କାହିଁକି ହିନ୍ଦୁ ଧର୍ମରେ ମହିଳାମାନେ ସିନ୍ଥିରେ ସିନ୍ଦୁର ଲଗାନ୍ତି ? ଜାଣନ୍ତୁ ସିନ୍ଦୁର ଲାଗେଇବାର ଧାର୍ମିକ ଏବଂ ବୈଜ୍ଞାନିକ କାରଣ !

Spread the love

“ଏକ ଚୁଟିକି ସିନ୍ଦୁର କି କିମତ୍ ତୁମ କ୍ୟା ଜାନୋ ରମେଶ ବାବୁ… “ଓଁ ଶାନ୍ତି ଓଁ” ଚଳଚ୍ଚିତ୍ରର ଏହି ଡାଇଲୋଗ ବହୁତ ଲୋକପ୍ରିୟ ହୋଇଥିଲା । ଯେଉଁଠି ଦୀପିକା ରମେଶ ବାବୁଙ୍କୁ ଗୋଟେ ଟୋପା ସିନ୍ଦୁରର ମୂଲ୍ୟ ପଚାରନ୍ତି । ଚଳଚ୍ଚିତ୍ରରେ ଦୀପିକା ସିନ୍ଦୁରର ମୂଲ୍ୟ ଯେତେ କହିଥିଲେ, ସେ ତାହା ଜାଗାରେ ଠିକ ଥିଲା । ହେଲେ ଆପଣ କେବେ ଭାବିଛନ୍ତ କି ମୁଣ୍ଡରେ ସିନ୍ଦୁର ଲାଗେଇବାର ପ୍ରଥା କେବେ ଆରମ୍ଭ ହେଲା ଏବଂ ଏହାର ମହତ୍ୱ କଣ ? ହିନ୍ଦୁଧର୍ମରେ ସିନ୍ଦୁରକୁ ବହୁତ ମହତ୍ୱ ଦିଆଯାଇଛି, ପୂର୍ବ କାଳରୁ ହିଁ ସଧବ ବୋହୂମାନେ ନିଜ ସ୍ୱାମୀର ଦୀର୍ଘ ଆୟୁଷ ପାଇଁ ମଥାରେ ସିନ୍ଦୁର ଲାଗନ୍ତି । ଜାଣନ୍ତୁ ସିନ୍ଦୁର କାହିଁକି ଲଗାନ୍ତି ।

ବିବାହିତା ମହିଳା ମାନଙ୍କର ଷୋହଳ ଶୃଙ୍ଗାର ମଧ୍ୟରୁ ସିନ୍ଦୁର ମଧ୍ୟ ଗୋଟେ ଶୃଙ୍ଗାର ଅଟେ । କୌଣସି ମଧ୍ୟ ବିବାହିତା ମହିଳା ସିନ୍ଦୁର ବିନା ଅଧୁରା ହୋଇଥାନ୍ତି ଏବଂ ସିନ୍ଦୁର ନ ଲାଗେଇବା ଅଶୁଭ ହୋଇଥାଏ । ଏହା ମଧ୍ୟ କୁହାଯାଏ କି ନାରୀମାନେ ମଥାରେ ସିନ୍ଦୁର ଲଗେଇ ବିବାହିତ ହେବାର ପ୍ରମାଣ ଦେଇଥାନ୍ତି । କିନ୍ତୁ ଏହି ସିନ୍ଦୁରର ଅନ୍ୟ ଏକ ମହତ୍ୱ ରହିଛି ଯାହା ବୋଧେ କେହି ଜାଣି ଥିବେ । ସିନ୍ଦୁର ନା କେବଳ ବିବାହର ପ୍ରତୀକ ରୂପେ ଲଗାଯାଏ ବରଂ ଏହା ଲଗେଇବା ପଛରେ ଅନେକ କାରଣ ରହିଛି ।ହିନ୍ଦୁଧର୍ମ ଅନୁସାରେ ଏହା ଏକ ପରମ୍ପରା କିନ୍ତୁ ଏହା ପଛରେ ଏକ ବୈଜ୍ଞାନିକ ରହସ୍ୟ ଲୁଚିଛି । ତେବେ ଚାଲନ୍ତୁ ଜାଣିବା, ସିନ୍ଦୁରର ମହତ୍ୱ ଓ ସିନ୍ଦୁର କାହିଁକି ଲଗାନ୍ତି ?

ଜଣାନ୍ତୁ ସିନ୍ଦୁର କାହିଁକି ଲଗାନ୍ତି :

ମାନ୍ୟତା ଅନୁସାରେ କୁହାଯାଏ କି ସିନ୍ଦୁର ଦେବୀ ପାର୍ବତୀଙ୍କ ପ୍ରତୀକ ଅଟେ । ଯାହାକୁ ନେଇ ଏକ ମାନ୍ୟତା ରହିଛି, ଦେବୀ ପାର୍ବତୀ ନିଜ ସ୍ୱାମୀଙ୍କ ସମ୍ମାନ ପାଇଁ ନିଜ ଜୀବନକୁ ତ୍ୟାଗ କରିଥିଲେ । ଫଳତଃ, ଯେଉଁ ମହିଳାମାନେ ସିନ୍ଦୁର ଲାଗେଇବେ ଦେବୀ ପାର୍ବତୀ ସେମାନଙ୍କର ସ୍ୱାମୀଙ୍କ ଜୀବନର ସମସ୍ତ ସଙ୍କଟ ଦୂର କରିବେ ଏବଂ ସେମାନଙ୍କୁ ଦେବୀ ପାର୍ବତୀଙ୍କ ଠାରୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ବର ମିଳିଯାଏ ।

