କଣ ଆପଣ ଜାଣନ୍ତି କି ? ମୁନି ଋଷିମାନେ ଏହି ଦିନମାନଙ୍କରେ କାହିଁକି କେଶ ଓ ନଖ କାଟିବାକୁ ମନା କରିଥିଲେ ?

Spread the love

ଆପଣ ଓ ଆମେ ସମସ୍ତେ ଏହା ଜାଣିଛୁ, ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନମାନଙ୍କରେ କେଶ ଓ ନଖ କାଟିବାକୁ ମନା କରାଯାଇଥାଏ । କଣ ଆପଣ ଜାଣନ୍ତି କି କେବଳ ଏହି ଦିନମାନଙ୍କରେ ହିଁ କାହିଁକି କେଶ ଓ ନଖ କାଟିବାକୁ ନିଷେଧ କରାଯାଇଛି ? ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହାର ପଛରେ ଥିବା ବୈଜ୍ଞାନିକ କାରଣ ବିଷୟରେ କହିବୁ ।

● ଏହି ଦିନମାନଙ୍କରେ ଏଥିପାଇଁ କେଶ ଓ ନଖ କାଟିବାକୁ ମନା କରାଯାଇଥାଏ :-

ବୈଜ୍ଞାନିକଙ୍କ ଅନୁସନ୍ଧାନ ଅନୁସାରେ ମନୁଷ୍ୟ ଶରୀରର ଆଙ୍ଗୁଠିର ଅଗ୍ରଭାଗ ତଥା ମୁଣ୍ଡ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ ଓ ଏଗୁଡ଼ିକର ସୁରକ୍ଷା କ୍ରମଶଃ ନଖ ଓ କେଶ ଦ୍ୱାରା ହିଁ ହୋଇଥାଏ । ଅନ୍ତରୀକ୍ଷ ବିଜ୍ଞାନ ଓ ଜ୍ୟୋତିଷଙ୍କ ଅନୁସାରେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନରେ ଗ୍ରହ ଓ ନକ୍ଷତ୍ରର ଦୋଷାଗୁଡ଼ିକ ତଥା ବ୍ରହ୍ମାଣ୍ଡରୁ ଆସୁଥିବା ଅନେକ ଅତିସୂକ୍ଷ୍ମ କିରଣଗୁଡ଼ିକ ବ୍ୟକ୍ତିର ଶରୀର ଓ ମୁଣ୍ଡ ଉପରେ ସମ୍ବେଦନଶୀଳ ପ୍ରଭାବ ପକାଇଥାଏ ।

କୁହାଯାଏ କି, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନମାନଙ୍କରେ କେଶ ବା ନଖ କାଟିଲେ ମନୁଷ୍ୟ ଶରୀରରେ ଅନେକ ପ୍ରକାରର ରୋଗ ଉତ୍ପନ୍ନ ହେବାର ସମ୍ଭାବନା ବଢିଯାଇଥାଏ । ତେଣୁ ମୁନି ଋଷିମାନେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନମାନଙ୍କରେ କେଶ, ନଖ ଓ ଦାଢ଼ି କାଟିବାକୁ ମନା କରିଥାନ୍ତି ।

ସେହିଭଳି ଜ୍ୟୋତିଷଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ମଙ୍ଗଳ ଦେବଙ୍କ ଦିନ ଅଟେ । ମନୁଷ୍ୟ ଶରୀରର ରକ୍ତରେ ମଙ୍ଗଳ ଦେବଙ୍କ ଅଂଶ ମିଶି ରହିଥାଏ ଓ ଏହି ରକ୍ତରୁ କେଶ ଉତ୍ପନ୍ନ ହୋଇଥାଏ । ସେହିଭଳି ଗୁରୁବାର ଦେବଗୁରୁ ବୃହସ୍ପତିଙ୍କ ଦିନ ଅଟେ ଓ ଏହାଙ୍କ ସମ୍ବନ୍ଧ ଆମ ବୁଦ୍ଧି ସହ ଜଡିତ ଅଟେ । ସେହିଭଳି ଶନିବାର, ଶନିଦେବଙ୍କ ଦିନ ଅଟେ, ଯାହାର ସମ୍ବନ୍ଧ ଆମ ଶରୀରର ତ୍ୱଚା ସହ ଥାଏ ।

ଏଥିପାଇଁ କୁହାଯାଇ ଥାଏ କି, ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନମାନଙ୍କରେ କେଶ ଓ ନଖ କାଟିବା ଉଚିତ ନୁହଁ । କାରଣ ଏହି ଗ୍ରହ ସମ୍ଭନ୍ଧିତ ଆମ ଶରୀରର ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ; ଯାହା ଯୋଗୁଁ ଆମ ଶରୀର ଅନେକ ରୋଗର ଘର ରୂପରେ ପାଲଟି ଯାଇଥାଏ ।

ଏହି ସବୁ ଅସୁବିଧାରୁ ନିଜକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି; ତେବେ କୁହାଯାଇଥିବା ଏହି ତିନି ଦିନମାନଙ୍କରେ କେବେ ମଧ୍ୟ କେଶ, ଦାଢ଼ି ଓ ନଖ କାଟନ୍ତୁ ନାହିଁ । କିନ୍ତୁ ବାକି ଚାରି ଦିନ ସୋମବାର, ବୁଧୁବାର, ଶୁକ୍ରବାର ଓ ରବିବାର ଦିନମାନଙ୍କରେ କେଶ, ନଖ କାଟି ପାରିବେ, ଏଥିରେ ସେମାନଙ୍କର କିଛି ବି ଦୋଷ ହୋଇନଥାଏ ।