ରାତିରେ ପତିକୁ ନିଦ ବଟିକା ଦେଇ ସାରିବା ପରେ ପ୍ରେମୀ ସହ ରାସଲୀଳାରେ ଲିପ୍ତ ରହୁଥିଲା ପତ୍ନୀ ।

Spread the love

ଅମୃତସର :- ଜଣେ କଳିଯୁଗ ପତ୍ନୀ ନିଜ ପ୍ରେମୀ ସହ ମିଶି ନିଜ ପତିର ହତ୍ୟା କରିଦେଇଛି । ଯାହାର ରହସ୍ୟ ବର୍ତ୍ତମାନ ପୋଲିସ ଖୋଲିଛି । ପୋଲିସ ମୃତକର ପତ୍ନୀ ସିମ୍ରନ କୌରକୁ ଗିରଫ କରିଛି । ସିମ୍ରନର ପ୍ରେମୀ ବର୍ତ୍ତମାନ ଫେରାର ରହିଛି । ଏହି ହତ୍ୟାକାଣ୍ଡ ପଞ୍ଜାବର ତରନତାରାନ ଜିଲ୍ଲା ଅନ୍ତର୍ଗତ ପଲ୍ଲାସର ଗାଁର ଅଟେ ।

କିଛି ଦିନ ପୂର୍ବରୁ ତରନତାରାନ ଜିଲ୍ଲା ଅନ୍ତର୍ଗତ ପଲ୍ଲାସର ଗାଁରେ ଜଣେ ପତ୍ନୀ ନିଜ ପ୍ରେମୀ ସହ ମିଶି ନିଜ ପତିକୁ ମରଣ ମୁହଁକୁ ଠେଲି ଦେଇଥିଲା । ଏହା ପରେ ପତ୍ନୀ ନିଜ ପ୍ରେମୀ ସହ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ପୋଲିସ ମୃତକର ପତ୍ନୀକୁ ଧରି ନେଇଛି ।

ମୃତକର ଛୋଟ ଝିଅ ପୋଲିସକୁ କହିଛି, ଗାଁର ଜଣେ ଯୁବକ ମାଆ ସହ ପ୍ରତିଦିନ ଭିଡ଼ିଓ କଲରେ କଥା ହେଉଥିଲା । ସେ ତାଙ୍କ ଘରକୁ ମଧ୍ୟ ଆସୁଥିଲା । ଝିଅଟି କହିଛି, ମମ୍ମି ରାତିରେ ଖାଦ୍ୟରେ ନିଦ ବଟିକା ମିଶାଇ ଖାଇବା ପାଇଁ ଦେଉଥିଲା ପରେ ସେହି ଯୁବକ ସହ ଫୋନରେ କଥା ହେଉଥିଲା ।

ଅନ୍ୟପକ୍ଷରେ ଥାନା ପ୍ରମୁଖ ଗୁରୁଚରଣ ସିଂହ କହିଛନ୍ତି ଜୁଲାଇ ମାସ ୨୩/୨୪ ମଧ୍ୟରେ ପଳାସର ଗାଆଁର ସିମ୍ରନ କୌର ନିଜ ପତିକୁ ନିଦ ବଟିକା ଦେଇ ତାର ହତ୍ୟା କରି ଦେଇଥିଲା । ଏହି ହତ୍ୟାକାଣ୍ଡର ଯୋଜନା ସେ ପୂର୍ବରୁ କରିଥିଲା । ବର୍ତ୍ତମାନ ଆମେ ହତ୍ୟାର ଆରୋପୀ ସିମ୍ରନ କୌରକୁ ଗିରଫ କରିନେଇଛୁ । ତା ଉପରେ ହତ୍ୟାର ମାମଲା ମଧ୍ୟ ରଜ୍ଜୁ କରାଯିବ । ସିମ୍ରନର ପ୍ରେମିକ ଲବପ୍ରୀତକୁ ଖୋଜିବାରେ ପୋଲିସ ଲାଗିପଡିଛି ।