ବାହାଘରର ନାମ ନେଲେ ଭୟ କରନ୍ତି ସ୍ୱପ୍ନା ଚୌଧୁରୀ । ପୁଅମାନଙ୍କ ପ୍ରତି ଘୃଣା ନା ଅନ୍ୟ କିଛି ରହିଛି ଏହାର କାରଣ ?

Spread the love

ଆପଣମାନେ ଜାଣିଛନ୍ତି; ପ୍ରତିଦିନ ଆମେ ଆପଣଙ୍କ ପାଇଁ କିଛି ନା କିଛି ଖାସ୍ ବିଷୟ ନେଇ ଆସିଥାଉ । ତେବେ ଆଜି ଆମେ ଆପଣଙ୍କୁ ସ୍ୱପ୍ନା ଚୌଧୁରୀଙ୍କ ବିଷୟରେ ଏକ ଖାସ୍ କଥା କହିବୁ । ସ୍ୱପ୍ନା ଚୌଧୁରୀ ବାହାଘରର ନାମ ଶୁଣିଲେ ଭୟ କରନ୍ତି । ସେ ପୁଅମାନଙ୍କୁ ଘୃଣା କରନ୍ତି ଅବା ଏହାର କାରଣ ଅନ୍ୟ କିଛି ? ଆସନ୍ତୁ ଜାଣିବା ।

ହରିଆଣାର ଡ୍ୟାନ୍ସର ବା ନର୍ତ୍ତକୀ ସ୍ୱପ୍ନା ଚୌଧୁରୀ ବର୍ତ୍ତମାନ ସମୟରେ ନିଜର ରାଜନୀତି ପାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରାଜନୀତିର ଆରମ୍ଭରେ ହିଁ ତାଙ୍କର ପାର୍ଟିରେ join କରିବା ବିଷୟ ଵିଵାଦପୂର୍ଣ ହୋଇ ସାରିଛି । କେତେବେଳେ କଂଗ୍ରେସର ସଦସ୍ୟତା ଓ ପୁଣିଥରେ ଭାଜପାରେ ସାମିଲ ହେବା ଅଟକଳକୁ ନେଇ ସ୍ୱପ୍ନା ବର୍ତ୍ତମାନ ରାଜନୈତିକ ଚର୍ଚ୍ଚାର କେନ୍ଦ୍ର ବନିଛନ୍ତି । ଏହା ମଧ୍ୟରେ ଆମେ ଆପଣଂକୁ ଆଜି ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବାକୁ ଯାଉଛୁ । ବିଳାସ ପୂର୍ଣ୍ଣ ଜୀବନ ମଧ୍ୟରେ ସ୍ୱପ୍ନାଙ୍କ ବାହାଘରକୁ ନେଇ ଉଠୁଥିବା ପ୍ରଶ୍ନକୁ ନେଇ ଆଜିର ଏହି ଅନୁଛେଦ ଅଟେ । ଏତେ ପ୍ରସିଦ୍ଧତା ମିଳିବା ପରେ ମଧ୍ୟ ସେ ବାହାଘର ନାମକ କାର୍ଯ୍ୟଭାର ଠାରୁ ଆଜି ମଧ୍ୟ ପଛାଉଛନ୍ତି । ଆସନ୍ତୁ ଜାଣିବା ଏହାର କାରଣ ।

ନିଜ ବିବାହ ବିଷୟକୁ ନେଇ ସ୍ୱପ୍ନା ଚୌଧୁରୀ ଏକ ଇଣ୍ଟରଭ୍ୟୁରେ ବହୁତ ଖୋଲା ଭାବରେ କଥା ହୋଇଛନ୍ତି । ଏଥିରେ ସେ କିଛି ଏପରି ଜବାବ ଦେଇଥିଲେ, ଯାହା ଶୁଣିବା ପରେ ତାଙ୍କର ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯିବ । ଗୋଟିଏ ଥର ଏକ କାର୍ଯ୍ୟକ୍ରମରେ ସ୍ୱପ୍ନା ଚୌଧୁରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ବିବାହ କେବେ କରିବେ ? ସେ ଏହାର ଜବାବରେ କହିଥିଲେ ଯେ କେବେ ବି ନୁହେଁ ।

