଧୀରେ ଘଷିବେ, ଏହାପରେ ମୁହଁକୁ ଧୋଇବେ ଓ ମୋଇଶ୍ଚରାଇଜର କ୍ରିମ ଲଗାନ୍ତୁ ।

ଦହିର ପ୍ରୟୋଗ –

● କ୍ଷୀର ଭଳି ଦହି ମଧ୍ୟ ଚେହେରାରେ ଜମି ରହିଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ ।

● ଦହିକୁ ଚେହେରାରେ ଭଲରୁପେ ଲଗାନ୍ତୁ କିଛି ସମୟ ପର୍ଯ୍ୟନ୍ତ ଧୀରେ-ଧୀରେ ଚେହେରା ଉପରେ ମାଲିସ କରନ୍ତୁ । ମାଲିସ କରିବା ପରେ ୫ ମିନିଟ ଛାଡି ଦିଅନ୍ତୁ ଓ ପରେ ନଖ-ଉଷୁମ ପାଣିରେ ଧୋଇ ନିଅନ୍ତୁ । ଏଭଳି ପ୍ରତ୍ୟେକ ଦିନ କରିବା ଆବଶ୍ୟକ ।

ଚାଉଳ ଚୁନାର ପ୍ରୟୋଗ –

୩୦ ଗ୍ରାମ ଚାଉଳ ଚୁନା, ଗୋଟିଏ ବଡ଼ ଚାମଚ କ୍ଷୀର ଓ କିଛି ବୁନ୍ଦ ଅଲିଭ ତେଲକୁ ମିଶାଇ ଏକ ମିଶ୍ରଣ କରନ୍ତୁ । ଭଲ ରୁପେ ମିଶାଇ ପେଷ୍ଟ କରନ୍ତୁ । ଏହାକୁ ଚେହେରା, ହାତ ଓ ବେକରେ ଲଗାନ୍ତୁ । ଏହି ପେଷ୍ଟକୁ ଲଗାଇ ୨୦ ମିନିଟ ଛାଡି ଦିଅନ୍ତୁ ଓ ପରେ ପାଣିରେ ଭଲରେ ଧୋଇ ଦିଅନ୍ତୁ । ଏଭଳି କରିଲେ ଆପଣଙ୍କ ଚେହେରା ସୂର୍ଯ୍ୟ କିରଣ ଠାରୁ ସୁରକ୍ଷାରେ ରହିଥାଏ, ଚର୍ମ କମଳ ହୋଇଥାଏ ଓ ଚେହେରାରେ ଚମକ ଆସିଥାଏ ।