ବିବାହ ପରେ ଜଣାପଡ଼ିଲା ପତ୍ନୀଙ୍କ ଖରାପ ଅଭ୍ୟାସ, ପତି ଏପରି କିଛି କରିଥିଲେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Spread the love

ବିବାହ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ ବିବାହ ବନ୍ଧନ ତାହା ହୋଇଥାଏ ଯେଉଁଠି ପୁଅ ଝିଅ ପରସ୍ପରକୁ ପୂର୍ବରୁ ଜାଣିଥାନ୍ତି, ଦୁହିଁଙ୍କ ପସନ୍ଦ ନା ପସନ୍ଦ ଜାଣିଥାନ୍ତି । ଏହିପରି ବିବାହକୁ ପ୍ରେମ ବିବାହର ନାମ ଦିଆ ଯାଇଥାଏ । ଦ୍ଵିତୀୟ ପ୍ରକାରର ବିବାହରେ ସମାଜ ପରିବାରର ଲୋକଙ୍କ ଦ୍ୱାରା ଠିକ ହୋଇଥାଏ । ସାଧାରଣତଃ ଏହି ବିବାହରେ ପୁଅଝିଅ ପରସ୍ପରକୁ ଜାଣିବା ପାଇଁ ସମୟ ପାଇ ନଥାନ୍ତି । ଏହାକୁ ଆରେଞ୍ଜ ମ୍ୟାରେଜ୍ କୁହାଯାଏ । ପ୍ରାୟତଃ ଏହି ବିବାହ ସଫଳ ହୋଇଥାଏ କିନ୍ତୁ ଏହି ବିବାହରେ କିଛି ଏପରି ଘଟଣା ଲୋକଲୋଚନକୁ ଆସିଥାଏ, ଯାହାର ପ୍ରଭାରେ ଅନେକଙ୍କ ଜୀବନ ଓ ପରିବାର ପୀଡିତ ହୋଇଥାନ୍ତି ଏବଂ ସମାଜ ଏବଂ ପରିବାର ପାଇଁ ଏକ କଳଙ୍କ ପାଲଟି ଯାଇଥାଏ । ଠିକ ସେହିପରି ଦିଲ୍ଲରେ ଏହିପରି ଏକ ଘଟଣା ଲୋକଲୋଚନକୁ ଆସିଛି ।

ବିବାହ ପରେ ପତିଙ୍କୁ ନିଜ ପତ୍ନୀଙ୍କ ବିଷୟରେ ଏକ ଖରାପ ଅଭ୍ୟାସ ବିଷୟରେ ଜଣା ପଡିଥିଲା । ଯାହା ବିଷୟରେ ମହିଳାଙ୍କ ପରିବାରଙ୍କୁ ମଧ୍ୟ ଜଣା ନଥିଲା । କିଛି ଦିନ ମଧ୍ୟରେ ମାମଲା ଏପରି ବିଗିଡି ଯାଇଥଲା ଯେ; ଚିନ୍ତିତ ପତି କୋର୍ଟ ଚାଲିଯାଇ ଥିଲା ଏବଂ କୋର୍ଟରେ ଛାଡ଼ପତ୍ରର କେଶ ଦେଇଥିଲା । ଏହାପରେ କୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ।

ପତିଙ୍କ ଅନୁସାରେ ପତ୍ନୀ ସୋସିଆଲ ମିଡ଼ିଆର ଖୁବ୍ ଆସକ୍ତି ଥିଲେ । ଏହାଫଳରେ ସେ ନିଜ ପରିବାରର ଠିକ୍ ରୂପେ ଯତ୍ନ ନେଉନଥିଲେ । ବହୁତ ଥର ନିଜ ପତ୍ନୀଙ୍କୁ ସେ ବୁଝାଇଥିଲେ କିନ୍ତୁ ପତ୍ନୀ ଏଥିରୁ ନିବୃତ ହୋଇ ନ ଥିଲେ ଏବଂ ପତିଙ୍କୁ ଧମକ ଦେଇଥିଲେ । ପୀଡିତ ପତି ପେସାରେ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି ।

ପତିଙ୍କ ପିଟିସନ୍ ପରେ କୋର୍ଟ ଦୁହିଁଙ୍କୁ କାଉଁସିଲିଂଗର ସମୟ ଦେଇଥିଲେ । କୋର୍ଟ କହିଛନ୍ତି ଯଦି ଏହି ସମୟ ମଧ୍ୟରେ ପତ୍ନୀଙ୍କ ବ୍ୟବହାରରେ ପରିବର୍ତ୍ତନ ନ ଆସେ, ତେବେ ପିଟିସନ୍ ଉପରେ ଚର୍ଚ୍ଚା କରାଯିବ । ଏହି ଘଟଣା ପରେ ଉଭୟ ପରିବାର ଚିନ୍ତାରେ ଅଛନ୍ତି । ଏହି ବିଷୟ ଉପରେ ଦୁଇ ପରିବାର ବିଶ୍ୱାସ କରିପାରୁ ନାହାନ୍ତି ।

ସୋସିଆଲ ମିଡ଼ିଆର ଏହି ଅଭ୍ୟାସକୁ ନେଇ ଏହା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ଏପରି ବିଷୟ ଚର୍ଚ୍ଚାର ବିଷୟ ପାଲଟି ଥାଏ । କିନ୍ତୁ ଦମ୍ପତି ଏହି ବିଷୟ ଉପରେ କଦାପି ଆପୋଷି କଥାବାର୍ତ୍ତା କରନ୍ତି ନାହିଁ । ସମୟ ଥାଇ ଆମକୁ ସଚେତନ ହେବା ଜରୁରୀ ଅଟେ ନଚେତ ଏହାର ଭୟାବହ ପରିଣତି ଭୋଗିବା ପାଇଁ ପଡିପାରେ ।