ଆମ ଦେଶକୁ ଭାରତ, ଇଣ୍ଡିଆ,ଏବଂ ହିନ୍ଦୁସ୍ଥାନ ନାମରେ କଣ ପାଇଁ ଜଣାଯାଏ ? ଜାଣନ୍ତୁ ଏହା ପଛରେ ଥିବା କାହାଣୀ ।

Spread the love

ଆମ ଦେଶର ନାମ ଭାରତ, ଇଣ୍ଡିଆ ଏବଂ ହିନ୍ଦୁସ୍ଥାନ କିପରି ହୋଇଥିଲା ? ଜାଣନ୍ତୁ କାରଣ ।

ଆମେ ସମସ୍ତେ ଆମ ଦେଶ ପ୍ରତି ବହୁତ ଭଲ ପାଇବା ରହିଛି । ଏହି ଦେଶରେ ଏହିପରି ଅନେକ ଜିନିଷ ରହିଛି; ଯାହା ଆମ ଦେଶର ସ୍ଵତନ୍ତ୍ରତାର ପରିଚୟ ପ୍ରଦାନ କରିଥାଏ । ଦେଶର ଭିନ୍ନ ଭିନ୍ନ କୋଣରେ ଭିନ୍ନ ଭିନ୍ନ ସଂସ୍କୃତି ଓ ଭିନ୍ନ ଭିନ୍ନ ଧର୍ମ ଏବଂ ଜାତିର ଲୋକ ଦେଖିବା ପାଇଁ ମିଳନ୍ତି । ଏହା ବ୍ୟତୀତ ଏଠାକାର ଲୋକେ ନିଜ ନଜି ମଧ୍ୟରେ ମିଳିତ ଏବଂ ଶାନ୍ତିପୂର୍ଣ୍ଣ ରୂପେ ଜୀବନ ଅତିବାହିତ କରନ୍ତି । ଭାରତର ସଂସ୍କୃତିର ଚର୍ଚ୍ଚା ବିଦେଶରେ ମଧ୍ୟ ଚର୍ଚ୍ଚିତ ହୁଏ । ଅନେକ ବିଦେଶୀ ଭାରତ ଆସି ହିନ୍ଦୁ ଧର୍ମକୁ ଆପଣାନ୍ତି । ସେମାନଙ୍କୁ ଭାରତର ଭଗବାନ ଏବଂ ରୀତିନୀତି ପସନ୍ଦ ଆସିଥାଏ । ବିଦେଶରେ ଲୋକେ ଆମ ଦେଶକୁ ଇଣ୍ଡିଆ ନାମରେ ଜାଣନ୍ତି । ଆମେ ଦେଶୀ ଲୋକେ ଏହାକୁ ଭାରତ କହିବା ପାଇଁ ପସନ୍ଦ କରିଥାନ୍ତି । କିଛି ଲୋକ ଏହିପରି ଅଛନ୍ତି; ଯେଉଁମାନେ ହିନ୍ଦୁସ୍ଥାନ କୁହନ୍ତି । ବର୍ତ୍ତମାନ ଆପଣ କଣ ଜାଣିଛନ୍ତି; ଆମ ଦେଶକୁ କଣ ପାଇଁ ଏହି ତିନୋଟି ନାମରେ ଯଥା ଭାରତ, ଇଣ୍ଡିଆ ଏବଂ ହିନ୍ଦୁସ୍ଥାନ ନାମରେ ନାମିତ କରାଯାଇଛି ? ଏହି ତିନୋଟି ନାମରେ ନମିତା କରିବା ପଛରେ କଣ ସେହି କାରଣ ରହିଛି ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଦେଶର ନାମ ଭାରତ କିପରି ହେଲା ?

ଆମର ସମ୍ବିଧାନରେ ଅଧିକାରୀକ ରୂପରେ ଦେଶର ନାମ ଭାରତ ରଖାଯାଇଛି । ଏହି ନାମ ଭଗବାନ ରାମଙ୍କ ପୂର୍ବଜ ସମ୍ରାଟ ଭରତ ଚକ୍ରବତୀଙ୍କ ନାମ ଅନୁସାରେ ରଖାଯାଇଥିଲା । ସମ୍ରାଟ ଭରତଙ୍କ ସାମ୍ରାଜ୍ୟର ସୀମା କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଥିଲା । କହିବା ପାଇଁ ଗଲେ ତାଙ୍କର ସାମ୍ରାଜ୍ୟ ସାରା ଦେଶରେ ପ୍ରସାରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଦେଶର ନାମ ଭାରତ ରଖାଯାଇଥିଲା ।

