ଖୋଲାସ ହେଲା ରାଜନୀତିର ସବୁଠୁ ବଡ଼ ରହସ୍ୟ । ଜାଣନ୍ତୁ କାହିଁକି ମୋଦି ନିଜ ପତ୍ନୀଙ୍କୁ ଛାଡି ଦେଇଛନ୍ତି ?

Spread the love

ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯେତେବେଳେ ସେ କେନ୍ଦ୍ରକୁ ଆସିଲେ ତାଙ୍କର ଲୋକପ୍ରିୟତା ଦେଶ ବିଦେଶରେ ବଢି ଚାଲିଲା । ତାଙ୍କର ଲୋକପ୍ରିୟତାର ଚର୍ଚ୍ଚା ସର୍ବତ୍ର ହେଉଛି । ଆଜି ଆମେ ମୋଦିଙ୍କ ସହ ଜଡିତ ଏକ ରହସ୍ୟର ଖୋଲାସା କରିବୁ । ଯେଉଁ ସହସ୍ୟକୁ ନେଇ ପ୍ରାୟତଃ ବିରୋଧୀ ଅନେକ ପ୍ରଶ୍ନ କରିଥାନ୍ତି । ଯଦି ଆପଣ ଏହି ସତ୍ୟତା ବିଷୟରେ ଜାଣି ପାରିବେ; ତେବେ ଆପଣଙ୍କ ଭଲ ପାଇବା ମୋଦିଙ୍କ ପ୍ରତି ଆହୁରି ବଢିଯିବ ।

ନରେନ୍ଦ୍ର ମୋଦି ପିଏମ ହେବା ପୂର୍ବରୁ ଗୁଜୁରାଟର ସିଏମ ଥିଲେ । ୨୦୧୪ ମସିହାରେ, ସେ ଗୁଜୁରାଟର ସିଏମ ପଦରୁ ଇସ୍ତଫା ଦେଇ ପିଏମ ହୋଇଥିଲେ । ସେହି ସମୟ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଦିଙ୍କ ଲୋକ ପ୍ରିୟତା ବଢି ଚାଲିଛି । ଆପଣମାନେ ଜାଣିଛନ୍ତି; ପିଏମ ମୋଦିଙ୍କ ପାଖରେ ତାଙ୍କର ମାଆଙ୍କ ବ୍ୟତୀତ ଅନ୍ୟ କେହି ନାହାଁନ୍ତି । ପିଏମ ମୋଦି ନିଜ ପତ୍ନୀଙ୍କୁ ମଧ୍ୟ ଛାଡି ଦେଇଛନ୍ତି; ଯାହାଫଳରେ ନାରୀବାଦର ସମର୍ଥକ ମୋଦିଙ୍କ ସମାଲୋଚନା କରୁଛନ୍ତି । ଆଜି ଆମେ କହିବୁ କେଉଁ କାରଣ ପାଇଁ ମୋଦି ଏହିଭଳି କାମ କରିଥିଲେ ?

୧୭ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବରଯାତ୍ରୀ ଦୁଇ ଦିନ ରହିଥିଲା :

ଯେତେବେଳେ ମୋଦି ୧୭ ବର୍ଷର ଥିଲେ, ସେହି ସମୟରେ ବିବାହ ହୋଇ ଯାଇଥିଲା । କହିବା ପାଇଁ ଚାହୁଁଛୁ, ମୋଦିଙ୍କ ବରଯାତ୍ରୀ ମୋଦିଙ୍କ ଶଶୁର ଘରେ ଦୁଇଦିନ ରହିଥିଲେ । ମୋଦିଙ୍କ ବରଯାତ୍ରୀ ଗୁଜୁରାଟର ଉଁଝା ନିକଟସ୍ଥ ବ୍ରହ୍ମବାଡ଼ାରେ ରହିଥିଲା, ଯେଉଁଠି ୧୫ ବର୍ଷୀୟ ଯଶୋଦା ବେହନଙ୍କ ମାଆଙ୍କ ଘର ଥିଲା । ମୋଦିଙ୍କ ବିବାହ ହିନ୍ଦୁ ରୀତିନୀତିରେ ହୋଇଥିଲା । ବିବାହ ପରେ ମୋଦୀ ନିଜ ବିବାହିତା କନ୍ୟାଙ୍କୁ ନେଇ ଆସିଥିଲେ କିନ୍ତୁ ଏପରି କଣ ହୋଇଥିଲା, ଯାହାଫଳରେ ମୋଦୀ, ଯଶୋଦା ବେହେଁନଙ୍କୁ ଛାଡିବା ପାଇଁ ପଡିଥିଲା ?

