ଶୋଇବା ସମୟରେ କବାଟ ପଟେ ଗୋଡ କରିବା ଉଚିତ ନୁହେଁ କାହିଁକି ? ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କଣ କୁହାଯାଇଛି…

Spread the love

ଆମ ଜୀବନରେ ଶାସ୍ତ୍ରର ମହତ୍ୱ ଗୁରୁତ୍ୱପୂର୍ଣ୍ଣ ରହିଛି । ଯେତେବେଳେ ମଧ୍ୟ କୌଣସି ବିଷୟ ଜାଣିବା ପାଇଁ ଶାସ୍ତ୍ରର ସହାୟତା ନେଇଥାଉ । କହିବାକୁ ଗଲେ ଶାସ୍ତ୍ରରେ ମଧ୍ୟ ଆମର ସବୁ ପ୍ରଶ୍ନର ଉତ୍ତର ମିଳି ଯାଇଥାଏ । ଜୀବନର ପ୍ରତିଟି ସମସ୍ୟା ଦିନଚାର୍ଯ୍ୟା ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଶାସ୍ତ୍ରରେ ମିଳି ଯାଏ ।

ଏହିପରି ଭାବରେ ଆମ ଶାସ୍ତ୍ରରେ ଶୋଇବା ସହ ଜଡିତ କିଛି ନିୟମମାନ ଉଲ୍ଲେଖ କରାଯାଇଛି, ଯାହା ସମସ୍ତଙ୍କୁ ଧ୍ୟାନ ଦେବା ଦରକାର । କାହିଁକି ନା ଯେଉଁ ବ୍ୟକ୍ତିମାନେ ଏହି କଥାଗୁଡିକୁ ଧ୍ୟାନ ରଖନ୍ତି ନାହିଁ, ସେମାନେ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସଂଗେ ସଂଗେ ଧନ ହାନୀ ମଧ୍ୟ ହୋଇଥାଏ । ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ, ଶୋଇବା ସମୟରେ କେବେ ମଧ୍ୟ କବାଟ ପଟେ ଗୋଡ଼ କରି ଶୋଇବା ଉଚିତ ନୁହେଁ । କବାଟ ପଟେ ଗୋଡ଼ କରିବା ଶୋଇବା ଦ୍ୱାରା ମାଆ ଲଷ୍ମୀ ଘରେ ପ୍ରବେଶ କରନ୍ତି ନାହିଁ । ଏହିପରି କିଛି ବିଶେଷ କଥା ଅନ୍ୟ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ସର୍ବ ପ୍ରଥମେ ଆପଣଙ୍କୁ କହି ରଖୁଛୁ ଯେ, ଗ୍ରନ୍ଥରେ ସିଧା ସିଧା ଲେଖା ହୋଇଛି, ଶୋଇବା ସମୟରେ ପଶ୍ଚିମ କିମ୍ଭା ଉତ୍ତର ଦିଗକୁ ଗୋଡ଼ କରି ଶୋଇବା ଉଚିତ । ଏହିପରି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ସହିତ ଜଡିତ କୌଣସି ପ୍ରକାର ସମସ୍ୟା ଉତ୍ପନ୍ନ ହୋଇନଥାଏ ।

ଏହା ସଂଗେ ସଂଗେ ଆପଣଙ୍କୁ ଜଣାଇ ଦେଉଛୁ ଯେ, କେବେ ମଧ୍ୟ ଅଇଁଠା ମୁହଁରେ ଶୋଇବା ଉଚିତ ନୁହେଁ । ଏହିପରି କରିବା ଦ୍ୱାରା ଶରୀରରେ ବିଭିନ୍ନ ରୋଗ ଆକ୍ରାନ୍ତ କରେ ଏବଂ ଘରକୁ ଦରିଦ୍ରତା ଆସିଥାଏ ।

ଆହୁରି ମଧ୍ୟ କୁହାଯାଇଛି ଯେ, ଭୁଲରେ ମଧ୍ୟ ପାଦ ଓଦା ଥିବା ଅବସ୍ଥାରେ ଶେଜରେ ଶୋଇବା ଉଚିତ ନୁହେଁ । ଏହିପରି କରିବା ଦ୍ୱାରା ମାଆ ଲଷ୍ମୀ କ୍ରୋଧ କରିବେ ।

ଶାସ୍ତ୍ର ଆହୁରି ମଧ୍ୟ କୁହାଯାଇଛି ଯେ, ଶୋଇବା ସମୟରେ ମୁହଁରେ ପାଣି କିମ୍ଭା ଅନ୍ୟ କିଛି ଜିନିଷ ଲାଗିବା ଉଟିତ ନୁହେଁ । ଏତଦବ୍ୟତୀତ କୁହାଯାଇଛି ଯେ, ମଥାରେ ତିଳକ, କିମ୍ଭା ବିନ୍ଦୁ ଲାଗିଥିଲେ, ବାହାର କରିଦେବା ଉଚିତ । ଟୋପି କିମ୍ଭା ପଗଡ଼ି ପିନ୍ଧି ମଧ୍ୟ ଶୋଇବା ଉଚିତ ନୁହେଁ ।

କେତେକ ଲୋକ ରାତିରେ ବିନା କପଡ଼ାରେ ଶୋଇବାର ଅଭ୍ୟାସ ରହିଛି । କିନ୍ତୁ ଏହିପରି ଆଦୌ କରିବା ଉଚିତ ନୁହେଁ । ଏହିପରି ଅର୍ଥାତ ବିନା କପଡାରେ ଶୋଇବା ଦ୍ୱାରା ଦୋଷ ଲାଗିବ ସଂଗେ ସଂଗେ ଦରିଦ୍ରତା ମଧ୍ୟ ବଢିଯାଇଥାଏ ।