ଏହା ସହିତ ହିନ୍ଦୁଧର୍ମରେ କୁହାଯାଏ କି ଦେବୀ ଲକ୍ଷ୍ମୀଙ୍କ ବିରାଜମାନ ମସ୍ତକରେ ହୋଇଥାଏ । ତେଣୁ ବିବାହିତ ମହିଳାମାନେ ମଥାରେ ସିନ୍ଦୁର ଲଗାଇ ଦେବୀ ଲକ୍ଷ୍ମୀଙ୍କୁ ସମ୍ମାନ ଦିଅନ୍ତି । ଲକ୍ଷ୍ମୀଙ୍କ କୃପାରୁ ସ୍ୱାମୀ ସ୍ତ୍ରୀ ବହୁତ ଦିନ ପର୍ଯ୍ୟନ୍ତ ଏକାଠି ରୁହନ୍ତି ଓ ଏମାନଙ୍କ ପାରିବାରିକ ସମ୍ବନ୍ଧରେ କୌଣସି ବାଧା ଆସେ ନାହିଁ ।

ସିନ୍ଦୁର ଲାଗେଇବାର ଧାର୍ମିକ ମହତ୍ୱ :

ସ୍ୱାମୀଙ୍କ ଆୟୁଷ ବଢ଼େଇବା – ହିନ୍ଦୁ ସମାଜରେ ପ୍ରତ୍ୟକ ବିବାହିତ ମହିଳାଙ୍କ ପାଇଁ ସିନ୍ଦୁର ଅନିବାର୍ଯ୍ୟ ଅଟେ । ଏମିତି କୁହାଯାଏ କି ସିନ୍ଦୁର ଲାଗେଇବା ଦ୍ୱାରା ନିଜ ସ୍ୱାମୀର ଆୟୁଷ ବଢ଼ିଥାଏ ।

ଲାଲ ରଙ୍ଗ ଶକ୍ତିର ପ୍ରତୀକ ଅଟେ – ହିନ୍ଦୁଧର୍ମରେ ଲାଲ ରଙ୍ଗ ମାତା ସତୀ ଏବଂ ମାତା ପାର୍ବତୀଙ୍କ ପ୍ରତୀକ ବୋଲି ଧରାଯାଏ । ମାତା ସତୀ ନିଜ ସ୍ୱାମୀଙ୍କ ପାଇଁ ନିଜ ଜୀବନକୁ ତ୍ୟାଗ କରିଥିଲେ । ସିନ୍ଦୁର ଲଗେଇବା ଦ୍ୱାରା ମାତା ପାର୍ବତୀ ଅଖଣ୍ଡ ସୌଭାଗ୍ୟବତିର ଆଶିର୍ବାଦ ମିଳିଥାଏ ବୋଲି କୁହାଯାଏ ।

ଲକ୍ଷ୍ମୀ ମାଆଙ୍କ ସ୍ନମ୍ମାନ – ଏମିତି କୁହାଯାଏ କି ଦେବୀ ଲକ୍ଷ୍ମୀ ପୃଥିବୀର ୫ଟି ସ୍ଥାନରେ ବାସ କରନ୍ତି । ହିନ୍ଦୁ ଧର୍ମରେ ତାଙ୍କୁ ମସ୍ତକରେ ସ୍ଥାନ ଦିଆଯାଇଛି । ମଥାରେ କୁମକୁମ୍ (ସିନ୍ଦୁର) ଧାରଣ କରି ମାତା ଲକ୍ଷ୍ମୀଙ୍କ ସ୍ନମ୍ମାନ ଦିଆଯାଏ । ଫଳରେ ଘରେ ସୁଖ ସମୃଦ୍ଧି ସର୍ବଦା ବିରାଜିତ ରହେ ।

ସିନ୍ଦୁର ଲାଗେଇବାର ବୈଜ୍ଞାନିକ ମହତ୍ୱ :

ମନକୁ ଶାନ୍ତି ରଖେ – ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେତେବେଳେ ଜଣେ ମହିଳା ସିନ୍ଦୁର ଧାରଣ କରନ୍ତି; ସେତେବେଳେ ସେହି ସିନ୍ଦୁର ତାର ମନକୁ ଶାନ୍ତ ରଖିବାରେ ସାହାର୍ଯ୍ୟ କରେ । ଖାଲି ସେତିକି ହିଁ ନୁହେଁ, ସେହି ସିନ୍ଦୁର ତାର ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ ।

ରକ୍ତଚାପ ନିୟନ୍ତ୍ରିତ ରଖେ- ବୈଜ୍ଞାନିକ ଦୃଷ୍ଟିକୋଣରୁ ସିନ୍ଦୁର ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଚିନ୍ତାଦୂର କରେ – ସିନ୍ଦୁରରେ ମରକ୍ୟୁରି ଅର୍ଥାତ ପାରଦ ଥାଏ । ପାରଦ ଏପରି ଏକ ଗୋଟିଏ ଧାତୁ, ଯାହା ତରଳ ଅବସ୍ଥାରେ ମିଳେ । ସିନ୍ଦୁର ଲଗେଇଲେ ଶୀତଳତା ପ୍ରାପ୍ତ ହେବ ସହ ଚିନ୍ତାମୁକ୍ତ କରିଥାଏ ।