ମୋଦିଙ୍କ ବିବାହ ପରେ ମୋଦିଙ୍କୁ ଘରେ ରହିବା ପାଇଁ ମନ ଲାଗି ନ ଥିଲା । ଯାହାଫଳରେ ସେ ନିଜ ପରିବାର ବଢାଇବା ପାଇଁ ଚିନ୍ତା କରି ନ ଥିଲେ । ମୋଦିଙ୍କ ରୁଚି ସର୍ବଦା ଦେଶଭକ୍ତିରେ ଲାଗି ରହୁଥିଲା । କୁହାଯାଇଛି, ମୋଦିଙ୍କୁ ବିବାହ କରିବାରେ ଆଦୌ ଇଚ୍ଛା ନ ଥିଲା କିନ୍ତୁ ପରିବାରର ଚାପରେ ସେ ବିବାହ କରିଥିଲେ ।

ଏହି କାରଣରୁ ଯଶୋଦା ବେହେନଙ୍କୁ ଛାଡିଥିଲେ :

ଏକ ଯୁବକ ରୂପରେ ମୋଦି ମଧ୍ୟ ନିଜ ଭବିଷ୍ୟତ ଖୋଜିଥିଲେ । ଏହି ସମୟରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କ ସହ ଯୋଡି ହୋଇ ଯାଇଥିଲେ । ତାଙ୍କୁ ଜଣା ପଡିଥିଲା ଯେପରି ତାଙ୍କୁ ସାରା ଦୁନିଆ ମିଳି ଯାଇଛି । କହିବା ପାଇଁ ଚାହୁଁଛୁ, ସଂଘର ଅନୁଶାସନ, ଦେଶ ପ୍ରେମର ଭାବନା, ସେବା ଭାବ ଏବଂ ବସୁଧେବ କୁଟୁମ୍ବକମର ସନ୍ଦେଶ ମୋଦିଙ୍କ ମନ ପରିବର୍ତ୍ତନ କରି ଦେଇଥିଲା । ପରେ ସେ ଘର ପରିବାର ସବୁକିଛି ତ୍ୟାଗ କରି ଦେଇଥିଲେ । ନିଜର ସବୁକିଛି ଦେଶ ପାଇଁ ବାଜି ଲଗାଇ ଦେଇଥିଲେ ।

ସେହି ସମୟରେ ମୋଦିଙ୍କ ବୟସ ୨୦ ବର୍ଷ ଥିଲା, ଯେତେବେଳେ ସେ ଗୃହସ୍ଥ ଜୀବନର ତ୍ୟାଗ କରିଦେଇ ଥିଲେ ଏବଂ ଦେଶ ସେବା ପାଇଁ ସଂଘର ରାସ୍ତା ଆପଣାଇ ଥିଲେ । ଏହି ରାସ୍ତାରେ ଚାଲିବା ସମୟରେ, ସେ ଭାଜପା ସହ ଯୋଡି ହୋଇଥିଲେ ଯେଉଁଥିରେ ସେ ବିଜେପିର କର୍ଯ୍ୟକର୍ତ୍ତା ରୂପରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏହା ପରେ କଦାପି ସେ ପଛକୁ ବୁଲି ଚାହିଁ ନାହାଁନ୍ତି ।

ଯେତେବେଳେ ମୋଦି ନିଜ ପତ୍ନୀଙ୍କୁ ଛାଡି ଚାଲି ଯାଇଥିଲେ, ସେ ସେହି ସମୟରେ ଦୁଃଖୀ ଥିଲେ କିନ୍ତୁ ପତିଙ୍କ ଚିନ୍ତାଧାରାକୁ ସଂମ୍ପୂର୍ଣ୍ଣ ସହମତି ଜଣାଇ ଥିଲେ । ମୋଦି ଛାଡି ଯିବା ପରେ ଯଶୋଦା ବେହେନ ସ୍କୁଲରେ ପିଲାଙ୍କୁ ପଢ଼ାଇ ଗୁଜୁରାଣ ମେଣ୍ଟାଇ ଥିଲେ । ଯେତେବେଳେ ମୋଦିଙ୍କ ସଫଳତା ବିଷୟରେ ଟିଭିରେ ଦେଖନ୍ତି; ସେହି ସମୟରେ ଯଶୋଦା ବେହେନ ବହୁତ ଖୁସି ହୁଅନ୍ତି ।

କହିବା ପାଇଁ ଚାହୁଁଛୁ; ବର୍ତ୍ତମାନ ପର୍ଯ୍ୟନ୍ତ ମୋଦି ଯଶୋଦା ବେହେନଙ୍କୁ ଛାଡପତ୍ର ଦେଇ ନାହାନ୍ତି । ବିନା ଛାଡ଼ପତ୍ରର ଦୁହେଁ ଭିନ୍ନ ଭିନ୍ନ ରହୁଛନ୍ତି । ଏହି କାରଣରୁ ଅନେକ ଥର ମୋଦିଙ୍କୁ ଆଲୋଚନାର ଶିକାର ହେବା ପାଇଁ ପଡିଛି । ରାଜନୀତିକୁ ଆସିବାର ଏକ ବର୍ଷ ପରେ ମୋଦି ସ୍ୱୀକାର କରିଥିଲେ ଯେ, ଯଶୋଦା ବେହେନ ତାଙ୍କର ପତ୍ନୀ ଅଟନ୍ତି ।

ନିଜ ମତାମତ Comment କରି ଜାଣନ୍ତୁ ଏବଂ ଅନ୍ୟମାନଙ୍କ ମଧ୍ୟରେ ଶେୟାର କରି ଜାଣନ୍ତୁ !