ହିନ୍ଦୁସ୍ଥାନ ନାମ ପଛର କାହାଣୀ :

ଅନେକ ଲୋକ ଆମ ଦେଶକୁ ହିନ୍ଦୁସ୍ଥାନ କହିବା ପାଇଁ ପସନ୍ଦ କରିଥାନ୍ତି । ଏହି ନାମର ସମ୍ବନ୍ଧ ହିମାଳୟର ପଶ୍ଚିମରେ ବହୂ ଥିବା ସିନ୍ଧୁ ନଦୀ ସହ ଜଡିତ ଅଟେ । ସିନ୍ଧୁ ନଦୀ ପାଖରେ ସ୍ଥିତ ଏକ ବଡ଼ ଭୂଭାଗକୁ ସିନ୍ଧୁ ଘାଟି କୁହାଯାଉଥିଲା । ଏହି ଘାଟିର ସଭ୍ୟତା ବହୁ ପୁରାତନ ଏବଂ ପ୍ରସିଦ୍ଧ ଅଟେ । ଏଠାରେ ପ୍ରାରମ୍ଭରେ ତୁର୍କୀସ୍ଥାନର ଲୁଟେରା ଏବଂ ଇରାନୀ ଲୋକେ ଆସୁଥିଲେ । ସେମାନେ ଏଠାରେ ବସବାସ କରୁଥିବା ଲୋକଙ୍କୁ ସିନ୍ଧୁ ଆଧାରରେ ହିନ୍ଦୁ ନାମ ଦେଇଥିଲେ । ସେହି ସମୟରେ ଲୁଟେରାମାନେ ଆମ ଦେଶକୁ ହିନ୍ଦୁସ୍ଥାନ ନାମରେ ଡାକିବା ଆରମ୍ଭ କରିଥିଲେ । ଆମ ଦେଶର ଲୋକେ ମଧ୍ୟ ଏହି ଶବ୍ଦର ବ୍ୟବହାର କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ଦେଶର ଏହି ନାମ ମଧ୍ୟ ବହୁତ ପ୍ରସିଦ୍ଧ ହୋଇଯାଇଛି ।

ଏହି କାରଣରୁ ଦେଶକୁ ଇଣ୍ଡିଆ କୁହାଯାଏ :

ବର୍ତ୍ତମାନ ସାରା ଦୁନିଆର ଲୋକେ ଆମ ଦେଶକୁ ଇଣ୍ଡିଆ ନାମରେ ଜାଣନ୍ତି । ଆପଣ ଜାଣିବା ଆଶ୍ଚର୍ଯ୍ୟ ହୋଇଯିବେ; ଏହି ନାମ ଆମ ଦେଶର ଲୋକେ ଦେଇ ନ ଥିଲେ ।ଇଂରେଜ ମାନେ ଦେଶକୁ ଶାସନ କରିବା ସମୟରେ ଭାରତକୁ ଇଣ୍ଡିଆର ନାମ ଦେଇଥିଲେ । ସିନ୍ଧୁ ନଦୀକୁ ଇଂରାଜୀରେ ଇଣ୍ଡସ ଭେଲି ବୋଲି କୁହାଯାଏ । ଏହି ପରିପ୍ରେକ୍ଷୀରେ ଯେତେବେଳେ ଇଂରେଜ ମାନେ ଭାରତକୁ ଶାସନ କରିବା ପାଇଁ ଆସିଥିଲେ; ସେହି ସମୟରେ ଭାରତକୁ ହିନ୍ଦୁସ୍ଥାନ ଉଚ୍ଚାରଣ କରିବାରେ ସାମାନ୍ୟ ଅସୁବିଧା ଅନୁଭବ କରିଥିଲେ । ଏହି ଅସୁବିଧା କାରଣରୁ ସିନ୍ଧୁ ନଦୀର ଅନ୍ୟ ନାମ ଇଣ୍ଡିସ ଭେଲି ଆଧାରରେ ଆମ ଦେଶକୁ ଇଣ୍ଡିଆ ନାମରେ ଡାକିବା ଆରମ୍ଭ କରିଥିଲେ । ସେହି ସମୟ ଠାରୁ ବିଦେଶରେ ଭାରତକୁ ଇଣ୍ଡିଆ ନାମରେ ଜାଣିବା ଆରମ୍ଭ କରିଥିଲେ ।

ଯଦି ଆପଣଙ୍କୁ ଲେଖାଟି ପସନ୍ଦ ଆସିଥାଏ; ତେବେ ଅନ୍ୟ ମାନଙ୍କ ପାଇଁ ଲେଖାଟି ସେୟାର କରନ୍ତୁ । ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ ।