ସ୍ତ୍ରୀକୁ ନିର୍ଦ୍ଦୟ ଭାବରେ ମାରି ଚାଲିଥିଲା ହେଲମେଟ୍ ରେ – କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

Spread the love

ସ୍ତ୍ରୀକୁ ନିର୍ଦ୍ଦୟ ଭାବରେ ମାରି ଚାଲିଥିଲା :

ହିନ୍ଦୁ ଧର୍ମ ଅନୁସାରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମର ବୋଲି କୁହାଯାଏ । ଦୁନିଆ ବଦଳିଯିବ ଯଦି ଏହି ସମ୍ପର୍କ ପ୍ରେମ ବା ଭଲପାଇବା ସହ ବିତାଯାଏ । ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କର ବହୁତ ଜରୁରୀ ହୋଇଥାନ୍ତି, ଯିଏ ବିବାହ ମଣ୍ଡପରେ ମୃତ୍ୟୁ ପର୍ଯ୍ୟନ୍ତ ସମ୍ପର୍କ ରଖିବାର ବଚନ ନେଇଥାନ୍ତି । ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହିବା ମଧ୍ୟ ଆବଶ୍ୟକ । କିନ୍ତୁ ଆମ ଦେଶରେ ପୁରୁଣା ସମୟରୁ ଆଜି ପର୍ଯ୍ୟନ୍ତ ମହିଳାମାନେ ଶୋଷଣର ଶିକାର ହୋଇ ଆସୁଛନ୍ତି । କେବେ ମହିଳାଙ୍କ ଉପରେ ଅଜଣା ଲୋକମାନେ ଅତ୍ୟାଚାର କରିଥାନ୍ତି ତ କେବେକେବେ ନିଜର ଲୋକମାନେ ! ଏମିତିରେ ନ ଚାହୁଁଥିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ସେହି ପରିସ୍ଥିରେ ବଞ୍ଚିବା ଶିଖିବାକୁ ପଡିଥାଏ । ଏମିତି ଏକ ଦୁଃଖ ପୂର୍ଣ୍ଣ ଘଟଣା ଆମ ସମ୍ମୁଖକୁ ଆସିଛି ।

ଯେଉଠି ଗୋଟେ ପୁରୁଷ ତାର ସ୍ତ୍ରୀକୁ ଅତି ନୃଶଂସ ଭାବେ ମାଡ ମାରି ଚାଲିଥିଲା ଓ ତାକୁ ରୋକିବାକୁ କେହି ହେଲେ ଆସି ନ ଥିଲେ । କେବଳ ସେତିକି ନୁହେଁ ତାକୁ ଏତେ ମାରିବା ପରେ ମଧ୍ୟ ଯେତେବେଳେ ସେ ସନ୍ତୁଷ୍ଟ ହୋଇ ପାରିଲା ନାହିଁ, ଶେଷରେ ସେ ତାକୁ ଘରୁ ବାହାର କରି ଦେଇଥିଲା ଓ ତାର ସନ୍ତାନ ମାନଙ୍କୁ ତାଠାରୁ ଦୂରେଇ ଦେଲ ।

ଜାଣନ୍ତୁ ପୁରା ଘଟଣା କଣ ଥିଲା କାରଣ :

ଏହି ଘଟଣାଟି କୋତୱାଲୀ ସିୱିଲ ଲାଇଂସର, ଯେଉଁଠି ଗତ ମଙ୍ଗଳବାର ଦିନ ମହିଳା ଜଣକ ପୁଲିସରେ ନିଜ ପିଲାଙ୍କୁ ନିଜ ପାଖକୁ ଆଣିବାର ବିନତୀ କରିଥିଲା । ପଥରୀ କ୍ଷେତ୍ର ନିବାସୀ ପୂଜା, କୋତୱାଲୀରେ FIR ଲେଖି କହିଲେ ଯେ, ସେ ଚାରିବର୍ଷ ତଳେ ଢଂଡେରା ନିୱାସୀ ପଙ୍କଜ ସହିତ ବିବାହ କରିଥିଲା । ଯାହା ପରେ ତା ଶାଶୁଘର ଲୋକମାନେ ତାକୁ ଗୋଟେ ପୁତ୍ର ସନ୍ତାନ ଜନ୍ମ କରିବା ପାଇଁ ବାଧ୍ୟ କରିଥିଲେ, କିନ୍ତୁ ଯେତେବେଳେ ତାର ଗୋଟେ ଝିଅଟିଏ ଜନ୍ମ ହେଲା; ସେମାନେ ତା ସହିତ ବହୁତ ଖରାପ ବ୍ୟବହାର କରିଥିଲେ ।

