ମୃତ୍ୟୁ ବ୍ୟକ୍ତିଙ୍କର ଆଖିକୁ ବନ୍ଦ କରାଯାଏ କାହିଁକି ? ଜଣାନ୍ତୁ ଆଶ୍ଚର୍ଯ୍ୟ କରିବା ଭଳି ଏହାର ରହସ୍ୟ ।

Spread the love

ମୃତ୍ୟୁ ଦିନେ ନା ଦିନେ ନିଶ୍ଚୟ ସମସ୍ତଙ୍କୁ ଆସିବା । ତେଣୁ କୁହାଯାଇଛି, ଜୀବନର ଶେଷ ପରିଣତି ଶ୍ମଶାନର ବେଳା ଭୂମି । ଏହି ତୁଛ ମାନବ ଶରୀର ଧରି କାହିଁ ପାଇଁ ଏତେ ଗର୍ବ ! ଧାରା ପୃଷ୍ଟରେ ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହିଛ, ନିଜର ସୁ-ବ୍ୟବହାରରେ ସଭିଁଙ୍କୁ ସହ ହସ ଖୁସିରେ ଜୀବନ ଅତିବାହିତ କର । ଆଜିର ଏହି ଅନୁଛେଦରେ ଆଲୋଚ୍ୟ ବିଷୟ ହେଉଛି, ମୃତ୍ୟୁ ବ୍ୟକ୍ତିଙ୍କ ଆଖି କୁ ବନ୍ଦ କରାଯାଏ କାହିଁକି ? ତେବେ ଆସନ୍ତୁ ଜାଣିବା ସେହି ବିଷୟରେ !

ଆପଣ ଜାଣନ୍ତି କି, କାହିଁକି ମୃତ୍ୟୁ ବ୍ୟକ୍ତିଙ୍କର ଆଖିକୁ ବନ୍ଦ କରାଯାଏ । ଆପଣ ଏହା ଅସଲି ଜୀବନରେ ଏବଂ ଫିଲ୍ମରେ ମଧ୍ୟ ଦେଖିଥିବେ, ଯେତେବେଳେ କୌଣସି ବ୍ୟକ୍ତି ମରିଯାଏ, ତେବେ ତାହାର ଆଖି ଖୋଲା ରହିଥାଏ । ପରେ ଅନ୍ୟ କେହି ବ୍ୟକ୍ତି ତାଙ୍କ ଆଖିକୁ ବନ୍ଦ କରିଦିଅନ୍ତି ।

ସର୍ବ ପ୍ରଥମ କାରଣ ଏହା ଯେ, ମନୁଷ୍ୟ ଶରୀରରେ ଆଖି ଏପରି ଏକ ଅଙ୍ଗ ଯାହା ଚେହେରାକୁ ସୌନ୍ଦର୍ଯ୍ୟମୟ କରିଥାଏ । କିନ୍ତୁ ମୃତ୍ୟୁ ପରେ ବ୍ୟକ୍ତିଙ୍କ ଆଖି ଖୋଲା ରହିଲେ ତାହା ଚେହେରାକୁ ସୌନ୍ଦର୍ଯ୍ୟ କରିନଥାଏ, ତେଣୁ ମୃତ୍ୟୁ ବ୍ୟକ୍ତିଙ୍କ ଆଖି ବନ୍ଦ କରାଯାଇଥାଏ । ବହୁତ ଲୋକଙ୍କ ଆଖି ମୃତ୍ୟୁ ବେଳକୁ ବନ୍ଦ ହୋଇଯାଏ, କିନ୍ତୁ ସମସ୍ତଙ୍କର ଏପରି ହୁଏ ନାହିଁ ।

ଗୋଟିଏ ମୃତ ବ୍ୟକ୍ତିଙ୍କ ଆଖି କୌଣସି ଜିନିଷକୁ ମଧ୍ୟ ଦେଖିପାରେ ନାହିଁ । ତାହା କୌଣସି ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେଇପାରେ ନାହିଁ, ତେଣୁ ଆଖି ବନ୍ଦ କରିଦେବା ସର୍ବକୃଷ୍ଟ ହୋଇଥାଏ ।

ଦ୍ଵିତୀୟ କାରଣ ଏହା ଯେ କୌଣସି ମୃତ ବ୍ୟକ୍ତିଙ୍କ ଆଖି ଖୋଲା ରହିଲେ ସେହି ଆଖିରେ କ୍ଷୁଦ୍ର ସୁକ୍ଷ୍ମ ରେଣୁ ଜମିବା ଆରମ୍ଭ ହୋଇଯାଏ । ଯାହାକୁ ଏକ୍ସପୋଜର ମଧ୍ୟ କୁହାଯାଏ । ଏହା ଅଧିକାଂଶ ବାୟୁ ସଂସ୍ପର୍ଶରେ ହୋଇଥାଏ । ଯାହାଦ୍ୱାରା ଆଖିର କୋନିନିକା ଖରାପ ହୋଇଯାଏ ଏବଂ ଯଦି କୌଣସି ବ୍ୟକ୍ତର ଆଖି ଦାନ କରିବାର ଅଛି, ତେବେ ତାଙ୍କ ଆଖିକୁ ମୃତ୍ୟୁ ପରେ ସଙ୍ଗେ ସଙ୍ଗେ ବାହାର କରିବା ଠିକ ହେବ ।