ରବିବାର ଦିନ ଛୁଟି ରହିବା ପଛରେ କଣ କାରଣ ଅଛି ? ଆସନ୍ତୁ ଜାଣିବା

Spread the love

ବନ୍ଧୁଗଣ ଆମର ଜୀବନରେ ଏହିପରି ଅନେକ ଘଟଣା ଘଟିଥାଏ, ଯାହା ସହିତ ଆମେ ସଂପୂର୍ଣ୍ଣ ଭାବରେ ଜଡିତ ଥାଉ । ସେହି ଘଟଣାଟି ଆମ ସହିତ ଛାଇ ପରି ଆଖପାଖରେ ରହିଥାଏ । ତାହା ଆମ ଜୀବନର ଗୋଟିଏ ଅଂଶ ହୋଇଥାଏ । କିନ୍ତୁ ଏମିତି ବହୁତ ଘଟଣା ରହିଛି, ଯାହାର ହେବାର ପଛରେ ଆମେ ତାହାର କାରଣ ଜାଣିନଥାଉ । ସଣ୍ଡେ ମାନେ ରବିବାର । ସପ୍ତାହର ଏମିତି ଗୋଟେ ଦିନ ଯାହାକୁ ସମସ୍ତେ ପସନ୍ଦ କରିଥାନ୍ତି । କାରଣ ସେହି ଦିନ ଛୁଟିର ଦିନ ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ? ସପ୍ତାହର ସାତ ଦିନରେ କେବଳ ରବିବାରକୁ ହିଁ ଛୁଟି କଣ ପାଇଁ ଦିଆଯାଇଥାଏ ।

କଣ ଆପଣ ଜାଣିଛନ୍ତି ରବିବାରକୁ ଛୁଟିର ଦିନ ଘୋଷିତ କରିବା ପଛରେ ଗୋଟେ ସଙ୍ଘର୍ଷର କାରଣ ରହିଛି । ଯାହା ଦ୍ୱାରା ଆମକୁ ରବିବାର ଦିନ ଛୁଟି ମନେଇବା ପାଇଁ ମିଳିଛି । ଆମ ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି ସ୍ଵୀକାର କରାଯାଇଥାଏ । ଆଉ ରବିବାରକୁ ହିଁ ସୂର୍ଯ୍ୟଙ୍କ ଦିନ । ଅର୍ଥାତ ରବିଙ୍କ ଦିନ ହିସାବରେ ପାଳନ କରାଯାଇଥାଏ । ଏହି ଦିନ ଛୁଟି ଦେବାର ପ୍ରଚାଳନା ଏଇଥିପାଇଁ ହେଲା, କାରଣ ଲୋକମାନେ ନିତ୍ୟକର୍ମ ସହିତ ପୂଜାପାଠ ମଧ୍ୟ କରିପାରିବେ ।

ଇସଲାମ ଧର୍ମ ଗ୍ରନ୍ଥ ଅନୁସାରେ ଭଗବାନ ଯୀଶୁଙ୍କୁ ଫାଶୀ ଉପରେ ଚଢାଇବାର ଠିକ୍ ତିନି ଦିନ ପରେ ହିଁ ସେ ପୁନର୍ଜୀବିତ ହୋଇଯାଇଥିଲେ ଓ ସେହି ଦିନ ରବିବାର ଥିଲା । ଇସାହି ଧର୍ମରେ ରବିବାରକୁ ଇଷ୍ଟର କୁହାଯାଇଥାଏ, ଭଗବାନ ଯୀଶୁଙ୍କ ପୁନର୍ଜୀବିତ ହେବାର ଏହି ଦିନକୁ ହିଁ ସାହିଇଷ୍ଟର ଦିବସ ଅର୍ଥାତ ଇଷ୍ଟର ରବିବାର ମାନିଥାନ୍ତି । ଏହି ଦିନକୁ ହିଁ ଇସାହି ସମୁଦାୟ ଉତ୍ସବ ପରି ମନେଇବାରେ ଲାଗିଲେ । ଆଉ ଧୀରେ ଧୀରେ ଏହି ଦିନ ଗୋଟେ ସ୍ଥାୟୀ ଛୁଟିର ରୂପରେ ନେଇଗଲା । ଆଉ ଏହାକୁ ପ୍ରତ୍ୟେକ ସପ୍ତାହରେ ଦିଆଗଲା ।

ଯେମିତିକି ଆମେ ଜାଣିଛୁ; ଇଂରାଜୀମାନେ ଆମ ଦେଶରେ ଦୁଇଶହ ବର୍ଷ ପର୍ଯ୍ୟନ୍ତ ଶାସନ କରୁଥିଲେ । ସେହି ସମୟରେ ସବୁ ନିୟମ କାନୁନ୍ ବ୍ରିଟିଶଙ୍କ ହାତରେ ଥିଲା । ସେହି ସମୟରେ ସପ୍ତାହରେ ପୁରା ଦିନ କାମ କରିବାକୁ ପଡ଼ୁଥିଲା । ଏମିତିରେ ଗୋଟେ ମହାପୁରୁଷଙ୍କ କାରଣରୁ ରବିବାର ଦିନ ଛୁଟି ହେବାର ଆରମ୍ଭ ହେଲା । ସେହି ମହାପୁରୁଷଙ୍କ ନାମ ଥିଲା ନାରାୟଣ ମେଗଜି ଲୋଖଣ୍ଡେ (Narayan Meghaji Lokhande) । ସେ ରବିବାରରେ ଛୁଟି ଦେବା ପାଇଁ ଇଂରାଜୀମାନଙ୍କ ଆଗରେ ୧୮୮୧ରେ ପ୍ରସ୍ତାବ ରଖିଲେ । ସେହି ସମୟରେ ନାରାୟଣ ମେଗଜି ଲୋଖଣ୍ଡେ ଆନ୍ଦୋଳନ କଲେ । ଏହି ଆନ୍ଦୋଳନ ଦିନକୁ ଦିନ ବଢ଼ିଲା । ଆଉ ହାର ମାନି ଇଁରାଜୀମାନେ ୮ ବର୍ଷ ପରେ ରବିବାରକୁ ଛୁଟି ଦିନରେ ଘୋଷିତ କରିବାକୁ ପଡିଲା ।