ହେଲମେଟରେ ମାରୁଥିଲା :

ପୂଜା କହିଥିଲେ କି ୨ବର୍ଷ ପର୍ଯ୍ୟନ୍ତ ସେ ସେହି ସବୁ କଷ୍ଟ ସହିବା ପରେ ପୁଣି ଥରେ ଯେତେବଳେ ମା ହେବାକୁ ଗଲେ ସେମାନେ ପୁନଶ୍ଚ ତାଙ୍କ ଉପରେ ପୁଅଟିଏ ଜନ୍ମ କରିବା ପାଇଁ ଯୋର ପକାଇଥିଲେ । କିନ୍ତୁ ଭଗବାନ ପୁଣି ତାଙ୍କ ଘରକୁ ଗୋଟେ ଝିଅଟି ପଠାଇ ଥିଲେ । ଯେଉଁଥିପାଇଁ ପୂଜାର ସ୍ଵାମୀ ଓ ପରିବାରର ଲୋକ ମାନେ ରାଗରେ ଜଳିବାକୁ ଲାଗିଲେ । କିନ୍ତୁ ଏହି ଗତ ମଙ୍ଗଳବାର ଦିନ ସକାଳୁ ସ୍ଵାମୀ ପଙ୍କଜ ପୂଜାଙ୍କୁ ହେଲମେଟରେ ମାରିବା ଆରମ୍ଭ କରିଦେଲେ ଏବଂ ତା ସହିତ ଝିଅ ଜନ୍ମ କରିଥିବାରୁ ବହୁତ କିଛି ଖରାପ କଥା ମଧ୍ୟ କହିଥିଲେ ।

ପଡୋଶୀ ଲୋକେ ବଞ୍ଚାଇ ଥିଲେ :

ହେଲମେଟର ମାଡରେ ପୂଜା ବହୁତ କଷ୍ଟ ପାଇ କାନ୍ଦିଥିଲେ ଓ ଚିତ୍କାର କରୁଥିଲେ ସୁଧା କେହି ତାଙ୍କୁ ସାହାଯ୍ୟ କରିବାକୁ ଆସି ନ ଥିଲେ । କିନ୍ତୁ ଯେତେବେଳେ ତାର କାନ୍ଦ ସାହି ପୋଡଶୀ ଲୋକଙ୍କ ପାଖରେ ପହଞ୍ଚିଥିଲା; ସେମାନେ ତାକୁ ପଙ୍କଜ ଠାରୁ ବଞ୍ଚାଇ ଥିଲେ । ଯାହାପରେ ସେ କୋତୱାଲୀରେ ପହଞ୍ଚି ପୁଲିସଙ୍କ ପକ୍ଷେ ପଙ୍କଜ ବିରୁଦ୍ଧରେ ରିପୋର୍ଟ ଲେଖିଥିଲେ । ବର୍ତ୍ତମାନ ପୂଜା କେବଳ ତାଙ୍କ ଝିଅକୁ ତାଙ୍କୁ ଫେରାଇବା ପାଇଁ ପୋଲିସଙ୍କ ଆଗରେ କହିଛନ୍ତି । ଯାହାଫଳରେ ସେ ସେମାନଙ୍କୁ ନେଇ ତାଙ୍କ ବାପଘରକୁ ଚାଲିଯିବେ ।

ଏହା ବ୍ୟତୀତ ପୂଜା ତା ଶାଶୁଘର ଲୋକଙ୍କ ଦ୍ଵାରା ନିଜ ଜୀବନ ବିପଦ ସଙ୍କୁଳ ବୋଲି କହିଥିଲେ ଓ ପୋଲିସଙ୍କୁ ପାଖରେ ସାହାଯ୍ୟ ପାଇଁ ଗୁହାରି କରିଥିଲେ । ଏହା ପରେ ପୁଲିସ ପଙ୍କଜ ଓ ତା ପରିବାର ଲୋକଙ୍କ ବିରୁଦ୍ଧରେ କେସ ରଜ୍ଜୁ କରି, ତା ଉପରେ ଏବେ କାମ କରିବା ଆରମ୍ଭ କରି ସାରିଲାଣି । ଏହା ବ୍ୟତୀତ ପୀଡ଼ିତାଙ୍କୁ ତାଙ୍କ ସନ୍ତାନ ଫେରେଇ ଦବାର ବିଶ୍ଵାସ ମଧ୍ୟ ଦେଇଛି ।