ସ୍ୱପ୍ନା କହିଥିଲେ ଯେ କେବେ ବି ନୁହେଁ, ମୁଁ ବିବାହ କରିବାକୁ ଚାହୁଁ ନାହିଁ । ଆଉ ଯେତେବେଳେ ସଲମାନ ଖାଁ ଅବିବାହିତ ହୋଇ ରହି ପାରୁଛନ୍ତି; ତେବେ ଆମେ ବି ରହି ପାରିବୁ । ଏହା କହିବା ପରେ ହଠାତ୍ ସ୍ୱପ୍ନା ଚୌଧୁରୀ ନିଜ ଜବାବ ବଦଳାଇ ଦେଲେ ଓ କହିଲେ ଯେ, ମୁଁ ବର୍ତ୍ତମାନ ନିଜ କାମ ଉପରେ ଅଧିକ ଧ୍ୟାନ ଦେଉଛି । ମୋର ଧ୍ୟାନ ଓ ଲକ୍ଷ୍ୟ ପଇସା ଉପରେ ଅଛି । ଏହା ମୋର ଇଚ୍ଛା ଅଟେ ମୁଁ ଯେତେବେଳେ ଇଚ୍ଛା ସେତେବେଳେ ବିବାହ କରିବି । ଅନ୍ୟ ପଟେ ସ୍ୱପ୍ନା ଚୌଧୁରୀଙ୍କ ବିଷୟରେ କୁହାଯାଏ ଯେ, ସେ ପୁରୁଷମାନଙ୍କୁ ଘୃଣା କରନ୍ତି । ଚାଲନ୍ତୁ ଜାଣିବା ଯେ ସେ କଣ ପାଇଁ ଘୃଣା କରନ୍ତି ପୁରୁଷମାନଙ୍କୁ ?

ସ୍ୱପ୍ନା ସେହି ଇଣ୍ଟରଭ୍ୟୁରେ ବହୁତ କିଛି ଖୁଲାସା କରିଛନ୍ତି । ସେ କହିଛନ୍ତି ତାଙ୍କ ଭଉଣୀଙ୍କର ଦୁଇଟି ବିବାହ ହୋଇଛି ଓ ଦୁଇଟି ଯାକ ବିଫଳ ରହିଛି । ଏଥିପାଇଁ ତାଙ୍କର ପୁଅମାନଙ୍କ ଉପରୁ ବିଶ୍ୱାସ ଉଠିଯାଇଛି । ଏଥିପାଇଁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ସ୍ୱପ୍ନା ଏହା ବି କହିଛନ୍ତି ଯେ, ତାଙ୍କୁ ଗୋଟିଏ ପୁଅ ପସନ୍ଦ ହୋଇଛି । ସ୍ୱପ୍ନା କହିଛନ୍ତି କି, ଯେଉଁ ପୁଅମାନେ ମୋତେ ପସନ୍ଦ କରିଛନ୍ତି ସେମାନେ କେବେ ବି ମୋର ପସନ୍ଦ ଆସି ନାହାନ୍ତି ଓ ଯାହାକୁ ସେ ପସନ୍ଦ କରୁଛନ୍ତି, ସେ କୌଣସି କାମର ନୁହେଁ । ତାଙ୍କୁ କିଛି କହିବା ମଧ୍ୟ ବେକାର ଅଟେ ।

ସ୍ୱପ୍ନାଙ୍କ ଜନ୍ମ ୨୫ ସେପ୍ଟେମ୍ବର ୧୯୯୫ରେ ଦିଲ୍ଲୀର ମହିପାଲପୁରରେ ହୋଇଥିଲା । ପ୍ରଥମ ଶିକ୍ଷା ରୋହତକ ନାମକ ସ୍ଥାନରେ ହୋଇଥିଲା, କାରଣ ତାଙ୍କ ପିତା ସେଠାରେ ଏକ କମ୍ପାନୀରେ କାମ କରୁଥିଲେ । ୨୦୦୮ରେ ପିତାଙ୍କ ନିଧନ ହୋଇଥିଲା । ସେତେବେଳେ ସ୍ୱପ୍ନା ୧୨ ବର୍ଷର ଥିଲେ । ଏହାପରେ ମାଆ ନିଲମ ଓ ଭାଇ ଭଉଣୀଙ୍କ ଦାୟିତ୍ୱ ସ୍ୱପ୍ନାଙ୍କ ମୁଣ୍ଡ ଉପରକୁ ଆସିଯାଇଥିଲା ।