ସମ୍ପର୍କୀୟଙ୍କ ସହ ଭେଟିବା ପାଇଁ କହି ଘରୁ ବାହାରକୁ ଚାଲି ଯାଉଥିଲା ପତ୍ନୀ ! ଦିନେ ସ୍ଵାମୀ ପିଛା କରିଥିଲା… ଆଉ ତାପରେ

Spread the love

ମହିଳା ଜଣକ ସମ୍ପର୍କୀୟଙ୍କ ସହ ଭେଟିବା ପାଇଁ କହି ପ୍ରତିଦିନ ଘରୁ ଚାଲି ଯାଉଥିଲା । ସତ୍ୟ ଜାଣିବା ପରେ ପତି ସନ୍ଦେହରେ …….

ପ୍ରେମ, ମନୁଷ୍ୟ କଣ କଣ ସବୁ କରାଇ ଦେଇନଥାଏ ! ପ୍ରେମରେ ଏତେ ଶକ୍ତି ଥାଏ ଯେ, ଖରାପ ମନୁଷ୍ୟକୁ ଭଲ କରି ଦେଇଥିବା ବେଳେ ଭଲ ମନୁଷ୍ୟକୁ ହିଂସ୍ରତା ଆଡକୁ ଟାଣି ନେଇଥାଏ । ପ୍ରେମ ଦୁଇ ହୃଦୟର ଏକ ପବିତ୍ର ସମ୍ପର୍କ ଅଟେ । କିନ୍ତୁ ଏହି ପ୍ରେମ ଯେତେବେଳେ ମିଳି ନ ଥାଏ; ତେବେ ମନୁଷ୍ୟ ନିଜର ଚିନ୍ତାଶକ୍ତି ହରାଇ ବସିଥାଏ ଏବଂ କିଛି ଏପରି କରି ବସିଥାଏ, ଯାହା ବିଷୟରେ କେହି କେବେ ଚିନ୍ତା ମଧ୍ୟ କରି ନ ଥିବେ । ପଞ୍ଜାବରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି; ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ପତ୍ନୀ ନିଜ ପତିକୁ ବହୁ ବର୍ଷରୁ ଧୋକ୍କା ଦେଇ ଆସୁଥିଲା ଯାହା ବିଷୟରେ ବର୍ତ୍ତମାନ ଜଣା ପଡିଛି । ପତ୍ନୀ ପ୍ରତିଦିନ ନିଜ ପତିଙ୍କୁ କହୁଥିଲା, ମୁଁ ମୋ ସମ୍ପର୍କୀୟଙ୍କ ଘରକୁ ଯାଉଛି । କିନ୍ତୁ ଦିନେ ହଠାତ୍ ପତିର ସନ୍ଦେହ ଆଳରେ ପତ୍ନୀର ପିଛା କରିଥିଲା । ସତ୍ୟତା ଜାଣିବା ପରେ ପତିର ଗୋଡ଼ ତଳୁ ମାଟି ଖସି ଯାଇଛି । ଜାଣନ୍ତୁ ଘଟଣା କଣ ?

ନବା ସହରର ଏହି ଘଟଣା :

ପଞ୍ଜାବର ନବା ସହରର ଏହି ଘଟଣା ଅଟେ । ଏଠାରେ ରହୁଥିବା ଏକ ମହିଳା ନିଜ ପତି ଏବଂ ଦୁଇ ଜଣ ପିଲାଙ୍କ ସହ ରହୁଥିଲା । ମହିଳାଙ୍କ ବିବାହକୁ ଅନେକ ବର୍ଷ ବିତି ଯାଇଥିଲା । ମହିଳା ପ୍ରତିଦିନ ନିଜ ସମ୍ପର୍କୀୟଙ୍କ ସହ ମିଶିବା ପାଇଁ ଘରୁ ବାହାରି ଯାଉଥିଲା । ଏହିପରି ସେ ପ୍ରତିଦିନ କହି ଚାଲି ଯାଉଥିଲା ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, ଘରଠୁ ସମ୍ପର୍କୀୟଙ୍କ ସହ ମିଶିବା ପାଇଁ କହି ମହିଳା ଜଣଙ୍କ ଅମୃତସରରୁ ନିଜ ପ୍ରେମୀ ସହ ଭେଟିବା ପାଇଁ ଚାଲି ଯାଉଥିଲା ।କିନ୍ତୁ ହଠାତ୍ ଦିନେ ପତିକୁ ସନ୍ଦେହ ହୋଇଥିଲା ଏବଂ ଯେତେବେଳେ ନିଜ ପତ୍ନୀର ପିଛା କରିଥିଲା; ସେହି ସମୟରେ ସେ ଯାହା ଜାଣିଲା ତାହା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ।

ହୋଟେଲରେ ପତି ହଙ୍ଗାମା କରିଥିଲା :

ପୋଲିସ ଅନୁସାରେ ଅମୃତସର ହୋଟେଲରେ ଯେତେବେଳେ ମାରପିଟ ଏବଂ ହଙ୍ଗାମାର ଖବର ମିଳିଥିଲା; ସେହି ସମୟରେ ଘଟଣା ବିଷୟରେ ସମସ୍ତଙ୍କୁ ଜଣା ପଡିଥିଲା । ଦିନେ ପତ୍ନୀ ନିଜ ସମ୍ପର୍କୀୟଙ୍କ ସହ ମିଶିବା ପାଇଁ କହି ଘରୁ ବାହାରି ଥିଲେ । ସେହି ସମୟରେ ପତି ତାର ପିଛା କରିଥିଲା ଏବଂ ଅମୃତସରର ଏକ ଛୋଟ ହୋଟେଲରେ ପହଞ୍ଚିଥିଲା । ସେଠାରେ ସେ ଦେଖିଥିଲା ତାର ପତ୍ନୀ ଜଣେ ପୁରୁଷ ସହ ହୋଟେଲର ରୁମକୁ ଯାଉଥିଲା । ପତି ଦୁହିଁଙ୍କୁ ଧରିନେଇ ଥିଲା । ଏହାପରେ ହୋଟେଲରେ ଖୁବ୍ ଜୋରରେ ହଙ୍ଗାମା ହୋଇଥିଲା । କୌଣସି ବ୍ୟକ୍ତି ଏହାର ଖବର ପୋଲିସକୁ ଦେଇଥିଲେ । ପୋଲିସ ପହଂଚିବା ପରେ ଘଟଣା ଟିକେ ଶାନ୍ତ ହୋଇଥିଲା । ଏହି ଘଟଣାରେ କୌଣସି ଯାଞ୍ଚ ହୋଇ ନାହିଁ । ଏହାର କାରଣ ହେଉଛି ଆଇପିସିର ଧାରା ୪୯୭ ଅନୁସାରେ କୌଣସି ମହିଳା ବିବାହ ପରେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିଲେ ଏହା ଅପରାଧ ନୁହେଁ ।

କାମେଣ୍ଟ ଜରିଆରେ ନିଜ ମତାମତ ପ୍ରଦାନ କରନ୍ତୁ । ଧନ୍ୟବାଦ !