ଆପଣ ଜାଣିଛନ୍ତି କି – ରେଲଗାଡିର ଶେଷ ଡବାରେ X କାହିଁକି ଲେଖା ଯାଇଥାଏ ? ଆସନ୍ତୁ ଜାଣିବା !

Spread the love

ଆପଣ ସବୁବେଳେ ରେଲଗାଡିରେ ଯାତ୍ରା ତ କରୁଥିବେ, କିନ୍ତୁ ଆପଣ କେବେ ରେଲଗାଡି ଶେଷ ଡବାରେ ହଳଦିଆ ରଙ୍ଗର X ଚିହ୍ନ ହୋଇ ଥିବା ଲକ୍ଷ୍ୟ କରିଛନ୍ତି କି ? ଯଦି କରିଛନ୍ତି ତେବେ ଜାଣିଛନ୍ତି କି ସେଇ X ଚିହ୍ନର ମାନେ କଣ ଅଟେ । ଏମିତି କରିବାର ମାନେ କଣ ଅଟେ । ଏମିତି କଥାର ମାନେ ପ୍ରାୟତଃ ବହୁତ ଲୋକଙ୍କୁ ଜଣା ନ ଥାଏ । ତେଣୁ ଆଜି ଏହି ପୋଷ୍ଟରେ ଆମେ ସବୁ ରେଲଗାଡି ପଛରେ ଲେଖା ଯାଉ ଥିବା ହଳଦିଆ ରଙ୍ଗର Xର ମାନେ ଓ କାରଣ ବତେଇବୁ ।

ଭାରତୀୟ ରେଲଗାଡି ପଛରେ ଲେଖା ଯାଉ ଥିବା ହଳଦିଆ ରଙ୍ଗର ଏହି ଚିହ୍ନ ଏକ ସାଙ୍କେତିକ ଭାଷା ଅଟେ । ଯାହାର ଉପଯୋଗ ଷ୍ଟେସନ ମାଷ୍ଟର ପାଇଁ କରାଯାଇଛି । ଯାହା ଫଳରେ ସେ ଜାଣି ପାରିବେ ଯେ ତାଙ୍କୁ ଷ୍ଟେସନ ରୁ ରେଲଗାଡି ଯାଇ ସରିଛି କୌଣସି ବି ଗାଡି ” ବ୍ଲକ ସେକ୍ସନ ” ରେ ନାହିଁ । ” ବ୍ଲକ ସେକ୍ସନ “ର ଅର୍ଥ ଦୁଇଟି ରେଳଷ୍ଟେସନ ମଧ୍ୟବର୍ତ୍ତୀ ଦୁରତାକୁ ବୁଝାଯାଏ ।

ରେଲଗାଡିର ଶେଷ ଡବାରେ ହଳଦିଆ ରଙ୍ଗର X ଦେଖିବା ପରେ ହିଁ ଷ୍ଟେସନ ମାଷ୍ଟର ନିଜ ଠାରୁ ପଛ ଷ୍ଟେସନ ମାଷ୍ଟରକୁ ଆଉ ଗୋଟେ ଗାଡି ପଠେଇବାର ଅନୁମତି ଦେଇଥାଏ । ଏହାକୁ ସାଧାରଣ ଭାଷାରେ “ଲାଇନ କ୍ଲିଅର” କୁହାଯାଏ ।

ରେଲଗାଡିର ଶେଷ ଡବାରେ ହଳଦିଆ ରଙ୍ଗର X ଚିହ୍ନ ଛଡା ତଳେ ଗୋଟେ ଗୋଲାକାର ବୋର୍ଡ ଉପରେ ବଡ଼ ଅକ୍ଷରରେ LV ଲେଖା ଯାଇଥାଏ । ଏହି LVର ଅର୍ଥ ହେଲା “Last Vehicle ” । ଏହି ବୋର୍ଡକୁ ରେଲଗାଡି ପଛରେ ଲଗେଇବାର ଦାୟିତ୍ୱ ଡ୍ୟୁଟିରେ ଥିବା ଗାର୍ଡର ହୋଇଥାଏ ।

ଏହି ବୋର୍ଡ ରେଲଗାଡି ଉପରେ ସବୁ ସମୟରେ ଲଗା ହୋଇ ନ ଥାଏ । ଏହାକୁ ଡ୍ୟୁଟି ରେ ଆସିଥିବା ଗାର୍ଡ ହିଁ ଲଗେଇ ଥାଏ । ଆଉ ଡ୍ୟୁଟି ସରିବା ପରେ ତାକୁ ହିଁ ସେଇ LV ଵାଲା କାର୍ଡ ହଟେଇବାକୁ ପଡି ଥାଏ । ଆଉ ରାତିରେ ସେଇ LV ବୋର୍ଡ ସହିତ ଲାଲ ଲାଇଟ ଵାଲା ଟେଲ ଲେମ୍ପ ବି ଲଗା ଯାଇଥାଏ । ଯାହା ଫଳରେ ତାର ପଛରେ ଆସୁଥିବା ରେଲଗାଡିର ଡ୍ରାଇଭର ଏକ ସାମାନ୍ୟ ଦୂରତାରେ ରହିବ ।

ରେଲଗାଡିର ଶେଷ ଡବାରେ ହଳଦିଆ ରଙ୍ଗର ଏକ ବଡ଼ X ଲଗେଇବା ଓ LV ବୋର୍ଡ ଲାଗେଇବାର ମୁଖ୍ୟ କାରଣ ରେଲଗାଡି ଦୁର୍ଘଟଣାକୁ ଅଟକାଇବା ଅଟେ । ଯେଉଁ ଥିରେ ପଛରୁ ଆସୁଥିବା ରେଲଗାଡିକୁ ଷ୍ଟେସନ ମାଷ୍ଟର “ବ୍ଲକ ସେକ୍ସନ” ରେ ଅଟକି ପାରିବ ଓ ରେଲଗାଡି ଲାଇନ କ୍ଲିଅର ହେବା ପରେ ହିଁ ଆଉ ଗୋଟେ ଗାଡିକୁ ଛାଡିବା ପାଇଁ ଅନୁମତି ଦେବ ।