Top ଜିନ୍ସ ପିନ୍ଧି ମାର୍କେଟ ବୁଲୁ ଥିବା ପତ୍ନୀଙ୍କୁ ଦେଖି ସ୍ୱାମୀ ଖୁବ୍ ରାଗି ଯାଇଥିଲେ ଆଉ ଘରେ ସ୍ତ୍ରୀ ପହଂଚିବା ପରେ……

Spread the love

Top ଜିନ ପିନ୍ଧି ମାର୍କେଟ ବୁଲୁ ଥିବା ପତ୍ନୀଙ୍କୁ ଦେଖି ସ୍ୱାମୀ ଖୁବ୍ ରାଗି ଯାଇଥିଲେ । ଘରେ ସ୍ତ୍ରୀ ପହଂଚିବା ପରେ ସ୍ୱାମୀ ସ୍ତ୍ରୀଙ୍କୁ ଦୁଇ ଚାପୁଡ଼ା ମାରିଥିଲେ । କିନ୍ତୁ ଚା ପିଇବା ପରେ ଯାହା ହୋଇଥିଲା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।

ସ୍ୱାମୀଙ୍କ ଚାପୁଡ଼ା ପରେ ସ୍ତ୍ରୀ ଆତ୍ମହତ୍ୟା କରିଥିଲେ :

ଜିନ୍ସ ଓ ଟୋପ୍ ପିନ୍ଧି ବୁଲୁଥିବା ସ୍ତ୍ରୀଙ୍କୁ ସ୍ୱାମୀ ଦୁଇ ଚାପୁଡ଼ା ମାରିଥିଲେ । ଯାହାପରେ ପତ୍ନୀ ରାଗି ଯାଇ ଆତ୍ମହତ୍ୟା କରିଥିଲେ । ଘଟଣା ଶୁକ୍ରବାର ସକାଳ ଉତ୍ତର ପ୍ରଦେଶର ବାରଣାସୀ ନିକଟସ୍ଥ ଖୋଜୱା ନାମକ ସ୍ଥାନର ଅଟେ । ଘଟଣା ପରେ ପତି ଶବକୁ ଧରି ନିଜ ପୈତୃକ ଘରକୁ ଚାଲି ଯାଇଥିଲେ । ଏହାପରେ ଆରୋପୀ ଚନ୍ଦନ ଜାୟସବଲ ନିଜ ଶଶୁରଙ୍କୁ ଏହି ଖବର ଦେଇଥିଲା । ଖୁସବୁଙ୍କ ପରିଜନ ପତି ଉପରେ ହତ୍ୟାର ଆରୋପ ଲଗାଇଛନ୍ତି । ପୋଲିସ ଆରୋପିକୁ ଗିରଫ କରିଛି ।

ଖୁସବୁଙ୍କ ବୟସ ୨୦ ମୂଳରୁପରେ ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ଅଟନ୍ତି । 21 ନଭେମ୍ବର 2016ରେ ଚନ୍ଦନ ଜୟସବଲ ସହ ବିବାହ ହୋଇଥିଲା । ବିବାହ ପରେ କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍-ଠାକ୍ ଥିଲା । ସେମାନଙ୍କର ଗୋଟିଏ ଝିଅ ହୋଇଥିଲା କିନ୍ତୁ କିଛି ମାସ ପରେ ହିଁ ତାହାର ମୃତ୍ୟୁ ହୋଇଯାଇ ଥିଲା । ଚନ୍ଦନ ବନାରସରେ ଗୋଟିଏ ଶାଢ଼ୀ କମ୍ପାନୀରେ କାମ କରୁଥିଲେ । ସେ ସକୁଳ ଧାରା ପୋଖରୀ ନିକଟରେ ନିଜ ପତ୍ନୀ ସହ ରହୁଥିଲା । ଗୁରୁବାର ଦିନ ଦୁହିଁଙ୍କ ମଧ୍ୟରେ କଳି ହୋଇଥିଲା । ଚନ୍ଦନ ଖୁସବୁକୁ ଦୁଇ ଚାପୁଡ଼ା ମଧ୍ୟ ମାରିଥିଲା । ରାତିରେ ଖୁସବୁ ନିଜ ମାଆ ରିତାଙ୍କ ସହ କଥା ହୋଇଥିଲେ । ରିତା କହିଛନ୍ତି; ଖୁସବୁ ସହ ଶୁକ୍ରବାର ଦିନ କଥା ହୋଇଥିଲା । କିନ୍ତୁ କିଛି ସମୟ ପରେ ଖୁସବୁଙ୍କ ଅସୁସ୍ଥ ହେବା ଖବର ମିଳିଥିଲା ।

ଜିନିଷ କିଣି ଫେରିବା ପରେ ଦେଖିଥିଲା ପତ୍ନୀଙ୍କ ଶବ ଝୁଲୁଛି :

ଚନ୍ଦନ କହିଛି, ଗୁରୁବାର ଦିନ ଖୁସବୁ ଜିନ୍ସ ଟୋପ୍ ପିନ୍ଧି ବୁଲୁଥିବାର ଦେଖି ରାଗିଯାଇ ଦୁଇ ଚାପୁଡ଼ା ମାରିଥିଲା । ସେ କହିଛି; ମୁଁ ଖୁସବୁକୁ ବୁଝାଇଥିଲି; ସଭ୍ୟ ଘରର ଝିଅମାନେ ଜିନ୍ସ ଟୋପ୍ ପିନ୍ଧି ବଜାରରେ ବୁଲିବା ଠିକ ନୁହେଁ । ଖୁସବୁ ଶୁକ୍ରବାର ଦିନ ସକାଳେ ଚାହା କରି ଦେଇଥିଲା ଓ ନିଜ ମାଆଙ୍କ ସହ ମଧ୍ୟ କଥା ହୋଇଥିଲା । ଏହାପରେ ଚନ୍ଦନ ଜିନିଷ କିଣିବା ପାଇଁ ବଜାର ଚାଲି ଯାଇଥିଲା । ବଜାରରୁ ଫେରି ଦେଖିବା ବେଳେ ଖୁସବୁର ଶବ ଝୁଲୁଛି । ପରେ ସେ ଖୁସବୁକୁ ତଳକୁ ଓଲ୍ହାଇ ଥିଲା ଓ ଦେଖିଲା ଖୁସବୁ ନିଶ୍ୱାସ ନେଉଛନ୍ତି । ଖୁସବୁଙ୍କୁ ନେଇ ଆରୋପୀ ବିଏଚୟୁ ୱାର୍ଡକୁ ନେଇଥିଲା କିନ୍ତୁ ଖୁସବୁ ମରି ସାରିଥିଲେ । ଏହାପରେ ସେ ଶଶୁରଙ୍କ ଘରକୁ ଖବର ଦେଇଥିଲା ।

ଶବ ବ୍ୟବଛେଦ ପରେ ସତ୍ୟତା ଜଣାପଡିବ :

ପୋଲିସ ଆରୋପିକୁ ଗିରଫ କରିସାରିଛି । ଶବକୁ ବ୍ୟବଛେଦ ପାଇଁ ପଠାଇ ସାରିଛି । ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ସତ୍ୟ ଜଣା ପଡିବ ।